Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2268190

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1-IPS and Special Secretary to CM Suspended by ECI: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍‍ ଅଧିକାରୀ ଡିଏସ୍‍ କୁଟ୍ଟେଙ୍କୁ ତୁରନ୍ତ ନିଲମ୍ବନ କରି ଓଡ଼ିଶାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ଣ ୩ଟା ସୁଦ୍ଧା ଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।  ଶ୍ରୀ କୁଟ୍ଟେଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ତଥା ବରିଷ୍ଠ ଆଇପିଏସ୍‍ ଅଧିକାରୀ ଆଶୀଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ୩୧ ତାରିଖ ଭିତରେ ରିପୋର୍ଟ ଦେବାକୁ ଭାରତର ନିର୍ବାଚନ ଆୟୁକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି। ଶ୍ରୀ ସିଂହ ଛୁଟି ନେଇ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ପ୍ରମାଣ ଆସିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ଖୋର୍ଦ୍ଧାରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲା ତଦନ୍ତ ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି। 

HL2-Naveen Criticises BJP’s Poll Motto: ମୁଖ୍ୟମନ୍ତ୍ରୀ  ବିଜେପିର ବରିଷ୍ଠ ନେତାଙ୍କୁ ଓଡ଼ିଶାରେ ପର୍ଯ୍ୟଟକ ବୋଲି କହିବା ସହ ଦଳ ଯେଉଁ ଆଚରଣ କରୁଛି ତାହାକୁ ଆଲୋଚନା କରିଛନ୍ତି।  କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତେଲେଙ୍ଗାନାରେ ସେମାନେ ଏପରି ଆଚରଣ ପ୍ରଦର୍ଶନ କରି ସରକାର ଗଢ଼ିବେ ବୋଲି କହୁ୍‍ଥିଲେ କିନ୍ତୁ ଲୋକେ ତାଙ୍କୁ ପ୍ରତ୍ୟାନ କରିଥିଲେ। ଏବେ ଓଡ଼ିଶାରେ ବି ତାଙ୍କ ପ୍ରୟାସ ବିଫଳ ହେବ ବୋଲି ସେ କହିଛନ୍ତି। ଓଡ଼ିଶାର ଲୋକେ ଖରାପ ଭାଷାକୁ ପସନ୍ଦ କରନ୍ତି ନାହିଁ ବୋଲି କହିବା ସହ ଭଗବାନ ବିରୋଧୀ ବିଜେପିର ନେତାମାନଙ୍କୁ ଭଲ ବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି।

HL3-Modi to address Election Rally in Odisha: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ମୟୁରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦ୍ରପଡ଼ାଠାରେ ତିନୋଟି ସଭାକୁ ସମ୍ବୋଧିତ କରିବେ।  ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଏହିସବୁ ଅଞ୍ଚଳରେ ଭୋଟ ହେଉଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ ସହ ଓଡ଼ିଆ ଅସ୍ମିତା ଏଠାରେ ଉଠିପାରେ। ଗତକାଲି ଶ୍ରୀ ମୋଦୀ ଏକ ସାକ୍ଷାତକାରରେ ଓଡ଼ିଶାର ସ୍ୱାର୍ଥ ପାଇଁ ସେ ସମସ୍ତ ସମ୍ପର୍କକୁ ବଳିଦାନ ଦେଇଛନ୍ତି ବୋଲି କହିଥିଲେ। 

HL4-Pak Violated the Peace process said Nawaz: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ସହ ସମ୍ପର୍କକୁ ମନେ ପକାଇ କହିଛନ୍ତି ଯେ, ଭାରତ ସହ ୧୯୯୯ରେ ହୋଇଥିବା ଶାନ୍ତି ଚୁକ୍ତିକୁ ପାକିସ୍ତାନ ଉଲ୍ଲଂଘନ କରିଥିଲା। ଭାରତର ସୀମାନ୍ତରେ ପାକିସ୍ତାନ ସେନା ଅନୁପ୍ରବେଶ କରିଥିଲେ। ଏହାଦ୍ୱାରା କାରଗିଲ୍‍ ଯୁଦ୍ଧ ହୋଇଥିଲା ଏବଂ ଏଥିରେ ଭାରତର ବିଜୟ ହୋଇଥିଲା ବୋଲି କହିଛନ୍ତି ଶ୍ରୀ ସରିଫ୍‍। ପାର୍ଟିର ଅଧ୍ୟକ୍ଷ ପଦକୁ ଗ୍ରହଣ କରି ପାର୍ଟି କର୍ମ କର୍ତ୍ତାକୁ ଉଦବୋଧନ ଦେବା ବେଳେ ସେ ଏହା କହିଛନ୍ତି। 

HL5-37 Died in NE due to Cyclone Remal: ବଙ୍ଗୋପ ସାଗରରେ ସୃଷ୍ଟି ହୋଇ ବାଂଲାଦୋ ଉପକୂଳରେ ମାଡ଼ ହୋଇଥିବା ବାତ୍ୟା ରେମାଲର ପ୍ରଭାବ ଉତ୍ତର ପୂର୍ବାଚନ ରାଜ୍ୟଗୁଡ଼ିକରେ ପଡ଼ିଛି। ଏହାଦ୍ୱାରା ଭୂସ୍ଖଳନ ସହ ପ୍ରାୟ ୩୭ଜଣଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁ ଏହି ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। 

