New ITR forms:


COMMERCIAL BREAK
SCROLL TO CONTINUE READING

ନୂଆ ବର୍ଷ ର ଠିକ୍ ପୂର୍ବରୁ ଆୟକର ବିଭାଗ ନୂଆ ଆଇଟିଆର ଫର୍ମ ଜାରି କରିଛି । ଏବେ ସରକାର ଆପଣଙ୍କ ନଗଦ କାରବାର ଉପରେ ମଧ୍ୟ ନଜର ରଖିବେ, କାରଣ ଆପଣଙ୍କୁ ଏହାର ବିବରଣୀ ଫର୍ମରେ ଦେବାକୁ ପଡିବ ।


ନୂଆ ବର୍ଷରେ ଆପଣଙ୍କୁ ବଡ଼ ଝଟକା ଲାଗିପାରେ। କାରଣ ସରକାର  ଆପଣଙ୍କ ନଗଦ କାରବାର ଉପରେ ମଧ୍ୟ ନଜର ରଖିବାକୁ ମନ ସ୍ଥିର କରିଛନ୍ତି। ନିକଟରେ ଆୟକର ବିଭାଗ ନୂଆ ଆଇଟିଆର ଫର୍ମ ଜାରି କରିଛି। ଏଥିରେ ଆପଣଙ୍କୁ ନିଜର ନଗଦ କାରବାରର ବିବରଣୀ ଦେବାକୁ ପଡିବ । କେବଳ ଏତିକି ନୁହେଁ, ଆପଣଙ୍କୁ ସାରା ଦେଶରେ ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଦେବାକୁ ପଡିବ ଏବଂ ଏହି ଫର୍ମରେ ଏହି ସୂଚନା ପୂରଣ କରିବା ମଧ୍ୟ ବାଧ୍ୟତାମୂଳକ ହେବ ।


କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ୨୦୨୪-୨୫ ଆକଳନ ବର୍ଷ ପାଇଁ ନୂଆ ଆଇଟିଆର ଫର୍ମ ଜାରି କରିଛି। ଗତବର୍ଷ ଫେବ୍ରୁଆରିମାସରେ ନୂଆ ଆଇଟିଆର ଫର୍ମ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥର ଡିସେମ୍ବରରେ ହିଁ ଆସିଛି। ଆୟକର ଭାଷାରେ ୨୦୨୪-୨୫ ଆକଳନ ବର୍ଷ ପାଇଁ ଜାରି ହୋଇଥିବା ଫର୍ମର ଅର୍ଥ ହେଉଛି ଆପଣ ୨୦୨୩-୨୪ ଆର୍ଥିକ ବର୍ଷରେ ନିଜର ରୋଜଗାରର ବିବରଣୀ ଫର୍ମରେ ପୂରଣ କରିବେ।


ବ୍ୟାଙ୍କ ବାଲାନ୍ସ ବିବରଣୀ


ଦେଶରେ ନଗଦ କାରବାରକୁ ନିରୁତ୍ସାହିତ କରିବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ତେଣୁ ଗୋଟିଏ ଦିନରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ନେବାର ସୀମା ଧାର୍ଯ୍ୟ କରାଯାଇଛି। ଏଥିସହିତ ସାରା ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା କାର୍ଯ୍ୟ ଜାରି ରହିଛି। ଏବେ ଆଇଟିଆର ଫର୍ମରେ ମଧ୍ୟ ଏହି ବ୍ୟବସ୍ଥା କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଆପଣଙ୍କୁ କାରବାରରେ ସମ୍ପୃକ୍ତ ସମସ୍ତ ବ୍ୟାଙ୍କ ଆକାଉଣ୍ଟର ସୂଚନା ଦେବାକୁ ପଡିବ । ଏଥିସହ ଆପଣଙ୍କୁ ସେସବୁ ବ୍ୟାଙ୍କ ଆକାଉଣ୍ଟର ପ୍ରକାର ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ।


ଯେଉଁମାନେ ଦରମା, ଗୃହ ସମ୍ପତ୍ତି, ସୁଧ କିମ୍ବା କୃଷି ରୁ ରୋଜଗାର କରନ୍ତି ତଥା ଯେଉଁମାନଙ୍କ ବାର୍ଷିକ ଆୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥିବ ସେହିମାନେ ହିଁ ଆଇଟିଆର-୧ କିମ୍ବା ସହଜ ଫର୍ମ ପୂରଣ କରିପାରିବେ।


ନଗଦ ବିବରଣୀ ଦେବାକୁ ପଡିବ


ଅପରପକ୍ଷରେ, ଯଦି ଆପଣ HUF(ହିନ୍ଦୁ ଏକାନ୍ନବତି ପରିବାର) କିମ୍ବା ଫ୍ୟାମିଲି ବିଜନେସ୍ କିମ୍ବା ଲିମିଟେଡ୍ ଲାଏବିଲିଟି ପାର୍ଟନରସିପରେ  ଅଛନ୍ତି ତେବେ  ଆପଣଙ୍କୁ ଆଇଟିଆର-୪ କିମ୍ବା ସଙ୍ଗମ ଫର୍ମ ପୂରଣ କରିବାକୁ ପଡିବ । ଏଥିପାଇଁ ମଧ୍ୟ ମୋଟ ଆୟ ସୀମା  ୫୦ ଲକ୍ଷ ଟଙ୍କା ରହିବ। ଇକୋନୋମିକ୍ ଟାଇମ୍ସର ଖବର ଅନୁଯାୟୀ, ଏହି ଫର୍ମରେ ଆପଣଙ୍କୁ ନଗଦ ରାଶି ବିଷୟରେ ମଧ୍ୟ ସୂଚନା ଦେବାକୁ ପଡିବ ।


ଗତବର୍ଷ ସରକାର ଆଇଟିଆର ଫର୍ମରେ କ୍ରିପ୍ଟୋକରେନ୍ସିରୁ ଆୟର ଏକ ଧାରା ମଧ୍ୟ ଯୋଡ଼ିଥିଲେ। ଚଳିତ ବର୍ଷ ନଗଦ କାରବାର ମଧ୍ୟ ଯୋଡ଼ାଯାଇଛି