ଦୁନିଆର ସବୁଠୁ ଦାମୀ ମେଣ୍ଢା `ଡବଲ୍ ଡାଇମଣ୍ଡ`, ନିଲାମୀ ମୂଲ୍ୟ `୩.୫ କୋଟି`
ଟେକ୍ସେଲର ଏକ ଛୋଟ ଦ୍ୱୀପରେ ଏହି ପ୍ରଜାତିର ମେଣ୍ଢାଙ୍କୁ ପାଳନ କରାଯାଏ । ଏହି ମେଣ୍ଢା ସାଧାରଣତଃ ଳକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥାନ୍ତି ।
ସ୍କଟଲ୍ୟାଣ୍ଡରେ 'ଡବଲ୍ ଡାଇମଣ୍ଡ' (Double Diamond) ନାମକ ଏହି ମେଣ୍ଡା ଦୁନିଆର ସବୁଠୁ ଦାମୀ ମେଣ୍ଢା । ଏହି ମେଣ୍ଢାକୁ ଏବେ ନିଲାମ କରାଯାଇଛି । ଯାହାର ମୂଲ୍ୟ ସ୍କଟଲ୍ୟାଣ୍ଡର ମୁଦ୍ରା (Scotland Currency) ଅନୁସାରେ ୩,୬୫,୦୦୦ ହଜାର ପାଉଣ୍ଡ, ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୩.୫ କୋଟି ଟଙ୍କା । ମୁଖ୍ୟ କଥା ହେଉଛି ଏହା ଦୁନିଆର ସବୁଠୁ ଦାମୀ ମେଣ୍ଢା ଭାବେ ଉଭା ହୋଇଛି । ଟେକ୍ସେଲ ପ୍ରଜାତିର ଏହି ମେଣ୍ଢାକୁ ବ୍ରିଟେନର ସ୍କଟଲ୍ୟାଣ୍ଡ ନ୍ୟାସନାଲ ଟେକ୍ସେଲ୍ ସେଲର ୩ ଜଣ କୃଷକଙ୍କୁ ବିକ୍ରି କରାଯାଇଛି । ଏହା ପୂର୍ବରୁ ବ୍ରିଟେନରେ 'ରିକାର୍ଡ' ନାମକ ଏକ ମେଣ୍ଢା ୨୦୦୯ ଅଗଷ୍ଟରେ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥିଲା । ଏହାକୁ ଚାର୍ଲି ବୋଡେନ୍ ବ୍ୟକ୍ତି ନିଲାମ କରିଥିଲେ ।
ଆପଣଙ୍କୁ ଜଣାଇ ଦେଉଛୁ ଯେ ନେଦରଲ୍ୟାଣ୍ଡରେ ମାଂସର ଗୁଣବତ୍ତା ହେତୁ ଟେକ୍ସେଲ ପ୍ରଜାତିର ମେଣ୍ଢା (Taxel Breed Sheep) ଖୁବ ଲୋକପ୍ରିୟ । ଟେକ୍ସେଲର ଏକ ଛୋଟ ଦ୍ୱୀପରେ ଏହି ପ୍ରଜାତିର ମେଣ୍ଢାଙ୍କୁ ପାଳନ କରାଯାଏ । ଏହି ମେଣ୍ଢା ସାଧାରଣତଃ ଳକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥାନ୍ତି । ବ୍ରିଟେନରେ ଏହି ମେଣ୍ଢାଙ୍କ ମୂଲ୍ୟ ପ୍ରାୟତଃ ୧୦୦ ପାଉଣ୍ଡରୁ ଉର୍ଦ୍ଧ୍ୱ ହୋଇଥାଏ । ହେଲେ ଉଚ୍ଚ ଗୁଣବତ୍ତା ଥିବା ମେଣ୍ଢାଙ୍କୁ ପ୍ରଜନନ ଲାଗି ବ୍ୟବହାର କରାଯାଏ । ଏପରି ମେଣ୍ଢାର ସର୍ବନିମ୍ନ ବିକ୍ରି ମୂଲ୍ୟ ୧୦,୫୦୦ ପାଉଣ୍ଡରୁ ଆରମ୍ଭ ହୋଇଥାଏ । ନିଲାମ ଡାକୁ ଡାକୁ ଏଥର ସାଢ଼େ ତିନି କୋଟି ପାର କରିଛି 'ଡବଲ୍ ଡାଇମଣ୍ଡ' ମେଣ୍ଢାର ଦର । ଭାରତୀୟ ମୁଦ୍ରା ଅନୁସାରେ ସ୍କଟଲ୍ୟାଣ୍ଡର ମେଣ୍ଢାର ବିକ୍ରିମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଆରମ୍ଭ ହୋଇଥାଏ ।