ନୂଆଦିଲ୍ଲୀ: ଜୁନିଅର ରେସଲର ସାଗର ଧନଖର (Sagar Dhankhar) ହତ୍ୟା ମାମଲାରେ ଅଭିଯୁକ୍ତ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର (Sushil Kumar) ବର୍ତ୍ତମାନ ତିହାର ଜେଲ୍ (Tihar Jail) ପ୍ରଶାସନକୁ ତାଙ୍କ ସେଲରେ ଟିଭି ଲଗାଇବାକୁ ଦାବି କରିଛନ୍ତି । ସୁଶୀଲ କୁମାର ତିହାର ଜେଲ ପ୍ରଶାସନକୁ ଏକ ଆପ୍ଲିକେସନ ଲେଖି କହିଛନ୍ତି ଯେ ସେ ଯେଉଁ ସେଲରେ ବନ୍ଦ ଅଛନ୍ତି ସେଠାରେ ସେ କେବଳ ଏକମାତ୍ର ବନ୍ଦୀ, ତେଣୁ ସେ ଏକୁଟିଆ ଅନୁଭବ କରୁଛନ୍ତି । ତେଣୁ TV ର ସୁବିଧା ଉପଲବ୍ଧ ହେବା ଉଚିତ, ଯାହା ଦ୍ୱାରା ସେ କୁସ୍ତି ଖେଳରେ କଣ ଚାଲିଛି ସେ ସମ୍ବନ୍ଧରେ ମଧ୍ୟ ଅବଗତ ହୋଇପାରିବେ ।


COMMERCIAL BREAK
SCROLL TO CONTINUE READING

ସୁଶୀଲ କୁମାର ଦେଲେ ଆପ୍ଲିକେସନ
ତିହାର ଜେଲର ଡିଜି ସନ୍ଦୀପ ଗୋୟଲ (Sandeep Goel) କହିଛନ୍ତି ଯେ ରେସଲର (Wrestler) ସୁଶୀଲଙ୍କ ଠାରୁ ଜେଲ ପ୍ରଶାସନ ଏକ ଆପ୍ଲିକେସନ ଗ୍ରହଣ କରିଛି ଯେଉଁଥିରେ ସେ ଟିଭି ସ୍ଥାପନ କରିବାକୁ ସେ ଦାବି କରିଛନ୍ତି ।


ଅଧିକ ପଢ଼ନ୍ତୁ: ପିଏମ ମୋଦୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ, ଡାକ୍ତରମାନଙ୍କୁ ଭାରତ ରତ୍ନ ଦେବାକୁ କଲେ ଦାବି


ହାଇ ସିକ୍ୟୁରିଟି ସେଲରେ ଅଛନ୍ତି ସୁଶୀଲ
ଜେଲ ପ୍ରଶାସନ କହିଛି ଯେ ସୁଶୀଲ କୁମାରଙ୍କୁ ଦୁଇ ନମ୍ବର ଜେଲରେ ରଖାଯାଇଛି ଓ ସୁରକ୍ଷା ପାଇଁ ତାଙ୍କୁ ହାଇ ସିକ୍ୟୁରିଟି ସେଲରେ ରଖାଯାଇଛି । ଏହି କାରଣରୁ ସୁଶୀଲ ରଖାଯାଇଥିବା କୋଠରୀରେ ଅନ୍ୟ କଏଦୀଙ୍କୁ ରଖାଯାଇ ନାହିଁ । ଏପର୍ଯ୍ୟନ୍ତ ସୁଶୀଲ କୁମାରଙ୍କ ଆପ୍ଲିକେସନ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।


ମାଣ୍ଡୋଲି ଜେଲରେ ଥିବାବେଳେ କରିଥିଲେ ପ୍ରୋଟିନ୍ ଡାଏଟ୍ ପାଇଁ ଦାବି 
ଜେଲ ପ୍ରଶାସନ ପାଖରେ ରେସଲର ସୁଶୀଲ କୁମାରଙ୍କ ଏହା ପ୍ରଥମ ଦାବି ନୁହେଁ । ଏହାପୂର୍ବରୁ ଯେତେବେଳେ ସୁଶୀଲ କୁମାରଙ୍କୁ ଗିରଫ କରାଯିବା ପରେ ମାଣ୍ଡୋଲି ଜେଲକୁ ପଠାଯାଇଥିଲା, ସେତେବେଳେ ସୁଶୀଲ କୁମାର ହାଇ ପ୍ରୋଟିନ୍ ଯୁକ୍ତ ଡାଏଟ୍ ପାଇଁ ଦାବି କରିଥିଲେ, ଯାହାକୁ ଜେଲ୍ ପ୍ରଶାସନ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା ।


ଅଧିକ ପଢ଼ନ୍ତୁ: ଭଲ ଖବର! ଜନ ଧନ ଆକାଉଣ୍ଟଧାରୀଙ୍କୁ ମିଳିବ ୧.୩ ଲକ୍ଷ ଟଙ୍କା, ଜାଣନ୍ତୁ କିପରି?


୪-୫ ମେ ରାତିରେ ଛତ୍ରସାଲ ଷ୍ଟାଡିୟମରେ ହୋଇଥିଲା ସାଗରଙ୍କ ହତ୍ୟା
ରେସଲର ସୁଶୀଲ କୁମାର ଓ ତାଙ୍କର ଅନେକ ସାଥୀଙ୍କ ସହ ଜୁନିୟର ରେସଲର ସାଗର ଧନଖର ଓ ତାଙ୍କ ସହଯୋଗୀ ସୋନୁ ମହଲଙ୍କୁ ୪ ଓ ୫ ମଇ ମଧ୍ୟବର୍ତ୍ତୀ ରାତିରେ ଛତ୍ରସାଲ ଷ୍ଟାଡିୟମରେ ନିର୍ଘାତ ଭାବରେ ପିଟିଥିଲେ । ଏହି ଆକ୍ରମଣରେ ସାଗର ଧନଖରଙ୍କ ମୃତ୍ୟୁ ଘଟିଛି ।