ବରଗଡ଼: ଆଜିଠୁ ଆରମ୍ଭ ହେଉଛି ୭୧ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ୧୧ ଦିନଧରି ଖୋଲା ରଙ୍ଗମଞ୍ଚରେ ଅଭିନୀତ ହେବ ପୌରାଣିକ ନାଟକ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା । ଆରମ୍ଭ ହେଉଛି ସାଂସ୍କୃତିକ ଶୋଭାଯାତ୍ରା । ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଛନ୍ତି ଜିଲ୍ଲାପାଳ । ଢୋଲ, ନିଶାନ, ଘୁମରା ତାଳେ ତାଳେ ଗର୍ଜିଉଠୁଛି ବରଗଡ଼ ସହର ।


COMMERCIAL BREAK
SCROLL TO CONTINUE READING

ଆଜିଠାରୁ ବରଗଡ଼ଠାରେ ଆରମ୍ଭ ହେଉଛି ଖୋଲା ରଙ୍ଗମଞ୍ଚରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଏହାକୁ ନେଇ ଗାନ୍ଧୀଛକଠାରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଛି । ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଛନ୍ତି ଜିଲ୍ଲାପାଳ  ଜ୍ୟୋତିରଞ୍ଜନ ପଧାନ ଓ ଏସ.ପି ପଦ୍ମିନୀ ସାହୁ । ପ୍ରଥମ ଦିନରୁ ଢୋଲ, ନିଶାନ, ତାସା ମୁହୁରୀ ଗର୍ଜିଉଠୁଛି ବରଗଡ଼ ସହର । ଶୋଭାଯାତ୍ରରେ ସାମିଲ ହୋଇଛନ୍ତି ଓଡ଼ିଶାର ବିଭିନ୍ନ ପ୍ରାନ୍ତର ସାଂସ୍କୃତିକ ଦଳ । ଘୁମୁରା,  ପରଭାନାଚ,   ଦୁଲଦୁଲି, ଘଣ୍ଟପାର୍ଟି, ସଂପ୍ରଦା ଅ।ଦିରେ ଦୁଲକଛି  ମଥୁରା ନଗରୀର ରାଜରାସ୍ତା ।


ଧନୁଯାତ୍ରରେ ସାମିଲ ହୋଇଥିବାରୁ ଉତ୍ସାହୀତ ହୋଇଛନ୍ତି ସାଂସ୍କୃତିକ ଦଳ । ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ବା ମହୋତ୍ସବରେ ସାମିଲ ହେଉଥିଲେ ମଧ୍ୟ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ସାମିଲ ହେବାର ଏକ ଭିନ୍ନ ଆକର୍ଷଣ ରହିଥାଏ ବୋଲି କହିଛନ୍ତି କଳାକାରମାନେ ।


ବରଗଡ଼ ଧନୁଯାତ୍ରା ଏବେ ବିଶ୍ବ ଦରବାରରେ ପ୍ରସିଦ୍ଧ କରିଥିବାବେଳେ କଳା ସଂସ୍କୃତି ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଯାହାର ୭୧ ତମ ମହୋତ୍ସବ ଆଜିଠାରୁ ବରଗଡ଼ଠାରେ ଆରମ୍ଭ ହେଉଛି ।