ନୂଆଦିଲ୍ଲୀ: AIMIM ନେତା ୱାରିସ ପଠାନଙ୍କ ବିବାଦୀୟ ବୟାନ ଘଟଣା । ବିହାର ମଜାଫରପୁରର ଏକ ମୁସଲମାନ ସଙ୍ଗଠନ ପଠାନଙ୍କ କୁଶ ପୁତ୍ତଳିକା ଦାହ କରିଛି । କେବଳ ଏତିକି ନୁହେଁ, ତାଙ୍କ ମୁଣ୍ଡ ପାଇଁ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ବିହାର ମୁଜାଫରପୁର ଜିଲ୍ଲା ନଗର ଥାନା ଅଞ୍ଚଳରେ ସାମାଜିକ ସଙ୍ଗଠନ ହକ-ଏ-ହିନ୍ଦୁସ୍ଥାନ ମୋର୍ଚ୍ଚା ୱାରିସ ପଠାନଙ୍କ ବୟାନକୁ କଡ଼ା ସମାଲୋଚନା କରିଛି । ଏପରିକି ପଠାନ ଜଣେ ଦେଶଦ୍ରୋହୀ ବୋଲି ମଧ୍ୟ କହିବାକୁ ପଛାଇନାହାଁନ୍ତି ସଙ୍ଗଠନର ସଦସ୍ୟ । ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ତମନ୍ନା ହାଶମୀ କହିଛନ୍ତି, ''ୱାରିସ ପଠାନଙ୍କ ଭାଷା ପାକିସ୍ତାନର ଭାଷା ଅଟେ । ଏହା ଜଣେ ଦେଶଦ୍ରୋହୀର ଭାଷା । ତେଣୁ ଆମେ ମୋର୍ଚ୍ଚା ପକ୍ଷରୁ ଏହି ଘୋଷଣା କରୁଛୁ ଯେ, ତାଙ୍କ ମୁଣ୍ଡ ପାଇଁ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବୁ ।''


ସୂଚନାଯୋଗ୍ୟ, AIMIM ନେତା ୱାରିସ ପଠାନ ଗତ ଫେବୃଆରୀ ୧୫ରେ କର୍ଣ୍ଣାଟକର ଗୁଲବର୍ଗାରେ ଆୟୋଜିତ ସିଏଏ ବିରୋଧୀ ରାଲିରେ ବିବାଦୀୟ ବୟାନ ଦେଇଥିଲେ । ୧୫ କୋଟି ମୁସଲମାନ ୧୦୦ କୋଟି ହିନ୍ଦୁଙ୍କ ଉପରେ ଭାରି ପଡ଼ିବେ ବୋଲି ଉସୁକାଇଲା ପରି ଭାଷଣ ଦେଇଥିଲେ ୱାରିସ ପଠାନ । 


ଆହୁରି ପଢ଼ନ୍ତୁ; 'ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଠାରୁ ଟଙ୍କା ନିଆଯିବ ନାହିଁ'