ଗିରଫ ପରେ ଝାରପଡା ଜେଲ ଗଲେ ବିଧାୟକ ପ୍ରଦୀପ
ପ୍ରଦୀପଙ୍କ ନାଁରେ ଆଇପିସିର ୪୨୦, ୪୧୯, ୪୬୭,୪୬୮ ଭଳି ସଙ୍ଗୀନ ଦଫା ଲାଗିଛି। ଟାଟାରେ ନିଯୁକ୍ତି ଦେବାକୁ ଆକାଶଙ୍କ ପକ୍ଷରୁ ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର: ଶେଷରେ ଗିରଫ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜେରା ପରେ ତାଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚ ଗିରଫ କରିଛି। ପ୍ରଦୀପଙ୍କୁ ଜାଲିଆତି, ଠକେଇ ଓ ଅପରାଧିକ ଷଡଯନ୍ତ୍ର ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି।
ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର (Bhubaneswar) ସ୍ଥିତ ସରକାରୀ ବାସଭବନରୁ ପ୍ରଦୀପ ପାଣିଗ୍ରାହୀ (Pradeep Panigrahi) ଙ୍କୁ କ୍ରାଇମବ୍ରାଞ୍ଜ ଉଠାଇନେଇଥିଲା। ସାଇବର ପୋଲିସ (cyber police) ଷ୍ଟେସନରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି। ପ୍ରଦୀପଙ୍କ ଆକାଶ ପାଠକ (Akash Pathak) ଲିଙ୍କ୍ ନେଇ ମଧ୍ୟ କ୍ରାଇମବ୍ରାଞ୍ଜ ଯାଞ୍ଚ କରୁଛି।
Also Read: ପ୍ରଦୀପ ଆକାଉଣ୍ଟକୁ ୬ ମାସରେ ଆସିଛି ଅଢେଇ କୋଟି
ପ୍ରଦୀପଙ୍କ ନାଁରେ ଆଇପିସିର ୪୨୦, ୪୧୯, ୪୬୭,୪୬୮ ଭଳି ସଙ୍ଗୀନ ଦଫା ଲାଗିଛି। ଟାଟାରେ ନିଯୁକ୍ତି ଦେବାକୁ ଆକାଶଙ୍କ ପକ୍ଷରୁ ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ସାଇବର ପୋଲିସରେ ମାମଲା ରୁଜୁ ପରେ ୧୦ରୁ ଊର୍ଦ୍ଧ୍ୱ ଅଫିସର ସନ୍ଧ୍ୟାରେ ତାଙ୍କୁ ଘରୁ ଉଠାଇ ନେଇଥିଲେ।
ଗିରଫ ପରେ ପ୍ରଦୀପଙ୍କୁ କୋର୍ଟରେ ହାଜର କରାଯାଇଛି। ପ୍ରମାଣ ମିଳଥିବା ସତ୍ତ୍ୱେ କ୍ରାଇମବ୍ରାଞ୍ଚ ରିମାଣ୍ଡ ପାଇଁ ଆବେଦନ କରିନାହିଁ। ପ୍ରଦୀପଙ୍କ ନାମରେ ଅନେକ ବେଆଇନ ସମ୍ପତ୍ତି ଥିବା ବେଳେ ଆୟକର ଠକେଇର ବି ଅଭିଯୋଗ ଆସିଛି। ବିଧାୟକ ପ୍ରଦୀପ ଜାମିନ ଆବେଦନ କରିଥିଲେ ଏହା ଖରଜ ହୋଇଯାଇଛି। ବେଲ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ଝାରପଡା ଜେଲ ପଠାଯାଇଛି।