ଟିମ୍ ଇଣ୍ଡିଆର ସ୍ଥାୟୀ କୋଚ୍ ହେବେ କି ରାହୁଲ ଦ୍ରାବିଡ଼? ଦେଲେ ଏହି ଜବାବ
ସଂୟୁକ୍ତ ଆରବ ଏମିରେଟ୍ସ ଓ ଓମାନରେ ଆସନ୍ତା ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ଶେଷ ହେବା ପରେ ଶାସ୍ତ୍ରୀଙ୍କ ଚୁକ୍ତିନାମା ଶେଷ ହେବ ଓ ସେ ୫୯ ବର୍ଷ ବୟସରେ ପୁନର୍ବାର ଆବେଦନ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
କଲମ୍ବୋ: ଟିମ୍ ଇଣ୍ଡିଆର (Team India) କୋଚ୍ ଭାବରେ ରବି ଶାସ୍ତ୍ରୀଙ୍କ (Rahul Dravid) କାର୍ଯ୍ୟକାଳ ୨୦୨୧ ଟି -୨୦ ବିଶ୍ୱକପ ପର୍ଯ୍ୟନ୍ତ ରହିଛି । ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ (Rahul Dravid) ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହେବାକୁ ଜଣେ ଦୃଢ଼ ପ୍ରତିଯୋଗୀ । ରାହୁଲ ଦ୍ରାବିଡ ରବି ଶାସ୍ତ୍ରୀଙ୍କ (Ravi Shastri) ବଦଳରେ ଟିମ୍ ଇଣ୍ଡିଆର ସ୍ଥାୟୀ କୋଚ୍ ହେବେ କି ନାହିଁ ସେ ନେଇ ସେ ନିରବତା ଭାଙ୍ଗିଛନ୍ତି । ଶ୍ରୀଲଙ୍କା ବିପକ୍ଷ ODI ଓ ଟି -୨୦ ସିରିଜରେ ଭାରତୀୟ ଦଳର କୋଚିଂ ଦାୟିତ୍ୱ ଗ୍ରହଣ କରିଥିବା ରାହୁଲ ଦ୍ରାବିଡ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର (Team India) ସ୍ଥାୟୀ କୋଚ୍ ହେବାକୁ ଚିନ୍ତା କରିନାହାଁନ୍ତି । ତେବେ ଦ୍ରାବିଡ କହିଛନ୍ତି ଯେ ଶ୍ରୀଲଙ୍କାରେ ଦଳକୁ କୋଚିଂ ଦେବାର ଅଭିଜ୍ଞତାକୁ ସେ ଉପଭୋଗ କରିଛନ୍ତି ।
ଟିମ୍ ଇଣ୍ଡିଆର କୋଚ୍ ହେବାକୁ ନେଇ ନୀରବତା ଭାଙ୍ଗିଥିଲେ ଦ୍ରାବିଡ଼
ଦ୍ରାବିଡ କହିଛନ୍ତି, 'ମୁଁ ଏହି ଅଭିଜ୍ଞତାକୁ ଉପଭୋଗ କରିଛି । ଭବିଷ୍ୟତ ବିଷୟରେ ମୁଁ ପ୍ରକୃତରେ କିଛି ଚିନ୍ତା କରି ନାହିଁ । ଏହାସହ ସେ କହିଥିଲେ, 'ସତ କହିବାକୁ ଗଲେ ମୁଁ ବର୍ତ୍ତମାନ ଯାହା କରୁଛି ସେଥିରେ ମୁଁ ଖୁସି ଅଟେ । ମୁଁ ଏହି ଗସ୍ତ ବ୍ୟତୀତ ଅନ୍ୟ କିଛି ବିଷୟରେ ଚିନ୍ତା କରି ନାହିଁ ।
ଅଧିକ ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କୁ ମିଳିବ ଦ୍ୱିଗୁଣା ଲାଭ, DA ପରେ HRA ବୃଦ୍ଧି କଲା କେନ୍ଦ୍ର
ଦ୍ରାବିଡ଼ ଦେଲେ ଏପରି ପ୍ରତିକ୍ରିୟା
ଦ୍ରାବିଡ କହିଛନ୍ତି, 'ମୁଁ ଏହି ଅଭିଜ୍ଞତାକୁ ଉପଭୋଗ କରିଛି ଓ ମୁଁ ଏହି ଖେଳାଳିମାନଙ୍କ ସହ କାମ କରିବାକୁ ଭଲ ପାଏ । ଏହା ବହୁତ ଭଲ ଥିଲା ଓ ମୁଁ ଅନ୍ୟ କିଛି ଚିନ୍ତା କରି ନାହିଁ । ଏକ ପୂର୍ଣ୍ଣକାଳୀନ ଭୂମିକା ଗ୍ରହଣ କରିବାରେ ଅନେକ ଚ୍ୟାଲେଞ୍ଜ ଅଛି, ତେଣୁ ମୁଁ ପ୍ରକୃତରେ ଜାଣି ନାହିଁ । 'ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳ ସହ ଅଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇଥିଲା ଓ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ
।
ଅଧିକ ପଢ଼ନ୍ତୁ: ହରଭଜନଙ୍କୁ ମାରିବା ପାଇଁ ହୋଟେଲ ରୁମରେ ପହଞ୍ଚିଥିଲେ ଶୋଏବ ଅଖତର, ତା'ପରେ ଏହା ଘଟିଲା ....
ଟି -୨୦ ବିଶ୍ୱକପ ପର୍ଯ୍ୟନ୍ତ ଶାସ୍ତ୍ରୀଙ୍କ ଚୁକ୍ତି
ସଂୟୁକ୍ତ ଆରବ ଏମିରେଟ୍ସ ଓ ଓମାନରେ ଆସନ୍ତା ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ଶେଷ ହେବା ପରେ ଶାସ୍ତ୍ରୀଙ୍କ ଚୁକ୍ତିନାମା ଶେଷ ହେବ ଓ ସେ ୫୯ ବର୍ଷ ବୟସରେ ପୁନର୍ବାର ଆବେଦନ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।