Train Cancellation And Route Diversion: ଉତ୍ତର ପ୍ରଦେଶ ବାରାଣାସୀ ସହରରେ ଯାତ୍ରୀଙ୍କ ସୁବିଧା ପାଇଁ ସିଟି ୟାର୍ଡ ଠାରେ ଏକ ସବ୍ ୱେ ନିର୍ମାଣ କରାଯାଉଛି। ଭାରତୀୟ ରେଳବାଇ ସୀମିତ ଉଚ୍ଚତା ବିଶିଷ୍ଟ ଏହି ସବ୍ ୱେ ନିର୍ମାଣ ପାଇଁ ୧୨ ଫେବୃଆରୀ ଏହି ମାର୍ଗର ଅନେକ ଟ୍ରେନ୍ ବାତିଲ କରିଥିବାବେଳେ ଅନେକ ଟ୍ରେନ ମାର୍ଗ ବଦଳାଇ ଦିଆଯାଇଛି। ବାରାଣାସୀ ପୂର୍ବରୁ କିଛି ଟ୍ରେନ ରହଣୀ ସ୍ଥଳକୁ ସ୍ୱଳ୍ପ ଅବଧିରେ ପରିବର୍ତ୍ତନ କରିବାକୁ ବ୍ୟବସ୍ଥା କରାଯାଇଛି। ବାରାଣାସୀ ଠାରୁ ଚାଲୁଥିବା କିଛି ଟ୍ରେନ୍ ବର୍ତ୍ତମାନ ନୂତନ ଷ୍ଟେସନ ଠାରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ଚଳାଚଳ କରିବ। 


COMMERCIAL BREAK
SCROLL TO CONTINUE READING

୧୦ ଫେବୃଆରୀରେ ରଦ୍ଦ ହୋଇଥିବା ଟ୍ରେନ


  • ଟ୍ରେନ ନମ୍ବର ୦୫୪୨୭ ଆଜମଗଡ଼-ବାରଣାସୀ ସିଟି ସ୍ପେଶାଲ ଟ୍ରେନ

  • ଟ୍ରେନ ନମ୍ବର ୦୫୪୨୮ ବାରଣାସୀ ସିଟି- ଆଜମଗଡ଼ ସ୍ପେଶାଲ ଟ୍ରେନ

  • ଟ୍ରେନ ନମ୍ବର ୦୫୧୪୮ ବାରଣାସୀ ସିଟି-ଭଟନୀ ସ୍ପେଶାଲ ଟ୍ରେନ 


ଫେବୃଆରୀ ୧୦ ତାରିଖରୁ ୧୨ ତାରିଖ ମଧ୍ୟରେ ରଦ୍ଦ ହୋଇଥିବା ଟ୍ରେନ


  • ଟ୍ରେନ ନମ୍ବର ୧୫୧୧୧ ଛପରା-ବାରାଣାସୀ ସିଟି ଏକ୍ସପ୍ରେସ ଟ୍ରେନ୍ 

  • ଟ୍ରେନ ନମ୍ବର ୧୫୧୧୨ ବାରାଣାସୀ ସିଟି-ଛାପ୍ରା ଏକ୍ସପ୍ରେସ ଟ୍ରେନ୍

  • ଟ୍ରେନ ନମ୍ବର ୦୫୪୪୫ ଛାପ୍ରା-ବାରାଣାସୀ ସିଟି ସ୍ପେଶାଲ ଟ୍ରେନ୍

  • ଟ୍ରେନ ନମ୍ବର ୦୫୪୪୬ ବାରାଣାସୀ ସିଟି-ଛାପ୍ରା ସ୍ପେଶାଲ ଟ୍ରେନ୍


ମାର୍ଗ ପରିବର୍ତ୍ତନ ହୋଇଥିବା ଟ୍ରେନ


  • ୧୦ ଫେବୃଆରୀରେ ଟ୍ରେନ ନମ୍ବର ୧୫୦୧୮ ଗୋରଖପୁର-ଲୋକମାନ୍ୟ ତିଲକ ଟର୍ମିନାସ ଏକ୍ସପ୍ରେସ ଗୋରଖପୁର ଠାରୁ ଔଣ୍ଡିହାର-ବାରାଣାସୀ-ଜଙ୍ଘଇ ବଦଳରେ ଔଣ୍ଡିହାର-ଜୌନପୁର-ଜଙ୍ଘଇ ମାର୍ଗରେ ଚଳାଚଳ କରିବ।

  • ୧୦ ଫେବୃଆରୀରେ ଟ୍ରେନ ନମ୍ବର ୧୫୧୫୯ ଛାପ୍ରା-ଦୁର୍ଗ ଏକ୍ସପ୍ରେସ ଛାପ୍ରା ଟାରୁ ଔଣ୍ଡିହାର-ବାରାଣାସୀ-ଜଙ୍ଘଇ ପରିବର୍ତ୍ତେ ଔଣ୍ଡିହାର-ଜୌନପୁର-ଜଙ୍ଘଇ ମାର୍ଗରେ ଚଳାଚଳ କରିବ।


ବାରଣାସୀ ପୂର୍ବରୁ ଅଟକିବାକୁ ଯାଉଥିବା ଟ୍ରେନ


  • ୧୦ ଫେବୃଆରୀରେ ଚଳାଚଳ କରିବାକୁ ଯାଉଥିବା ପ୍ରୟାଗରାଜ ରାମବାଗ-ମଉ ସ୍ପେଶାଲ ଟ୍ରେନ୍ (ଟ୍ରେନ ନମ୍ବର ୦୫୧୩୮) ଶେଷ ରହଣୀସ୍ଥଳ ମଉ ପରିବର୍ତ୍ତେ ବାରାଣାସୀ ହେବ।

  • ୧୦ ଫେବୃଆରୀରେ ଚାଲୁଥିବା ସିୟାଲଦା-ବଲିଆ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୩୧୦୫) ଶେଷ ରହଣୀସ୍ଥଳ ବଲିଆ ବଦଳରେ ଛାପ୍ରା ହେବ। 


ଆରମ୍ଭ ଷ୍ଟେସନ ପରିବର୍ତ୍ତନ କରାଯାଇଥିବା ଟ୍ରେନ


  • ୧୦ ଫେବୃଆରୀରେ, ବାରାଣାସୀ ସିଟି-ଲକ୍ଷ୍ନୌ ଜଙ୍କସନ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୫୦୦୭) ବାରାଣାସୀ ସହର ପରିବର୍ତ୍ତେ ମଉ ଠାରୁ ଚଳାଚଳ କରିବ।

  • ୧୦ ଫେବୃଆରୀରେ ମଉ-ପ୍ରୟାଗରାଜ ରାମବାଗ ସ୍ପେଶାଲ ଟ୍ରେନ (ଟ୍ରେନ ନମ୍ବର ୦୫୧୩୭) ମଉ ପରିବର୍ତ୍ତେ ବାରାଣାସୀ ଷ୍ଟେସନ ଠାରୁ ଚଳାଚଳ କରିବ।

  • ୧୦ ଏବଂ ୧୧ ଫେବୃଆରୀରେ ବଲିଆ ପରିବର୍ତ୍ତେ ଛାପ୍ରା ଷ୍ଟେସନ ଠାରୁ ଚଳାଚଳ କରିବ ବଲିଆ-ସିୟାଲଦା ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୩୧୦୬)।