Zee MD and CEO Punit Goenka: ମୁମ୍ବାଇ ଠାରେ ଆନ୍ତର୍ଜାତୀୟ ବିଜ୍ଞାପନ ସଂଘ ଆୟୋଜିତ ହୋଇଥିବା ନେତୃତ୍ୱ ସମ୍ମାନ (Leadership Awards) ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନୀତ ଗୋଏଙ୍କାଙ୍କୁ ପ୍ରତିଷ୍ଠିତ Game Changer of the Year ସମ୍ମାନରେ ସମ୍ନାନିତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ବିକାଶରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏକ ବର୍ଷ ମଧ୍ୟରେ ZEE ର ସଫଳତାର କାହାଣୀ ଲେଖିବାର ଶ୍ରେୟ ତାଙ୍କୁ ଦିଆଯାଇଛି। ଯେଉଁଥିରେ ସମସ୍ତ କ୍ଷେତ୍ରରେ ବ୍ୟବସାୟିକ ସ୍ଥିରତା ଏବଂ ଚମତ୍କାରତାକୁ ପରୀକ୍ଷା କରାଯାଇଛି।


ଏହି ପୁରସ୍କାରର ଶ୍ରେୟ ସମସ୍ତ ଦଳକୁ ପ୍ରଦାନ କରି ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନୀତ ଗୋଏଙ୍କା  କହିଛନ୍ତି, “ଏହା କେବଳ ଉତ୍ସାହ ନୁହେଁ ବରଂ ଏକ ଦୃଢ ନିୟମ ଯେ ଆମେ ପ୍ରକୃତରେ ସଠିକ୍ ପଦକ୍ଷେପ ନେଉଛୁ ଏବଂ ଆଗକୁ ବଢୁଛୁ। ଏହି ବିଜୟ Zee ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିକଟକୁ ଯାଉଛି ଯିଏ କ୍ରମାଗତ ଭାବରେ ଆମର ଅଂଶୀଦାରଙ୍କ ସଫଳତା ଏବଂ ଆଗ୍ରହ ପାଇଁ ଉଚ୍ଚ ମୂଲ୍ୟ ସୃଷ୍ଟି କରିବାକୁ ଚେଷ୍ଟା କରିଆସୁଛି। ”


ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନୀତ ଗୋଏଙ୍କା ଯେ କେବଳ ଗୁଣାତ୍ମକ ମନୋରଞ୍ଜନ ବିଷୟବସ୍ତୁ ସୃଷ୍ଟି କରି ମାଜରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ସହ କମ୍ପାନୀର କାର୍ଯ୍ୟଦକ୍ଷତା ବଢାଇବା ଏବଂ ବ୍ୟବସାୟକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଦିଗରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି।


ଗଣମାଧ୍ୟମ ଜଗତରେ ତାଙ୍କର ଭବିଷ୍ୟତ ଦୃଷ୍ଟିକୋଣ Zee କୁ ମନୋରଞ୍ଜନ କ୍ଷେତ୍ରରେ ଏକ ଅଗ୍ରଣୀ ହେବାକୁ ସକ୍ଷମ କରିଛି। ଯାହା କମ୍ପାନୀକୁ ବିଶ୍ୱସ୍ତରୀୟ ସ୍ଥିତି ହାସଲ କରିବାରେ ସହାୟକ ହୋଇଛି। ତାଙ୍କ ଦକ୍ଷ ନେତୃତ୍ୱରେ Zee ବିଶ୍ୱର ୧୯୦ ଦେଶରେ ଏକ ଉପସ୍ଥିତି ପଞ୍ଜୀକରଣ କରିଛି। ଏହା ସଫଳତାର ସହ ଆନ୍ତର୍ଜାତୀୟ ବଜାରରେ ବିସ୍ତାର ହୋଇଛି। ବର୍ତ୍ତମାନ ସମସ୍ତ ପ୍ଲାଟଫର୍ମରେ ୧.୩ ବିଲିୟନ ଦର୍ଶକଙ୍କ ନିକଟରେ ପହଞ୍ଚିଛି Zee।