ଭୁବନେଶ୍ୱର: ସାରା ବିଶ୍ୱରେ କୋରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ୨୦୦ରୁ ଉର୍ଦ୍ଧ୍ୱ ଦେଶକୁ ଏହି ସଂକ୍ରମଣ ବ୍ୟାପିଥିବାବେଳେ ବର୍ତ୍ତମାନ ଆମେରିକା ସବୁଠାରୁ ଡେନଜର ଜୋନରେ ରହିଛି । ଭାରତରେ ମଧ୍ୟ କୋରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାବେଳେ ଓଡ଼ିଶାରେ ଆଜି ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହି ଚତୁର୍ଥ ପଜିଟିଭ ବ୍ୟକ୍ତି ଜଣଙ୍କ ବୟସ ୨୯ବର୍ଷ ଓ ସେ ଭଦ୍ରକ ଜିଲ୍ଲାର ବୋଲି ଜଣା ପଡିଛି । ତେବେ ସେ ଦୁବାଇରୁ ଓଡ଼ିଶା ଆସିଥିବା ଜଣାପଡିଛି । ଗତକାଲି ସଂନ୍ଧ୍ୟାରେ ୪୭୩ ଜଣଙ୍କର ନମୁନା ପରୀକ୍ଷୀ ପାଇଁ ପଠାଯାଇଥିବାବେଳେ ଏମ୍ସକୁ ୧୫ଟି ସାମ୍ପୁଲ ପଠାହୋଇଥିଲା । ଆଉ ସେଥିରୁ ୧୪ଟି ନେଗେଟିଭ ଥିବାବେଳେ ଗୋଟିଏ ପଜିଟିଭ ବାହାରିଥିଲା ।


COMMERCIAL BREAK
SCROLL TO CONTINUE READING

 



ତେବେ ଏ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସାରା ଓଡ଼ିଶା ଲକ୍ ଡାଉନରେ ରହିଛି । ସଂକ୍ରମଣ ବ୍ୟକ୍ତି ଜଣଙ୍କ ଭଦ୍ରକର ବୋଲି ଜଣା ପଡ଼ିବା ପରେ ଭଦ୍ରକ ଜିଲ୍ଲାପାଳଙ୍କୁ ଯଥାଶିଘ୍ର ତାଙ୍କୁ ଆଇସୋଲେସନରେ ରଖିବା ପାଇଁ ସ୍ୱାସ୍ଥ୍ୟ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ତେବେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଖୋଳତାଡ଼ କରାଯିବ ।