PM Modi Kuwait Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ଗସ୍ତରେ କୁଏତ ଯାତ୍ରା କରିଛନ୍ତି। ଭାରତ ଏବଂ କୁଏତ୍‍ ମଧ୍‍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜୁତ କରିବା ତଥା ଭବିଷ୍ୟତର ମାର୍ଗ ନିର୍ଦ୍ଧାରରଣ କରିବା ଲାଗି ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଭାରତ ଓ କୁଲତ ମଧ୍ୟ ରେ ବର୍ଷ ବର୍ଷ ଧରି ଐତିହାସିକ ସମ୍ପର୍ତକ ସ୍ଥାପନ ହୋଇ ଆସିଛି।  ଦୁଇ ଦେଶ ମଧ୍ୟରେ ଶକ୍ତ ବ୍ୟବସାୟିକ ସମ୍ପର୍କ ରହିଛି ତାହା ନୁହେଁ, ଶକ୍ତି କ୍ଷେତ୍ରରେ ଭାରତ ଓ କୁଏତର ସମ୍ପର୍କ ଅନନ୍ୟ। ଏହାସହ ପଶ୍ଚିମ ଓଡ଼ିଶାରେ ଶାନ୍ତି, ସୁରକ୍ଷା ସ୍ଥାପନ ତଥା ତ୍ୱରିତ ବିକାଶ ଲାଗି ଦୁଇ ଦେଶର ପ୍ରତିବଦ୍ଧତା ପ୍ରଶଂସନୀୟ ବୋଲି ସେ କହିଛନ୍ତ। ଏହି ଗସ୍ତ ସମୟରେ ସେ କୁଏତର ପ୍ରଧାନମନ୍ତ୍ରୀ ଓ ରାଜାଙ୍କ ସହସାକ୍ଷାତ କରିବେ।


ଶ୍ରୀ ମୋଦୀ ଏମିତି ଏକ ସମୟରେ କୁଏତ ଗସ୍ତ ସ୍ଥିର କରିଛନ୍ତି ଯେଉଁ ସମୟରେ ପଶ୍ଚିମ ଓଡ଼ିଶାରେ ଅଶାନ୍ତ ବାତାବରଣ ଦେଖା ଯାଇଛି। ଗାଜା ଉପରେ ଇସ୍ରାଏଲୀ ଆକ୍ରମଣ ଏବଂ ସିରିଆରେ ରାଷ୍ଟ୍ରପତି ବଶର-ଅଲ-ଆସାଦଙ୍କ ପତନ ପ୍ରଭୃତି ଆନନ୍ତର୍ଜାତିକ ସମ୍ପର୍କରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।ଶ୍ରୀ ମୋଦୀ ଏହି ଗସ୍ତ ସମୟରେ କୁଏତରେ ଥିବା ଭାରତୀୟଙ୍କ ସହ ସାକ୍ଷାତ କରିବେ। ଏମାନଙ୍କ ବଳରେ ଦ୍ୱିପାକ୍ଷିକ ସମ୍ପର୍କ ଆଗକୁ ବଢ଼ିଚାଲିବ ବୋଲି ଆଶା କରାଯାଇଛି।