ନୂଆଦିଲ୍ଲୀ: ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡର ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ର ଏବଂ ପୁଣେ ଗୋଏଙ୍କାଙ୍କ ବିଷୟରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛି। ବର୍ତ୍ତମାନ ଏହି ନିର୍ଦ୍ଦେଶରେ ZEEL ଅଧ୍ୟକ୍ଷ ଆର ଗୋପାଳଙ୍କ ତରଫରୁ ଏକ ସରକାରୀ ଉତ୍ତର ଦିଆଯାଇଛି। ଏହି ଉତ୍ତରରେ ZEEL ହିତାଧିକାରୀଙ୍କ ସ୍ୱାର୍ଥ ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇ ଏହାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛି।


COMMERCIAL BREAK
SCROLL TO CONTINUE READING

ZEEL ଏହାର ଅଫିସିଆଲ୍ ଉତ୍ତରରେ କହିଛି କି ZEELର ବୋର୍ଡ ଅଫ ଡାଇରେକ୍ଟର ସେବି ତରଫରୁ ଜାରି ହୋଇଥିବା ଡ. ସୁଭାଷ ଚନ୍ଦ୍ରା ଓ ପୁନିତ ଗୋଏଙ୍କାଙ୍କ ଆଦେଶ ଏକତରଫା ରହିଛି। ଏହି ଆଦେଶକୁ ବୋର୍ଡ ଯାଞ୍ଚ କରିଛି। ବୋର୍ଡ ଏହି ଆଦେଶ ଉପରେ ବିସ୍ତୃତ ଭାବେ ସମୀକ୍ଷା କରୁଛି। ବୋର୍ଡ ଏନେଇ ଆଇନର ଆଶ୍ରୟ ନେଉଛି। ଆଇନ ଅନୁଯାୟୀ ବୋର୍ଡ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି zeel ପକ୍ଷରୁ କୁହାଯାଇଛି। 


ବୋର୍ଡ ଚେୟାରମ୍ୟାନ ଆର ଗୋପାଳନ ଆଧିକାରିକ ଭାବେ କହିଛନ୍ତି କି ପ୍ରତିବର୍ଷ ଆମର ଧ୍ୟାନ ଅଂଶୀଦାରମାନଙ୍କ ମୂଲ୍ୟ ବୃଦ୍ଧି ଉପରେ ରହିଆସିଛି ଏବଂ ରଣନୀତିକ ଲକ୍ଷ୍ୟ ହାସଲ କରିବା ଓ ଭବିଷ୍ୟତ ପାଇଁ ଆମର ପ୍ରାଥମିକତା ସ୍ଥିର କରିବାରେ କମ୍ପାନୀ ବୋର୍ଡ ସର୍ବଦା କାର୍ଯ୍ୟ କରିଆସୁଛି। କମ୍ପାନୀର ତଥା ଏହାର ସମସ୍ତ ମୂଲ୍ୟବାନ ଅଂଶୀଦାରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


ସେ ଆହୁରି ମଧ୍ୟ କହିଛନ୍ତି ଡକ୍ଟର ସୁଭାଷ ଚନ୍ଦ୍ରଙ୍କ କମ୍ପାନୀର ପ୍ରତିଷ୍ଠାତା ତଥା ପୁନୀତ ଗୋଏଙ୍କାଙ୍କ ନେତୃତ୍ୱରେ କମ୍ପାନୀର ଅଭିବୃଦ୍ଧି ତଥା ମୂଲ୍ୟକୁ ବୋର୍ଡ ସ୍ୱୀକୃତି ଦେଇଛି। ବୋର୍ଡ ନିଶ୍ଚିତ ଯେ କମ୍ପାନୀ ଏହାର ଭବିଷ୍ୟତ ଲକ୍ଷ୍ୟ ହାସଲ କରିବା ଜାରି ରଖିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କମ୍ପାନୀ ଏହାର ସମସ୍ତ ହିତାଧିକାରୀଙ୍କ ସ୍ୱାର୍ଥକୁ ଶୀର୍ଷରେ ରଖିବ।


Also Read: Gold Rate: ଗ୍ରାହକଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବୃହତ ହ୍ରାସ ପରେ ସୁନା ଦର ୩୫ ହଜାର ଟଙ୍କାରେ ପହଞ୍ଚିଲା !