PM Jan-Dhan Account: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY) ଅଧୀନରେ ଆକାଉଣ୍ଟଧାରୀମାନଙ୍କୁ ୧.୩୦ ଲକ୍ଷ ଟଙ୍କାର ଲାଭ ମିଳିଥାଏ । ଏହି ଯୋଜନାରେ ଦୁର୍ଘଟଣା ବୀମା ମଧ୍ୟ ଦିଆଯାଇଥାଏ ।
Trending Photos
ନୂଆଦିଲ୍ଲୀ: ଯଦି ଆପଣ ଜନ ଧନ ଆକାଉଣ୍ଟ (Jan Dhan Account) ଖୋଲିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଜନ ଧନ ଆକାଉଣ୍ଟଧାରୀମାନେ କେନ୍ଦ୍ର ସରକାରଙ୍କ (Central government) ଠାରୁ 1.30 ଲକ୍ଷ ଟଙ୍କାର ଲାଭ ମିଳିଥାଏ । ଯଦି ଆପଣ ମଧ୍ୟ ଏହାର ଫାଇଦା ନେବାକୁ ଚାହାଁନ୍ତି, ତେବେ ଆଜି ଏହି ଯୋଜନାରେ ପଞ୍ଜିକରଣ କରନ୍ତୁ । ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନା (Pradhan Mantri Jan Dhan Yojana- PMJDY) ଅଧୀନରେ ଗ୍ରାହକମାନେ ଅନେକ ପ୍ରକାରର ଆର୍ଥିକ ସହାୟତା ପାଇଥାନ୍ତି । ଆପଣ ମଧ୍ୟ ୧.୩୦ ଲକ୍ଷ ଟଙ୍କାର ଲାଭ ଉଠାଇ ପାରିବେ-
ଏହି ଉପାୟରେ ଆପଣ ୧.୩୦ ଲକ୍ଷ ଟଙ୍କାର ଲାଭ ପାଇପାରିବେ
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ଖୋଲାଯାଇଥିବା ଆକାଉଣ୍ଟରେ ମୋଟ ୧.୩୦ ଲକ୍ଷ ଟଙ୍କାର ଲାଭ ଆକାଉଣ୍ଟଧାରୀଙ୍କୁ ଦିଆଯାଉଛି । ଏଥିରେ ଦୁର୍ଘଟଣା ବୀମା ମଧ୍ୟ ଦମିଳିଥାଏ । ଆକାଉଣ୍ଟଧାରୀଙ୍କୁ ୩୦,୦୦୦ ଟଙ୍କାର ସାଧାରଣ ବୀମା ସହିତ ୧,୦୦,୦୦୦ ଟଙ୍କା ଦୁର୍ଘଟଣା ବୀମା ଦିଆଯାଏ । ଏପରି ପରିସ୍ଥିତିରେ ଯଦି ଆକାଉଣ୍ଟଧାରୀଙ୍କର ଦୁର୍ଘଟଣା ଘଟେ, ତେବେ ୩୦,୦୦୦ ଟଙ୍କା ଦିଆଯାଏ । ଯଦି ଏହି ଦୁର୍ଘଟଣାରେ ଆକାଉଣ୍ଟଧାରୀଙ୍କର ମୃତ୍ୟୁ ହୁଏ, ତେବେ ଏକ ଲକ୍ଷ ଟଙ୍କା ଦିଆଯାଏ, ଅର୍ଥାତ୍ ମୋଟ ୧.୩୦ ଲକ୍ଷ ଟଙ୍କା ଲାଭ ମିଳିଥାଏ ।
ଅଧିକ ପଢ଼ନ୍ତୁ: 'Superwomen’ ହେଲେ ମନ୍ଧାନା, ଆକାଶରେ ଉଡି ଧରିଲେ ଆଶ୍ଚର୍ଯ୍ୟଜନକ କ୍ୟାଚ୍, ଦେଖନ୍ତୁ Viral Video
ଜନ ଧନ ଆକାଉଣ୍ଟ କ’ଣ?
ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା (PMJDY) ହେଉଛି ସବୁଠାରୁ ଉଚ୍ଚାଭିଳାଷୀ ଆର୍ଥିକ କାର୍ଯ୍ୟକ୍ରମ ଯାହା ବ୍ୟାଙ୍କିଙ୍ଗ / ସଞ୍ଚୟ ଓ ଜମା ଖାତା, ଟଙ୍କା ପଠାଇବା, ଋଣ, ବୀମା, ପେନ୍ସନ୍କୁ ସୁନିଶ୍ଚିତ କରେ । ଏହି ଆକାଉଣ୍ଟକୁ ଯେକୌଣସି ବ୍ୟାଙ୍କ ଶାଖା କିମ୍ବା ବ୍ୟବସାୟ ସମ୍ବାଦଦାତା ଆଉଟଲେଟରେ ଖୋଲାଯାଇପାରିବ । ଜିରୋ ବାଲାନ୍ସରେ ମଧ୍ୟ PMJDY ଆକାଉଣ୍ଟ ଖୋଲିଥାଏ ।
ଅଧିକ ପଢ଼ନ୍ତୁ: Govt Jobs: ରେଲୱେ ବାହାର କଲା ଷ୍ଟେସନ ମାଷ୍ଟର ପାଇଁ ନିଯୁକ୍ତି, ଏହିପରି କରନ୍ତୁ ଆବେଦନ
କିପରି ଖୋଲିବେ ଆକାଉଣ୍ଟ?
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକରେ ଏହି ଆକାଉଣ୍ଟ ଅଧିକ ଖୋଲାଯାଇଛି । କିନ୍ତୁ, ଯଦି ଆପଣ ଚାହାଁନ୍ତି, ଆପଣ ଆପଣଙ୍କର ଜନ ଧନ ଆକାଉଣ୍ଟକୁ ଏକ ଘରୋଇ ବ୍ୟାଙ୍କରେ ମଧ୍ୟ ଖୋଲିପାରିବେ । ଯଦି ଆପଣଙ୍କର ଅନ୍ୟ କୌଣସି ସଞ୍ଚୟ ଆକାଉଣ୍ଟ ଅଛି ତେବେ ଆପଣ ଏହାକୁ ଜନ ଧନ ଆକାଉଣ୍ଟରେ ମଧ୍ୟ ରୂପାନ୍ତର କରିପାରିବେ । ଭାରତରେ ରହୁଥିବା ଯେକୌଣସି ନାଗରିକ, ଯାହାର ବୟସ ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ସେ ଜାନ ଧନ ଆକାଉଣ୍ଟ ଖୋଲିପାରିବେ ।