Rathayatra 2023; ପୁରୀ: ଆଜି ରତ୍ନବେଦୀ ଛାଡି ଜନ୍ମ ସ୍ଥାନକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତୀ (jagannath Rath Yatra 2023)। ସେଥିପାଇଁ ସକାଳୁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଜଣକ ପରେ ଆଉ ଜଣେ ଠାକୁର ଗୋଟି ପହଣ୍ଡିରେ ବିଜେ କରିବେ ତିନି ରଥ (chariots)କୁ । ବଡ଼ ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତଙ୍କ ସହ ମିଶିବେ ତିନି ଠାକୁର । ରଥରେ ଭକ୍ତଙ୍କୁ ଦର୍ଶନ ଦେବାପାଇଁ କାଳିଆ ସାଆନ୍ତ (Lord Jagannath) ଅପେକ୍ଷା କରିଥାନ୍ତି ଭକ୍ତଙ୍କୁ । ବର୍ଷକୁ ଥରୁଟିଏ ରଥରେ ଶ୍ରୀଜୀଉଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥାନ୍ତି ଭକ୍ତ । କଥାରେ ଅଛି 'ରଥେ ତୁ ବାମନଂ ଦୃଷ୍ଟା ପୁନଃ ଜନ୍ମ ନ ବିଦ୍ୟତେ' ସେଥିପାଇଁ ରଥଯାତ୍ରା (Rathyatra ସମୟରେ ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ଭିଡ଼ ଲଗାଇଥାନ୍ତି ଲକ୍ଷାଧିକ ଭକ୍ତ । ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନଠାରୁ ଆରମ୍ଭ କରି ଭକ୍ତଙ୍କ ସହଯୋଗ ବାରି ହୋଇପଡୁଛି ବଡ଼ ଦାଣ୍ଡରେ । ବଡ଼ ଦାଣ୍ଡରେ ଅପେକ୍ଷାରତ ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ (nandighosh Rath, taladhwaja Rath, devadalana Rath) 


COMMERCIAL BREAK
SCROLL TO CONTINUE READING

ରଥଯାତ୍ରା ନୀତି ନିର୍ଘଣ୍ଟ ସମୟ ଅନୁସାରେ ସଠିକ ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ଚାଲିଛି ବୋଲି ସୂଚନା ମିଳିଛି । ସକାଳ ୬ଟାରେ ମଙ୍ଗଳ ଆଳତି ପରେ ସକାଳ ୬ଟା ୧୦ରେ ମଇଲମ ନୀତି କାର୍ଯ୍ୟକ୍ରମ (program) ରହିଥିଲା । ତାହା ଶେଷ ହେବା ପରେ ସକାଳ ୬ଟା୩୦ ସମୟରେ ତଡ଼ପ ଲାଗି ନୀତି ଓ ରୋଷ ହୋମ କରାଯାଇଥିଲା । ସକାଳ ୭ଟାରେ ଅବକାଶ ନୀତି, ପରେ ସୂର୍ଯ୍ୟ ପୂଜା ଓ ପରେ ୭ଟା୩୦ ସମୟରେ ଦ୍ୱାରପାଳ ପୂଜା ସହ ବେଶ ଶେଷର କାର୍ଯ୍ୟକ୍ରମ ନୀତି ହୋବାନେଇ ପୂର୍ବରୁ ସୂଚନା (information) ଦିଆଯାଇଥିଲା । ସେବାୟତଙ୍କ କହିବାନୁସାରେ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମଧ୍ୟ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇପାରେ । କାରଣ ତାହା ପ୍ରଭୁଙ୍କ ଇଚ୍ଛା । ତେଣୁ ପ୍ରଭୁଙ୍କ କାର୍ଯ୍ୟ ସମ୍ପାଦନ ପାଇଁ ନୀତି ନିର୍ଘଣ୍ଚ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ କାର୍ଯ୍ୟ କେବେ ଶ୍ରୀଘ୍ର ହୋଇଯାଏ ପୁଣି କେତେବେଳେ ସାମାନ୍ୟ ବିଳମ୍ୱ ହୋଇଥାଏ ।


ସକାଳ ୮ଟାରେ ଖେଚୁଡି ଭୋଗ, ସକାଳ ୯ଟାରେ ରଥ ପ୍ରତିଷ୍ଠା, ସକାଳ ୯ଟା ୧୫ ସମୟରେ ମଙ୍ଗଳାର୍ପଣ, ସକାଳ ୯ଟା୩୦ରେ ପହଣ୍ଡି ଆରମ୍ଭ କାର୍ଯ୍ୟକ୍ରମ ନୀତି ରହିଛି । ଦିନ ୧୨.୩୦ରେ ପହଣ୍ଡି ଶେଷ କରାଯିବା ପରେ ଦିନ ୧ଟା ବେଳେ ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ହେବେ । ପରେ ଦିନ ୨ଟା୩୦ ସମୟରେ ଛେରା ପହଁରା ନୀତି ସମ୍ପାଦନ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ୩ ରଥରେ ଛେରା ପହଁରା ନୀତି କାର୍ଯ୍ୟକ୍ରମ ସେଷ ହେବା ପରେ ଦିନ ୩ଟା ସମୟରେ ଚାରମାଳ ଫିଟାହେବା ସହ ଘୋଡ଼ା ସାରଥୀ ରଥ (chariots)ରେ ଯୋଚାହେବ । ଏ ସମସ୍ତ କାର୍ଯ୍ୟ ସରିବା ପରେ ଅପରାହ୍ଣ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯିବ । ଗୋଟିଏ ପରେ ଆଉ ଗୋଟିଏ ରଥ ବଡ଼ ଦାଣ୍ଡରେ ଗଡ଼ି ଗଡ଼ି ମାଉସୀ ମାଆ ମନ୍ଦିରରେ ପହଞ୍ଚିବେ । ରଥଯାତ୍ରା ପାଇଁ ଭିଡକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର ପୁରୀରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀକ୍ଷେତ୍ର ଏକ ପ୍ରକାର ପୋଲିସ ଛାଉଣି ହୋଇଛି । ଅନ୍ୟପଟେ ବଙ୍ଗୋପସାଗରରେ ମଧ୍ୟ କୋଷ୍ଟଗାର୍ଡ ଟିମ୍ (Coast Guard Team) ପଇଁତରା ମାରୁଛି । ଅନ୍ୟପଟେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (president of india Droupadi Murmu) ସକାଳୁ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଥିବା ସୂଚନା ରହିଛି । ଜଗତ କଲ୍ୟାଣ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।


Also read- ଆଉ ମିଳିବନି ମାଗଣା ରାସନ: ୨ କୋଟି କାର୍ଡ ବାତିଲ୍ !