Trending Photos
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Odisha Governor Prof. Ganesi Lal) ଙ୍କ ପତ୍ନୀ ସୁଶୀଳା ଦେବୀ (Sushila Devi) ଙ୍କ ଦେହାନ୍ତ ଘଟିଛି । ଗତରାତିରେ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ନଭେମ୍ବର ୧ରୁ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁଶୀଳା ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି ।