Norovirus: କରୋନା ମହାମାରୀ ଓ ଲକଡ଼ାଉନ୍ ବେଶିଦିନର ଦୁସ୍ୱପ୍ନ ନୁହେଁ । ଜୀବନକୁ ଠପ୍ କରିଦେଇଥିବା କରୋନା ମହାମାରୀ ଲୋକଙ୍କ ମଧ୍ୟରେ ଭାଇରସର ଆତଙ୍କକୁ ବଢାଇ ଦେଇଛି । ଭାଇରସ ନାମ ଶୁଣିଲେ ଲୋକଙ୍କ ମଧ୍ୟରେ ଅଜଣା ଆତଙ୍କ ସୃଷ୍ଟି ହେଉଛି । ସେହିଭଳି ଗୋଟିଏ ଭାଇରସ ଏବେ ଆମେରିକା ଭଳି ଧନୀ ଦେଶରେ ଆତଙ୍କର ଅନ୍ୟନାମ ହୋଇଛି । ଆମେରିକା ଭଳି ଧନୀ ଦେଶ ଓ ସୁଦୃଢ ଚିକିତ୍ସା ଭିତ୍ତିଭୂମି ଥିବା ଦେଶ ଏହି ଭାଇରସକୁ ନେଇ ଆତଙ୍କିତ । ଏହି ଭାଇରସର ନାମ ହେଉଛି ନୋରୋଭାଇରସ ।


COMMERCIAL BREAK
SCROLL TO CONTINUE READING

ଆମେରିକାରେ ବ୍ୟାପିଥିବା ନୋରୋଭାଇରସର ଅନ୍ୟନାମ ହେଉଛି  ଷ୍ଟୋମାକ୍ ବଗ୍ । ନୋରୋଭାଇରସ ତୁଳନାରେ ଏହା ଷ୍ଟୋମାକ୍ ବଗ୍ ନାମରେ ଅଧିକ ଜଣାଶୁଣା। ବର୍ତ୍ତମାନ ସମୟରେ ଏହା ଆମେରିକାର ଉତ୍ତର-ପୂର୍ବ ଭାଗରେ ବ୍ୟାପିବାରେ ଲାଗିଛି। ଏହା ଏକ ଗମ୍ଭୀର ରୋଗ ହୋଇଥିବା ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିପାରେ। ତେବେ ଆସନ୍ତୁ ଜାଣିବା ନୋରୋଭାଇରସ୍ କ’ଣ ଏବଂ ଏଥିରୁ ନିଜକୁ କିପରି ରକ୍ଷା କରିପାରିବେ।


ୟୁଏସ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେସନ୍ (ସିଡିସି) ଅନୁଯାୟୀ , ନୋରୋଭାଇରସ୍ ଏକ ସଂକ୍ରାମକ ଜୀବାଣୁ ଅଟେ। ଯାହା ଝାଡ଼ା, ବାନ୍ତି ଏବଂ ପେଟ ଯନ୍ତ୍ରଣା ସୃଷ୍ଟି କରିଥାଏ। ଯେତେବେଳେ ଏହି ଜୀବାଣୁ ଆମ ଶରୀରରେ ପ୍ରବେଶ କରେ ସେତେବେଳେ ପେଟ ଏବଂ ଅନ୍ତନଳୀରେ କ୍ଷତ ସୃଷ୍ଟି ହୋଇଥାଏ। ଯେତେବେଳେ ଏହି ଜୀବାଣୁ ଆମ ଶରୀରରେ ପ୍ରବେଶ କରେ, ସେତେବେଳେ ପେଟ ଏବଂ ଅନ୍ତନଳୀରେ ଫୁଲା ଆରମ୍ଭ ହୁଏ ।


ନୋରୋଭାଇରସ୍ କିପରି ବ୍ୟାପିଥାଏ?


ସଂକ୍ରମିତ ବ୍ୟକ୍ତିଙ୍କ ସିଧାସଳଖ ସମ୍ପର୍କରେ ଆସିଲେ ଏହି ରୋଗ ବ୍ୟାପିଥାଏ । ଏହାଛଡା ଦୂଷିତ ଖାଦ୍ୟ କିମ୍ବା ଜଳ, ଦୂଷିତ ପୃଷ୍ଠକୁ ସ୍ପର୍ଶ କରିବା, ହାତ ଧୋଇ ନଖାଇବା ଦ୍ୱାରା ନୋରୋଭାଇରସ୍ ବ୍ୟାପିଥାଏ ।


ନୋରୋଭାଇରସ୍ କେତେ ବିପଜ୍ଜନକ?


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ତଥ୍ୟଅନୁଯାୟୀ, ପ୍ରତିବର୍ଷ ସମଗ୍ର ବିଶ୍ୱରେ ୬୮୫ ନିୟୁତ ନୋରୋଭାଇରସ୍ ରୋଗ ପଞ୍ଜିକୃତ ହେଉଛି। ଏବଂ ଏହାଦ୍ୱାରା ବାର୍ଷିକ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି । ଏହି ଜୀବାଣୁ ଯୋଗୁଁ ବିଶ୍ୱରେ ପ୍ରାୟ ୬୦ ବିଲିୟନ ଡଲାରର ଆର୍ଥିକ କ୍ଷତି ସହିବାକୁ ପଡୁଛି। ଏହାକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲୁ WHO ଚେତାବନୀ ଦେଇଛି ।


ନୋରୋଭାଇରସରୁ କେମିତି ରକ୍ଷା ପାଇବେ


ନୋରୋଭାଇରସ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଅନୁଯାୟୀ, ଏହା ସଂକ୍ରମିତ ହେବା ପରେ ଏହା ଘରେ ଭଲ ହୋଇପାରିବ। ନୋରୋଭାଇରସକୁ ଏଡାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ହାତ ଧୋଇବା, ବାହାର ଜିନିଷକୁ ଧୋଇକି ଖାଇବାକୁ ପରାମର୍ଶ ଦେଇଛନ୍ତି। ଲକ୍ଷଣ ଦେଖା ଯିବା ମାତ୍ରେ ଘରେ ନିଜକୁ କ୍ୱାରେଣ୍ଚାଇନ୍ କରିକି ରଖିବା ଏବଂ ଲୋକଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ।