ରହୁନି କି ତାଳମେଳ: କାହିଁକି ବାରମ୍ବାର ମହାପ୍ରଭୁଙ୍କ ବେଶ ରେ ବିଭ୍ରାଟ ?
ରହୁନି କି ତାଳମେଳ: କାହିଁକି ବାରମ୍ବାର ମହାପ୍ରଭୁଙ୍କ ବେଶ ରେ ବିଭ୍ରାଟ ?
ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶ ବେଳେ ଦେଖାଦେଇଛି ବିବାଦ । ନାଗାର୍ଜୁନ ବେଶ ବେଳେ ଏହିଭଳି ବିବାଦ ହୋଇଥିବା ବେଳେ ଗତକାଲି ପୌଷପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶକୁ ନେଇ ପୁଣି ଦେଖାଦେଇଥିଲା ବିବାଦ । ଶ୍ରୀମନ୍ଦିରରେ ରତ୍ନସିଂହାସନରେ ବେଶକୁ ନେଇ ସେବାୟତଙ୍କ ମଧ୍ୟରେ ଦିନକୁ ଦିନ ବଢିବାରେ ଲାଗିଲାଣି ବିବାଦ ।
ଭଣ୍ଡାର ମେକାପ ସ୍ୱର୍ଣ୍ଣ ଆଭୂଷଣକୁ ସିଂହାରୀକୁ ଦେବେ । ହେଲେ ସେଥିରେ ସିଂହାରୀଙ୍କ ପକ୍ଷରୁ ପାଳିଆ ସିଂହାରୀ ସେହି ଆଭୂଷଣକୁ ମଣତି କରି ଦିଆଯାଏ । ସେହି ଅନୁସାରେ ବେଶ ଓଲାଗି ପରେ ପୁଣି ମଣତି କରି ରଖାଯାଏ । ତେବେ ନାଗାର୍ଜୁନ (Nagarjuna Besha) ବେଶ ଭଳି ଗତକାଲି ସୁନାବେଶ (Suna Besha) ବେଳେ ଅଧିକ ସଂଖ୍ୟାରେ ସିଂହାରୀ ସେବାୟତ ରତ୍ନ ସିଂହାସନ ଉପରେ ରହୁଥିବାରୁ ମେକାପ ଓ ସିଂହାରୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି ।
Also Read: ନକଲି ଟଙ୍କତୋରାଣି! ଶ୍ରୀମନ୍ଦିର ବାହାରେ ହେଉଛି ବିକ୍ରି
ତେଣୁ ଏହାର ସମାଧାନ ନହେଉଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ (Srimandira Administration) କୁ ଦାୟୀ କରିଛି ଶ୍ରୀଜଗନ୍ନାଥ ସେବାୟତ (Sevayat) ସମ୍ମିଳନୀ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ଏଭଳି ନୀତିରେ ବିଭ୍ରାଟ ହେଉଛି ଆଉ ସେବାୟତଙ୍କୁ ଦାୟୀ କରାଯାଉଛି । ତେଣୁ ନିରପେକ୍ଷ ତଦନ୍ତ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବୀପତ୍ର ଦେଇଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ।
Also Read: ପୋଷ୍ୟ ସ୍କୁଲ ମୋହରା, କେତେ ଦୂର ହେବ ବିକାଶ ?
ଶ୍ରୀମନ୍ଦିରରେ ରତ୍ନସିଂହାସନରେ ବେଶକୁ ନେଇ ସେବାୟତଙ୍କ ମଧ୍ୟରେ ଦିନକୁ ଦିନ ବଢିବାରେ ଲାଗିଲାଣି ବିବାଦ। ନାଗାର୍ଜୁନ ବେଶ(Nagarjuna Besha) ସମୟରେ ଏହିଭଳି ବେଶକୁ ନେଇ ସିଂହାରୀ ଓ ମେକାପଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ପୁଣି ଗତକାଲି ପୌଷପୂର୍ଣ୍ଣିମା ସୁନା ବେଶ (Suna Besha) ରେ ପୁନରାବୃତ୍ତି ହୋଇଥିଲା । ଯାହାଫଳରେ ଦୀର୍ଘ ୫ ଘଣ୍ଟା ବିଳମ୍ବରେ ହୋଇଥିଲା ସୁନାବେଶ । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୁଇରୁ ତିନି ଦିନ ଭିତରେ ଦୁଇ ସେବାୟତ ନିଯୋଗର ସଦସ୍ୟଙ୍କୁ ଡାକି ବୈଠକରେ ସମାଧାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
Edited: Zee Odisha Desk