ଇସଲାମାବାଦ: ଗଣମାଧ୍ୟମ ପ୍ରତିନିଧିଙ୍କୁ ପାକିସ୍ତାନ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧରୀ କରିଥିବା କଟାକ୍ଷ ଉପରେ ଜବାବ ଦେଇଛନ୍ତି ସାମ୍ବାଦିକ। ଏନେଇ ଟ୍ୱିଟ କରି ପାକିସ୍ତାନୀ ସାମ୍ବାଦିକ ହମୀଦ ମୀର କହିଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବ ନେ ଦେଇ ମନ୍ତ୍ରୀ ସେମାନଙ୍କୁ ନୀଚ୍ଚା ଦେଖାଇବାକୁ ଚେଷ୍ଟା କରିଛନ୍ତି।  


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ପାକିସ୍ତାନୀ ମିଡି଼ଆରେ ଇମ୍ରାନ ଖାନଙ୍କ ବେଗମ ବୁଶରା ବିବି ଏବଂ ତାଙ୍କ ବନ୍ଧୁ ଫରାହ ଖାନଙ୍କ ଦୁର୍ନୀତି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନୀ ସାମ୍ବାଦିକ ଏ ମାମଲାରେ ଇମ୍ରାନ ସରକାରଙ୍କ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚରୁଛନ୍ତି। ଏହି ପ୍ରସଙ୍ଗରେ ଇମ୍ରାନ ଖାନଙ୍କ ଅତି ଘନିଷ୍ଠ ବନ୍ଧୁ ଫୱାଦ୍ ଚୌଧରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା। ହେଲେ ନିଜର ଶୀତଳତା ହରାଇ ସାମ୍ବାଦିକଙ୍କୁ ଭଡାରେ ଆସିଥିବା ଲୋକ ବୋଲି କଟାକ୍ଷ କରିବାକୁ ପଛାଇନଥିଲେ ମନ୍ତ୍ରୀ ଫୱାଦ୍ ଚୌଧରୀ। 


ମନ୍ତ୍ରୀଙ୍କ କଟାକ୍ଷ ଉପରେ ଜବାବ ରଖି  ପାକିସ୍ତାନୀ ସାମ୍ବାଦିକ ହମୀଦ ମୀର କହିଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ ମନ୍ତ୍ରୀ ନୀଚ୍ଚ ଦେଖାଇବାକୁ ଚେଷ୍ଟା କରିଛନ୍ତି। ହେଲେ ଫୱାଦ୍ ଚୌଧରୀ ଭୁଲି ଯାଉଛନ୍ତି ଯେ ସେ ଏବେ ମନ୍ତ୍ରୀପଦରେ ନାହାଁନ୍ତି। ଗଣମାଧ୍ୟମ ପ୍ରତିନିଧି ତାଙ୍କୁ କେବଳ ଫରାହ ଖାନଙ୍କ ବାବଦରେ ପ୍ରଶ୍ନ କରିଥିଲେ।  ହେଲେ ସେ କେବେ ଏହି ପ୍ରଶ୍ନର ଜବାବ ଦେବାକୁ ଚାହୁଁନଥିଲେ। 


Also Read: 'ସାମ୍ବାଦିକ ହେଉଛନ୍ତି ଭଡ଼ାରେ ଆସିଥିବା ଲୋକ'


ଗଣମାଧ୍ୟମକୁ ସମ୍ବୋଧିତ କରିବାକୁ ଆସିଥିଲେ ଫୱାଦ୍ ଚୌଧରୀ। ମାତ୍ର  ଯେତେବେଳେ ତାଙ୍କୁ ସାମ୍ବାଦିକ ବୁଶରା ବିବିଙ୍କ ବନ୍ଧୁ ଫରାହ ଖାନଙ୍କ ବାବଦରେ ପ୍ରଶ୍ନ କରିଥିଲେ ସେତେବେଳେ ସେ ଏହାର ଜବାବ ଦେବା ପରିବର୍ତ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଭଡ଼ାରେ ଆସିଥିବା ଲୋକ ବୋଲି କଟାକ୍ଷ କରିଥିଲେ। ହେଲେ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିବାଦ ଉପୁଜିବା ପରେ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଲାଗି କହିଥିଲେ କହିଥିଲେ ସାମ୍ବାଦିକ। ମାତ୍ର କ୍ଷମା ପ୍ରାର୍ଥନା କରିବାକୁ ରୋକଠୋକ ମନା କରିଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମତିଉଲ୍ଲାହ ନାମକ ଜଣେ ସାମ୍ବାଦିକଙ୍କ ସହ ମୁହାଁମୁହିଁ ହୋଇଥିଲେ ଫୱାଦ ଚୌଧୁରୀ। 


ସାମ୍ବାଦିକଙ୍କୁ କଟାକ୍ଷ କରି ଫୱାଦ ଚୌଧୁରୀ କହିଥିଲେ ଟଙ୍କା ନେଇ କାହିଁକି ପ୍ରଶ୍ନ ପଚାରୁଛ। ଗଣମାଧ୍ୟମ ପ୍ରତିନିଧି ହେଉଛନ୍ତି ଭଡ଼ାରେ ଆସିଥିବା ଲୋକ। ଅନ୍ୟପଟେ କଟାକ୍ଷ ଉପରେ ଫୱାଦ ଚୌଧୁରୀଙ୍କୁ  ଜବାବ ଦେଇ ମତିଉଲ୍ଲାହ କହିଥିଲେ ଆପଣ ଆପଣ ସେନାର ବେତନରେ ଅଛ। ଆପଣ ମଧ୍ୟ ଭଡ଼ାରେ ଆସିଥିବା ଲୋକ। 


ଯେତେବେଳେ ପାକିସ୍ତାନର ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ୍ ଚୌଧୁରୀ ମୁହଁ ଖୋଲନ୍ତି ସେତେବେଳେ ବିବାଦ ହୋଇଯାଏ।  କେବଳ ତାଙ୍କ ଦେଶ ସହ ଜଡିତ ପ୍ରଶ୍ନ ନୁହେଁ ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମହିମା ମଣ୍ଡନ କରି ବିବାଦୀୟ ହୋଇପଡିଛନ୍ତି ସେ।