ଚନ୍ଦନ ପାଇକରାୟ, ଭୁବନେଶ୍ବର: କୁହାଯାଏ ରାଜଧର୍ମ ଆଗରେ ସବୁ କାର୍ଯ୍ୟ ତୁଚ୍ଛା। ଆଉ ଏହା ହିଁ ଦେଖିବାକୁ ମିଳିଛି ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟରେ। ନିଜର ଧର୍ମପତ୍ନୀଙ୍କ ବିୟୋଗ ସତ୍ତ୍ୱେ ସେ ଭୁଲି ନାହାନ୍ତି ରାଜକାର୍ଯ୍ୟ। ଗୋଟିଏ ପଟେ ନିଜର ଧର୍ମପତ୍ନୀଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି, ଅନ୍ୟପଟେ ନିଜର ଦାୟିତ୍ବ ବା ରାଜକାର୍ଯ୍ୟ ମଧ୍ୟ ତୁଲାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୋମବାର ତଥା ନଭେମ୍ବର ୨୩ ତାରିଖରେ ୫ଟି ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ପାଇଁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା। ଦିନ ସାଢେ ଗୋଟାଏ ବେଳେ ଏହି କାର୍ଯ୍ୟ ହେବା ନେଇ ସ୍ଥିର ହୋଇଥିଲା। ରାଜଭବନରେ କୁଳପତି ଚୟନ ନେଇ ସମସ୍ତ ପ୍ରାର୍ଥୀଙ୍କୁ ଲେଟର ମଧ୍ୟ ଜାରି ହୋଇଲସାରିଥିଲା। ହେଲେ ସମୟର ବିଡମ୍ବନା ରବିବାର ତଥା ନଭେମ୍ବର ୨୨ ତାରିଖ ବିଳମ୍ବିତ ରାତ୍ରିରେ ରାଜ୍ୟର ପ୍ରଥମ ମହିଳା ତଥା ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଥିଲା।


Also read: ଆରପାରିରେ ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ


ରବିବାର ସକାଳକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ମରଶରୀରକୁ ଘରୋଇ ହସ୍ପିଟାଲରୁ ସକାଳ ପ୍ରାୟ ସାଢେ ୮ଟାରେ ରାଜଭବନକୁ ଅଣା ଯାଇଥିଲା। ପରେ ରାଜଭବନରେ ନେତାମନ୍ତ୍ରୀ ଓ ଅଧିକାରୀ ସୁଶୀଳା ଦେବୀଙ୍କ ଶେଷ ଦର୍ଶନ କରିଥିଲେ। ଆଉ ଠିକ ୧୧ଟା ୫୦ମିନିଟରେ ମରଶରୀରକୁ ଶେଷକୃତ୍ୟ ପାଇଁ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇଥିଲା। ସେଠାରେ ରାଷ୍ଟ୍ରୀ ମର୍ଯ୍ୟଦା ସହ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।


ଏପରି ପରିସ୍ଥିତିରେ କୁଳପତି ନିଯୁକ୍ତି ନେଇ ଥିବା ଚୟନ ପ୍ରକ୍ରିୟା ହେବ କି ନାହିଁ ତାହା ଉପରେ ସମସ୍ତଙ୍କର ଦ୍ବନ୍ଦ ଥିଲା। ତେବେ ଶେଷକୃତ୍ୟ ସାରି ତୁରନ୍ତ ରାଜଭବନରେ ପହଞ୍ଚି କୁଳପତି ଚୟନ ପ୍ରକ୍ରିୟାର ସାମିଲ ହୋଇ ୫ଟି ବିଶ୍ବବିଦ୍ୟଳୟର କୁଳପତି ନିଯୁକ୍ତ କରିଥିଲେ। ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟକୁ ନେଇ ସମସ୍ତେ ବେଶ ପ୍ରଶଂସା କରିବା ସହ ରାଜକାର୍ଯ୍ୟ ଆଗରେ ସବୁ କାର୍ଯ୍ୟ ପଛେ ବୋଲି ଚର୍ଚ୍ଚା ହେଉଛି।