ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଶୀତ ଲହରୀରେ ବ୍ରେକ୍, ଆଉ ନାହିଁ ସତର୍କ ସୂଚନା। ଲଗାତର ଚାରି ଦିନ ଧରି ଥଣ୍ଡାରେ ଥରିବା ପରେ ଏବେ ତ୍ରାହି ମିଳିଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରି ଜନିତ କୌଣସି ସତର୍କ ସୂଚନା ଜାରି କରିନି ପାଣିପାଗ ବିଜ୍ଞାନ କେନ୍ଦ୍ର। 


COMMERCIAL BREAK
SCROLL TO CONTINUE READING

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବନୁମାନ ଅନୁସାରେ, ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଶୀତ ଲହରୀ (cold wave) ହେବାର ସମ୍ଭାବନା ନାହିଁ। ଆସନ୍ତା ତିନି ଚାରି ଦିନ ମଧ୍ୟରେ ରାତିର ତାପମାତ୍ରା (temprature) ଅପରିବର୍ତ୍ତିତ ରହିବ। ଏହାସହ ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୩-୪ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୨-୩ ଡିଗ୍ରୀ ତଳେ ପାରା ରହିବ।


Also Read: ଜାରି ରହିବା କାଠୁଆ ଜାଡ, ୨୬ ପର୍ଯ୍ୟନ୍ତ ନାହିଁ ନିସ୍ତାର


ସେପଟେ ଗୁରୁବାର ଅନୁଗୁଳ (Anugul)  ଠାରେ ତୀବ୍ର ଶୀତ ଲହରୀ ଅନୁଭୂତ ହୋଇଛି। ୧୧  ସହରର ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି। ଫୁଲବାଣୀରେ ୪.୫ , ଅନୁଗୁଳରେ ୬, ଦାରିଙ୍ଗବାଡିରେ ୮, ଭବାନୀପାଟଣାରେ ୮.୨, କୋରାପୁଟରେ ୮.୬,  ଝାରସୁଗୁଡାରେ ୮.୮, ସୁନ୍ଦରଗଡରେ ୯.୫,  କେନ୍ଦୁଝରରେ ୯.୯,  ବଲାଙ୍ଗୀରରେ ୯.୫, ବୌଦ୍ଧରେ ୯.୫  ଏବଂ ସୋନପୁରରେ ୯.୮  ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।


ସେହିପରି କଟକରେ ୧୨ ଡ଼ିଗ୍ରୀ ଏବଂ ଭୁବନେଶ୍ୱର  Bhubaneswar) ଠାରେ ୧୩.୮ ଡ଼ିଗ୍ରୀ ରାତିର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।