'ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଠାରୁ ଟଙ୍କା ନିଆଯିବ ନାହିଁ'
Advertisement
Article Detail0/zeeodisha/odisha644336

'ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଠାରୁ ଟଙ୍କା ନିଆଯିବ ନାହିଁ'

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ବଡ଼ ବୟାନ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ବଡ଼ ବୟାନ । ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଠାରୁ ଟଙ୍କା ନିଆଯିବ ନାହିଁ ବୋଲି କହିଲେ ଟ୍ରଷ୍ଟର ଅଧ୍ୟକ୍ଷ । ସେହିପରି ମନ୍ଦିର ନିର୍ମାଣ ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି । 

ଶୁକ୍ରବାର ଟ୍ରଷ୍ଟର ଅଧ୍ୟକ୍ଷ ଗୋପାଳ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ପରେ ବଡ଼ ବୟାନ ଦେଇଛନ୍ତି ମହନ୍ତ ନୃତ୍ୟ ଗୋପାଳ ଦାସ । ତାଙ୍କ କହିବା କଥା ହେଲା, ସରକାଙ୍କ ଉପରେ ଆରମ୍ଭରୁ ହିଁ ବୋଝ ଅଛି । ତେଣୁ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ନେଇ ଆଉ ବୋଝ ଦେବାକୁ ଆମେ ଚାହୁଁନାହିଁ । ରାମ ମନ୍ଦିର ନିର୍ମାଣ କାମ ଲୋକଙ୍କ ଟଙ୍କାରେ ହିଁ ହେବ । 

ସେହିପରି ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରାଯାଇଛି । ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ମଧ୍ୟ ଆମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ । 

ଆହୁରି ପଢ଼ନ୍ତୁ; ଆପରେ ସାମିଲ ହେବେ କି ପ୍ରଶାନ୍ତ କିଶୋର ?