HL6-More Rainfall in Aug-sept- ଲାନିନୋ ପ୍ରଭାବରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହେବ। ଏହାକୁ ସ୍ପଷ୍ଟ କରିଛି ଭାରତ ପାଣିପାଗ ବିଭାଗ। କେନ୍ଦ୍ରୀୟ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମହାସାଗରୀୟ ତାପମାତ୍ର ଖସୁଥିବାରୁ କୌଣସି ମୁହୂର୍ତ୍ତରେ ବି ଲା ନିନୋ ପ୍ରବାହିତ ହୋଇପାରେ। ଏହା ବିଶ୍ୱ ପାଣିପାଗକୁ ପ୍ରଭାବିତ କରିବ। ଗ୍ରୀଷ୍ମ ପ୍ରବାହ, ପ୍ରବଳ ବର୍ଷା ଏବଂ ଶୀତ ଲହଡ଼ି ଏହାର ପ୍ରଭାବରେ ସୃଷ୍ଟି ହୋଇଥାଏ। ଜୁନ୍‍-ଜୁଲାଇ ବେଳକୁ ଲାନିନୋ  ପ୍ରଭାବ ଦେଖା ଦେଉଥିବାରୁ ରାଜ୍ୟରେ ବର୍ଷା ବଢ଼ିପାରେ ବୋଲି ଆଶଙ୍କା କରାଯାଇଚି। 

HL7-1 KG Gold in Srimandir Hundi: ଶ୍ରୀମନ୍ଦିର ହୁଣ୍ଡିରୁ ୧ କିଲୋ ସୁନା ମିଳିଛି। କେହି ଭକ୍ତ ନାଟ ମଣ୍ଡପରେ ଥିବା ହୁଣ୍ଡିରେ ଏହା ପକାଇଛନ୍ତି। ଏହାର ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ। ଏହା ସହ ସୋମବାରଦିନ ଗଣତି ବେଳେ ୬ ଲକ୍ଷ ୨୮ ହଜାର ୨୩୭ ଟଙ୍କା ଓ ୧ ଗ୍ରାମ ୨୦୦ ମିଲିଗ୍ରାମ ରୂପା ମିଳିଛି। ଏତେ ପରିମାଣର ସୁନା ଏକସଙ୍ଗେ ମିଳିବା ଏକ ବିରଳ ଘଟଣା। 

HL8-Talks with France begin for 26 Rafale: ଫ୍ରାନ୍ସରୁ ୨୬ଟି ଅତ୍ୟାଧୁନିକ ରାଫାଲେ ସାମୁଦ୍ରିକ ଜେଟ୍‍ ବିମାନ କିଣିବ ଭାରତ। ଏଥିଲାଗି ଆବଶ୍ୟକ ଚୁକ୍ତି ସମ୍ବନ୍ଧରେ କଥାବାର୍ତ୍ତା ଆରମ୍ଭ ହୋଇଛି। ଭାରତୀୟ ନୌସେନା ଏଥିଲାଗି ଅତ୍ୟନ୍ତ ଆଗ୍ରହୀ ରହିଛି। ସମୁଦ୍ରରେ ବଢ଼ୁଥିବା ଚୀନ ପ୍ରଭାବକୁ ରୋକିବା ଲାଗି ଏହି ସୁପରସୋନିକ ଜେଟ୍‍ ବିମାନ ଆବଶ୍ୟକତା ରହିଛି। ଏଥିରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। 

HL-9Adani to acquire Stakes in PayTM: ଆଦାନୀ ଗ୍ରୁପ୍‍ ଫିନ୍‍ଟେକ୍‍ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବ। ଏଥିନେଇ କମ୍ପାନୀ ପେଟିମ୍‍ର ଅଂଶଧନ କିଣିବାକୁ ଯାଉଛି। ପେଟିଏମ୍‍ ଚଳାଉଥିବା ଓ୍ୱ୍‍୯୭ କମ୍ପାନୀର ଅଂଶଧନ କିଣିବା ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ରହିଥିବା ଜଣାପଡ଼ିଛି। ଏହା ହେଲେ ଗୁଗଲ ,ଜିଓ ଫିନାନ୍ସିଆଲ ଭଳି ସେବା ସହ ପ୍ରତିଦ୍ୱନ୍ଦ୍ୱିତା କରିବ ଆଦାନୀ। 

HL10-Modi to go on Meditation after Poll: ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେଲେ ଧ୍ୟାନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୪୮ ଘଣ୍ଟା ପାଇଁ ତାମିଲନାଡୁର କନ୍ୟାକୁମାରୀରେ ଠାରେ ଥିବା ସ୍ବାମୀ ବିବେକାନନ୍ଦ ସ୍ମାରକୀରେ ସେ ଧ୍ୟାନ କରିବେ। ବିବେକାନନ୍ଦ ରକ ସ୍ମାରକୀଟି ସମୁଦ୍ର ଭିତରେ ରହିଛି। ତେଣୁ ମୋଦି ସମୁଦ୍ର ଭିତରକୁ ଯାଇ ଧ୍ୟାନ କରିବେ। ଯେଉଁଠି ବିବେକାନନ୍ଦ ୩ ଦିନ ଧରି ଧ୍ୟାନରେ ବସିଥିଲେ ସେହି ସ୍ଥାନରେ ହିଁ ମୋଦି ଧ୍ୟାନ କରିବେ। ମେ’ ୩୧ ତାରିଖ ସଂଧ୍ୟାରୁ ଜୁନ ୧ ତାରିଖ ସଂଧ୍ୟା ଯାଏ ମୋଦି ଧ୍ୟାନ କରିବେ ବୋଲି ସୂଚନା ମିଳିଛି।