ହରଭଜନଙ୍କୁ ମାରିବା ପାଇଁ ହୋଟେଲ ରୁମରେ ପହଞ୍ଚିଥିଲେ ଶୋଏବ ଅଖତର, ତା'ପରେ ଏହା ଘଟିଲା ....
Advertisement
Article Detail0/zeeodisha/odisha951786

ହରଭଜନଙ୍କୁ ମାରିବା ପାଇଁ ହୋଟେଲ ରୁମରେ ପହଞ୍ଚିଥିଲେ ଶୋଏବ ଅଖତର, ତା'ପରେ ଏହା ଘଟିଲା ....

ଶୋଏବ ଅଖତର କହିଛନ୍ତି ଯେ ସେ ହରଭଜନଙ୍କ ଉପରେ ରାଗି ଯାଇଥିଲେ ଓ ତାଙ୍କ ସହ ଝଗଡ଼ା କରିବାକୁ ହୋଟେଲ ରୁମକୁ ଯାଇଥିଲେ । ପଡ଼ିଆରେ ଉଭୟଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା, ଯାହା ପରେ ଏହି ବିବାଦ ଘଟିଥିଲା ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଭାରତୀୟ ଅଫ-ସ୍ପିନର ହରଭଜନ ସିଂ (Harbhajan Singh) ଓ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ପରସ୍ପର କ୍ରିକେଟ୍ ପଡ଼ିଆରେ ଅନେକ ଥର ଝଗଡ଼ା କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏକ ବିବାଦ ଏପରି ଘଟିଥିଲା ଯାହାକୁ ନେଇ ଶୋଏବ ଅଖତର ହରଭଜନଙ୍କୁ ମାରିବାକୁ ହୋଟେଲ ରୁମରେ ପହଞ୍ଚି ଯାଇଥିଲେ । ଶୋଏବ ଅଖତର 'ହେଲୋ ଆପ୍' ସହିତ ବାର୍ତ୍ତାଳାପ କରିବା ବେଳେ ଏହା ପ୍ରକାଶ କରିଛନ୍ତି ।

ହରଭଜନଙ୍କ ସହ ଲଢ଼ିବା ପାଇଁ ହୋଟେଲ ରୁମ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ଶୋଏବ ଅଖତର
ଶୋଏବ ଅଖତର (Shoaib Akhtar) କହିଛନ୍ତି, 'ମୁଁ ହରଭଜନ ସିଂଙ୍କ ସହ ଲଢ଼ିବା ପାଇଁ ତାଙ୍କ ହୋଟେଲ ରୁମରେ ପହଞ୍ଚିଥିଲି । ସେ ଆମ ସହିତ ଖାଏ, ଲାହୋରରେ ଆମ ସହିତ ବୁଲେ, ସେ ଜଣେ ପଞ୍ଜାବୀ ଭାଇ ଓ ତାପରେ ବି ଆମ ସହିତ ଖରାପ ବ୍ୟବହାର କରିବ? ମୁଁ ଭାବିଲି ମୁଁ ଯିବି ଓ ହୋଟେଲ ରୁମରେ ତା' ସହ ଲଢ଼େଇ କରିବି । 'ଶୋଏବ ଅଖତର କହିଛନ୍ତି, 'ହରଭଜନ ସିଂ ଜାଣିଥିଲେ ଯେ ଶୋଏବ ଆସୁଛନ୍ତି, କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ । ପରଦିନ ମୁଁ ଶାନ୍ତ ହୋଇଯାଇଥିଲି ଓ ସେ ମୋତେ କ୍ଷମା ମଧ୍ୟ ମାଗିଥିଲା । ଏସିଆ କପ୍ ୨୦୧୦ ମସିହାରେ ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ହରଭଜନ ଓ ଶୋଏବ ଅଖତର ପରସ୍ପର ସହ ମୁହାଁମୁହିଁ ହୋଇଥିଲେ ।

ଅଧିକ ପଢ଼ନ୍ତୁ: Pornography case: ରାଜ କୁନ୍ଦ୍ରା ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ଦିଆଯାଇ ନାହିଁ କ୍ଲିନ୍ ଚିଟ୍

ପଡ଼ିଆର ଝଗଡ଼ା ହୋଟେଲ ରୁମରେ ଯାଇ ପହଞ୍ଚିଥିଲା
ଏହା ପରେ ଶୋଏବ ଅଖତର ଭାଜିଙ୍କ ରୁମକୁ ଯାଇ ତାଙ୍କ ସହ ଲଢ଼ିବାକୁ ଯାଇଥିଲେ । କିନ୍ତୁ ରୁମରେ ଭଜୀଙ୍କୁ ପାଇ ନ ଥିଲି । ୨୦୧୦ ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଶେଷ ୭ ବଲରେ ଜିତିବା ପାଇଁ ଭାରତକୁ ୭ ରନ୍ ସ୍କୋର କରିବାର ଥିଲା । ଏଭଳି ପରିସ୍ଥିତିରେ ଶୋଏବ ଅଖତର ଘାତକ ବୋଲିଂ କରିବା ସହ ହରଭଜନ ସିଂଙ୍କୁ ଉତ୍ତେଜିତ କରିଥିଲେ । ପଡ଼ିଆରେ ଏହି ଦୁଇଜଣଙ୍କ ମଧ୍ୟରେ ଏକ ତୀବ୍ର ବିତର୍କ ଆରମ୍ଭ ହୋଇଥିଲା । ଏହା ପରେ ହରଭଜନ ସିଂ ମହମ୍ମଦ ଆମୀରଙ୍କ ବଲରେ ଛକା ମାରି ଭାରତକୁ ବିଜୟ ଦେଇଥିଲେ । ଜିତିବା ପରେ ହରଭଜନ ସିଂ ମଧ୍ୟ ଶୋଏବ ଅଖତରଙ୍କୁ ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ । ଶୋଏବ ଅଖତର କହିଛନ୍ତି ଯେ ସେ ହରଭଜନଙ୍କ ଉପରେ ରାଗିଥିଲେ ଓ ତାଙ୍କ ସହ ଝଗଡା କରିବାକୁ ହୋଟେଲ ରୁମକୁ ଯାଇଥିଲେ ।