Delhi fire: ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି, ଦୁଃଖ ପ୍ରକାଶ କଲେ ମୋଦି
Advertisement
Article Detail0/zeeodisha/odisha606827

Delhi fire: ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି, ଦୁଃଖ ପ୍ରକାଶ କଲେ ମୋଦି

ରାଜଧାନୀ ପାଇଁ ଅଶୁଭ ପାଲଟିଛି ରବିବାର ସକାଳ । ଛୁଟି ଦିନର ସକାଳରେ ଯେ ଏମିତି ଏକ ଘଟଣା ଘଟିବ, କେହି ବି ଭାବି ନଥିବେ । ଛାତିଥରା ଅଗ୍ନିକାଣ୍ଡ । ରାଣୀ ଝାନସୀ ରୋଡରେ ଥିବା ଅନାଜ ମଣ୍ଡିରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଟ୍ୱିଟକରି ମୃତକଙ୍କ ପରିବାରକୁ ସମବେଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରାଜଧାନୀ ପାଇଁ ଅଶୁଭ ପାଲଟିଛି ରବିବାର ସକାଳ । ଛୁଟି ଦିନର ସକାଳରେ ଯେ ଏମିତି ଏକ ଘଟଣା ଘଟିବ, କେହି ବି ଭାବି ନଥିବେ । ଛାତିଥରା ଅଗ୍ନିକାଣ୍ଡ । ରାଣୀ ଝାନସୀ ରୋଡରେ ଥିବା ଅନାଜ ମଣ୍ଡିରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଟ୍ୱିଟକରି ମୃତକଙ୍କ ପରିବାରକୁ ସମବେଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଏହି ଅଗ୍ନିକାଣ୍ଡକୁ ଭୀଷଣ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ଯେଉଁମାନେ ନିଜ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ସହ ମୁଁ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି । 

ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟଛି, ତାହା ସ୍ପଷ୍ଟ ହୋଇପାରିନାହିଁ । ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁଲିଭା କାର୍ଯ୍ୟରେ ୨୭ ଦମକଳ ବାହିନୀ ଲାଗିଛନ୍ତି । 

ସୂଚନା ଅନୁସାରେ ଆଜି ଭୋରରୁ ଏହି ଅଗ୍ନିକାଣ୍ଡ ଘଟିଛି । ଶ୍ୱାସରୁଦ୍ଧ ହୋଇ ଅନେକଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ସମସ୍ତ ଆହତଙ୍କୁ ଲୋକ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ଦିଲ୍ଲୀ ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି । 

ଆହୁରି ପଢନ୍ତୁ; ଟ୍ୱିଟରରେ ମୁହାଁମୁହିଁ ହେଲେ IAS ଏବଂ IPS