ଭୁବନେଶ୍ଵର: ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବାୟାନ ଦେଇଥିଲେ। ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରାଯାଇ ଏହି ଭବନକୁ ବେଆଇନ ଭାବେ ନିର୍ମାଣ କରାଯାଇଥିବା କହିଥିଲେ। ଏହାକୁ ନେଇ ଜବାବ ରଖିଛି ବିଜେଡି।


COMMERCIAL BREAK
SCROLL TO CONTINUE READING

ଏ ନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଶଙ୍ଖ ଭବନ ବେଆଇନ ନୁହେଁ। ଏଣୁ ଏହାକୁ ନେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରା ନ ଯାଉ। ଆଇନ ଆଧାରରେ ଶଙ୍ଖ ଭବନ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି।


 



ଅନ୍ୟପଟେ ବବି ଦାସ କାଉଣ୍ଟର କରି କହିଛନ୍ତି ଯେ, ଶଙ୍ଖ ଭବନ ଜମି ଲିଜ୍‌ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ। ରାଜସ୍ବ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ଭାଜପା ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରାଯାଇଥିଲା। ଜମି ଆବଣ୍ଟନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା ଏବଂ ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା, ତାକୁ ଅନୁପାଳନ ମଧ୍ୟ କରିଥିଲା। ଏଥିରେ କୈାଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନାହିଁ।