ପୋଷ୍ୟ ସ୍କୁଲ ମୋହରା, କେତେ ଦୂର ହେବ ବିକାଶ ?
Advertisement
Article Detail0/zeeodisha/odisha837471

ପୋଷ୍ୟ ସ୍କୁଲ ମୋହରା, କେତେ ଦୂର ହେବ ବିକାଶ ?

ମୁଖ୍ୟମନ୍ତ୍ରୀ, ସରକାରୀ ବିଧାୟକ, ମନ୍ତ୍ରୀ, ପ୍ରଶାସକ ଓ ବିଚାରପତି ମାନଙ୍କୁ ସ୍ବ-ଇଚ୍ଛାରେ କିଛି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ହେଲେ ବାସ୍ତବରେ ଏହାକୁ ନେଇ ବିଭିନ୍ନ ଦିଗ ପ୍ରତି ଅଙ୍ଗୁଳି ଉଠିଛି ।

ପୋଷ୍ୟ ସ୍କୁଲ ମୋହରା, କେତେ ଦୂର ହେବ ବିକାଶ ?

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ରାଜ୍ୟରେ ସରକାରୀ ବିଦ୍ୟାଳୟର ବିକାଶ ଧାରାରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସଂପୃକ୍ତିକୁ ମଜଭୁତ କରିବା ଲାଗି ୨୦୧୭ ମସିହା ନଭେମ୍ବର ୧୪ ତାରିଖ ଶିଶୁଦିବସ ଅବସରରୁ ଆରମ୍ଭ ହୋଇଥିଲା ‘ମୋ ସ୍କୁଲ’ ଅଭିଯାନ । ଗତ କିଛିଦିନ ତଳେ ଏହା ପରିସରଭୁକ୍ତ ପୋଷ୍ୟଗ୍ରହଣ ପ୍ରକ୍ରିୟା ଭାବେ ଆଉ ଏକ ଫର୍ଦ୍ଦ ଯୋଡିହୋଇଛି । ଖୋଦ ମୁଖ୍ୟମନ୍ତ୍ରୀ, ସରକାରୀ ବିଧାୟକ, ମନ୍ତ୍ରୀ, ପ୍ରଶାସକ ଓ ବିଚାରପତି ମାନଙ୍କୁ ସ୍ବ-ଇଚ୍ଛାରେ କିଛି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ହେଲେ ବାସ୍ତବରେ ଏହାକୁ ନେଇ ବିଭିନ୍ନ ଦିଗ ପ୍ରତି ଅଙ୍ଗୁଳି ଉଠିଛି । ମହତ ଉଦ୍ଦେଶ୍ୟରେ ପରିକଳ୍ପନା ହୋଇଥିବା ଏହି ଅଭିଯାନକୁ ସ୍ବାଗତ କରାଯାଇଥିବା ବେଳେ ସରକାରୀ ଅଧିକାରୀଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢିବା ଏବଂ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବିକାଶ କରିବା ଦିଗରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଦାବି ଉଠିଛି।

ସ୍କୁଲରେ ପଢି ବଡ ହେବା ପରେ ଏଣିକି ସ୍କୁଲକୁ ପାଳିବା ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର (Odisha Government) ଙ୍କ ଦ୍ବାରା ଗତ ୨୦୧୭ ମସିହାରେ ପ୍ରାୟୋଜିତ 'ମୋ ସ୍କୁଲ' (Mo School) ଅଭିଯାନରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ସ୍କୁଲ ଚାଲ ଆଉ ପୋଷ୍ୟ ଭାବେ ଗ୍ରହଣ କର- ଏହି ଉଦ୍ଦେଶ୍ୟରେ ମନ୍ତ୍ରୀ, ବିଧାୟକ, ପ୍ରଶାସକ, ବିଚାରପତି, କେନ୍ଦ୍ରମନ୍ତ୍ରୀ ପ୍ରମୁଖଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ (Chief Minister) । ଏହାକୁ ଦୃଷ୍ଟିରେ ରଖି କିଛି ନେତା ମନ୍ତ୍ରୀ ପ୍ରଶାସକ ନିଜ ହିସାବରେ ସ୍କୁଲ ଗୁଡିକୁ ପୋଷ୍ୟ ଭାବେ ଗ୍ରହଣ କରାସାରିଛନ୍ତି । 

Also Read: ବଦଳିଲା କୋଷ୍ଟାଲ HighWay ନକ୍ସା, କେନ୍ଦ୍ରର ଆନ୍ତରିକତା ନେଇ ଉଠିଲା ପ୍ରଶ୍ନ...

ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍କୁଲର ଭିତ୍ତିଭୂମି ସଜାଡିବା ଏବଂ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବେ । ତେବେ 'ମୋ ସ୍କୁଲ ଅଭିଯାନ' ସ୍ବାଗତଯୋଗ୍ୟ ପଦକ୍ଷେପ ହେଲେ ପୋଷ୍ୟ (Adopted) ଗ୍ରହଣ ପ୍ରକ୍ରିୟାକୁ ନେଇ ଭିନ୍ନ ଭାବାବେଗ ପ୍ରକାଶ ପାଇଛି । ଶିକ୍ଷାବିତଙ୍କ ମତରେ ଏହା ସଠିକ ଭାବେ କାର୍ଯ୍ୟକାରୀ ହେଲେ ନିର୍ଦ୍ଦିଷ୍ଟ ସ୍କୁଲ ଗୁଡିକର ବିକାଶ ହୋଇପାରିବ ହେଲେ ସରକାରୀ ଅଧିକାରୀ ମାନଙ୍କୁ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପାଠପଢାଇବା ଲାଗି ଏକ ବାଧ୍ୟତାମୂଳକ ବ୍ୟବସ୍ଥା କଲେ ଏହି ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ।

Also Read: ଟିକାକରଣ ପରେ ମଧ୍ୟ ଜାରି ରହିବ କୋରୋନା ଭୂତାଣୁର ବିସ୍ତାର: WHO

ଖାଲି ସେତିକି ନୁହେଁ ପୋଷ୍ୟ ଗ୍ରହଣ ପରେ ବିକାଶ ଧାରାରେ କିପରି ସାମିଲ ହେବେ, କଣ ସବୁ ପଦକ୍ଷେପ ନେବାକୁ ପଡିବ, ସରକାରୀ ସହାୟତା ପ୍ରଦାନ ଦିଗରେ କେଉଁଠି ଆବେଦନ କରିବେ, ନିୟମିତ ଭାବେ ସ୍କୁଲ ପରିଦର୍ଶନ କରି ଯାଞ୍ଚ କରିବେ ନା କେବଳ ଖାତା କଲମରେ ପୋଷ୍ୟ କରିବେ, ଏ ସମସ୍ତ ଦିଗକୁ ବିଚାର କରି ପଦକ୍ଷେପ ନେବାକୁ ଦାବି ଉଠିଛି । ଅଭିଭାବକ ମହଲରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହାଦ୍ବାରା କିଛି ହାତଗଣତି ନିର୍ଦ୍ଧିଷ୍ଟ ବିଦ୍ୟାଳୟର ବିକାଶ ହୋଇପାରେ ସତ ହେଲେ ରାଜ୍ୟରେ ଥିବା ୬୦ ହଜାରରୁ ଅଧିକ ବିଦ୍ୟାଳୟ (School) ମଧ୍ୟରେ ବାକି ବିଦ୍ୟାଳୟର ଭବିଷ୍ୟତ କଣ ହେବ ତାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି ।

Also Read: ଟଳିଲା ବର୍ଷା ଭୟ, ରାଜ୍ୟକୁ ଘେରିବ କୁହୁଡି ବଳୟ

ସେହିପରି ସରକାରୀ ବିଦ୍ୟାଳୟର ପ୍ରକାର ଭେଦ ହିସାବରେ ଆଦର୍ଶ ବିଦ୍ୟାଳୟ ଆଉ ଏକ ମଡେଲ ଭାବେ ଉଭା ହୋଇଛି । ତେଣୁ ସରକାର ଯଦି ବାସ୍ତବରେ ବିଦ୍ୟାଳୟର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ସମସ୍ତ ପଦବୀ ପୂରଣ କରିବା ସହ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ କରିବା ପ୍ରତି ପ୍ରାଥମିକତା ଦେବାକୁ ଦାବି ଉଠିଛି । 

Edited: Zee Odisha Desk