ଭୁବନେଶ୍ଵର: ଓଏଏସ୍‌ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଛନ୍ତି ରାଜ୍ୟ ସରକାର। ନିଲମ୍ବନ ଉଠିବା ପରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି ସରକାର। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରାୟ ୬ ବର୍ଷ ପରେ ପୁଣି ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ନିଲମ୍ବିତ କରିଥିଲେ ସରକାର। ପୂର୍ବରୁ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ ଦେବ ପ୍ରସାଦ। ତାଙ୍କ ଉପରେ ପୂର୍ବରୁ ବି ରାଜ୍ୟ ସରକାର ଖପ୍ପା ଥିଲେ। ୪ ବର୍ଷରେ ୬ ଥର ବଦଳି କରାଯିବା ପରେ ସ୍ୱେଚ୍ଛାକୃତ ଅବସର ନେବାକୁ ଦେବ ପ୍ରସାଦ ଦାଶ ଆବେଦନ କରିଥିଲେ। ତେବେ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଶ୍ରୀ ଦାଶଙ୍କୁ ସେବାରେ ପୁନଃ ସ୍ଥାପିତ କରିବାକୁ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ସେ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ ୧୯୫୯ ପାଳନ କରିବେ।