ନୂଆଦିଲ୍ଲୀ: ଡିସେମ୍ବର ୮ରେ ରାଜଧାନୀରେ ହୋଇଥିବା ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣା ମନରୁ ଲିଭିନି । ଆଉ ଆଜି ପୁଣି ସାମନାକୁ ଆସିଛି ଏକ ବଡ ଧରଣର ଅଗ୍ନିକାଣ୍ଡ । ଦିଲ୍ଲୀ କିରାଡ଼ି ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ରବିବାର ରାତି ୧୨।୩୦ରେ କିରାଡ଼ି ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଏକ କପଡା ଗୋଦାମରେ ନିଆଁ ଲାଗି ଏହା ବ୍ୟାପି ଯାଇଥିଲା । ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 



 


ଆହୁରି ପଢନ୍ତୁ; ଡିସେମ୍ବର ୮ ଅଗ୍ନିକାଣ୍ଡ ପରେ ଦୁଃଖ ପ୍ରକାଶ କରିଥିଲେ ମୋଦି