WhatsApp new rules : ଆପଣ ଏହିସବୁ ଫୋନ୍ ବ୍ୟବହାର କରୁଛନ୍ତି କି ? ତାହେଲେ ଆଜିହିଁ ବଦଳାଇ ଦିଅନ୍ତୁ।
WhatsApp stop working on old Android phone : ଆପଣ ପୁରୁଣା ଫୋନ୍ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ ହୋଇଜାନ୍ତୁ। ଜାଣନ୍ତୁ କେଉଁ ଫୋନ୍ ଅନ୍ତର୍ଭୁକ୍ତ ରହିଛି..
WhatsApp new rules : ଆପଣ ପୁରୁଣା ଫୋନ୍ ବ୍ୟବହାର କରୁଛନ୍ତି କି ତେବେ ସାବଧାନ ହୋଇଜାନ୍ତୁ। ହ୍ବାଟସ୍ଆପ୍ ତାର ସେବାରେ କିଛି ପରିବର୍ତ୍ତନ କରିବାକୁ ଯାଉଛି।ତେବେ ଯେଉଁମାନେ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଦ୍ବାରା ପରିଚାଳିତ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ସେମାନେ ଏହା ଦ୍ବାରା ପ୍ରଭାବିତ ହେବେ।
ସୁଚନା ଅନୁଯାୟୀ ପ୍ରାୟ ୩୫ଟି ପୁରୁଣା ସ୍ମାର୍ଟଫୋନ୍ରେ ହ୍ବାଟସ୍ଆପ୍ କାମ କରିବ ନାହିଁ। କମ୍ପାନି ପୁରୁଣା ଫୋନ୍ଗୁଡ଼ିକୁ ଯେଉଁ ସମର୍ଥନ ଦେଉଥିଲା ତାହା ବନ୍ଦ କରିଦେବ।ଆଣ୍ଡ୍ରଏଡ୍ ୫.୦ ଓ ଆଇଓଏସ୍ ୧୨ କିମ୍ବା ତା’ଠାରୁ ଅଧିକ ପୁରୁଣା ଅପରେଟିଂ ସିଷ୍ଟମ୍ ଥିବା ଫୋନ୍ରେ ହ୍ବାଟସ୍ଆପ୍ କାମ କରିବ ନାହିଁ ।
ସେହି ଫୋନ୍ଗୁଡ଼ିକ ହେଉଛି ସାମସଙ୍ଗ ଗାଲାକ୍ସି ଏସିଇ ପ୍ଲସ୍, ସାମସଙ୍ଗ ଗାଲାକ୍ସି କୋର୍, ସାମସଙ୍ଗ ଗାଲାକ୍ସି ଏକ୍ସପ୍ରେସ୍ ୨, ସାମସଙ୍ଗ ଗାଲାକ୍ସି ଗ୍ରାଣ୍ଡ, ସାମସଙ୍ଗ ଗାଲାକ୍ସି ନୋଟ୍ ୩, ସାମସଙ୍ଗ ଗାଲାକ୍ସି ଏସ୍୩ ମିନି, ସାମସଙ୍ଗ ଗାଲାକ୍ସି ଏସ୍୪ ଆକ୍ଟିଭ୍, ସାମସଙ୍ଗ ଗାଲାକ୍ସି ଏସ୍୪ ମିନି, ସାମସଙ୍ଗ ଗାଲାକ୍ସି ଏସ୍୪ ଜୁମ୍, ମୋଟୋରୋଲା ମୋଟୋଜି, ମୋଟୋରୋଲା ମୋଟୋ ଏକ୍ସ, ଆଇଫୋନ୍ ୫, ଆଇଫୋନ୍ ୬, ଆଇଫୋନ୍ ୬ଏସ୍, ଆଇଫୋନ୍ ୬ଏସ୍ ପ୍ଲସ୍, ଆଇଫୋନ୍ ଏସ୍ଇ, ହୁୱେଇ ଆସେଣ୍ଡ ଜି୫୨୫, ହୁୱେଇ ସି୧୯୯, ଲିନୋଭୋ ପି୭୦, ଲିନୋଭୋ ଏ୮୨୦, ସୋନି ଏକ୍ସପେରିଆ ଜେଡ୧, ସୋନି ଏକ୍ସପେରିଆ ଇ୩, ସୋନି ଏକ୍ସପେରିଆ ଏମ୍, ଏଲ୍ଜି ଅପ୍ଟିମସ୍ ୪ଏକ୍ସ ଏଚ୍ଡି, ଏଲ୍ଜି ଅପ୍ଟିମସ୍ ଜି, ଏଲ୍ଜି ଅପ୍ଟିମସ୍ ଜି ପ୍ରୋ ଓ ଏଲ୍ଜି ଅପ୍ଟିମସ୍ ଏଲ୍୭।
ତେବେ ଆପଣ ଯଦି ଏହି ଫୋନ୍ ବ୍ୟବହାର କରୁଛନ୍ତି ତାହେଲେ ଯଥାଶୀଘ୍ର ବଦଳାଇ ଦିଅନ୍ତୁ।ନହେଲେ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।