ନୂଆଦିଲ୍ଲୀ: ଅତି ସଫଳତାର ସହ ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଟାର୍ଗେଟ କରିଥିଲା ଆମେରିକା। ଇରାକର ବାଗଦାଦ ବିମାନ ବନ୍ଦରରେ ହୋଇଥିବା ଏୟାର ଷ୍ଟ୍ରାଇକରେ ସୁଲେମାନୀଙ୍କୁ ମରାଯାଇଥିଲା । ତେବେ ସୁଲେମାନୀଙ୍କୁ ମାରିବା ପାଇଁ ଆମେରିକା ଯେଉଁ ଡ୍ରୋନ ବ୍ୟବହାର କରିଥିଲା, ସେହି ଡ୍ରୋନ ବିଷୟରେ ଆପଣ ଜାଣିଛନ୍ତି ? ଏହାକୁ ଘାତକ ଡ୍ରୋନ ଭାବରେ ଅବିହିତ କରାଯାଏ, କାହିଁକିନା ସାଧାରଣ ଡ୍ରୋନଠାରୁ ଏହା ସମ୍ପୁର୍ଣ୍ଣ ଅଲଗା । 


COMMERCIAL BREAK
SCROLL TO CONTINUE READING


ସୁଲେମାନୀଙ୍କୁ ମାରିବା ପାଇଁ ଆମେରିକା ବ୍ୟବହାର କରିଥିବା ଡ୍ରୋନର ନାଁ MQ-9 ରିପର ଡ୍ରୋନ । ଯେତେବେଳେ ସୁଲେମାନୀ ବାଗଦାଦ ବିମାନ ବନ୍ଦରରୁ ବାହାରକୁ ବାହାରୁଥିଲେ, ସେତେବେଳେ ଏହି ଏୟାର ଷ୍ଟ୍ରାଇକ ହୋଇଥିଲା । ପୁରା ସଫଳତାର ସହ ଏହା ସୁଲେମାନୀଙ୍କୁ ଟାର୍ଗେଟ କରିପାରିଥିଲା । ଏଥିରେ ସମୁଦାୟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । 


କେତେ ଶକ୍ତିଶାଳୀ MQ-9 ରିପର ଡ୍ରୋନ ?


ଏହି ଡ୍ରୋନ ବହୁ ଘାତକ ଅଟେ । ଏହା 'Armed, multi-mission, media-altitude and long endurance ' ସିଷ୍ଟମ ଅଟେ । ବଡ଼ ବଡ଼ ହମଲା ପାଇଁ ଏହାକୁ ବ୍ୟବହାର କରିଥାଏ ଆମେରିକା ଏୟାର ଫୋର୍ସ । ଏହା ୧୧୫୦ ମାଇଲ ରେଞ୍ଜ ଏବଂ ୫୦ ହଜାର ଫୁଟ ଉଚ୍ଚତାରେ ଉଡ଼ାଣ ଭରିବାକୁ ସକ୍ଷମ । 


ଡ୍ରୋନର ଓଜନ ଏବଂ ଘଣ୍ଟାପ୍ରତି ବେଗ


ଏହି ଡ୍ରୋନର ଓଜନ ୪୯୦୦ ପାଉଣ୍ଡ । ଏଥିରେ ୨୨୦୦ ଲିଟର ତେଲ ଭରା ଯାଇପାରିବ । ଡ୍ରୋନ ନିଜ ସାଥିରେ ୪୭୬୦ କିଲୋଗ୍ରାମ ଓଜନ ନେବାକୁ ସକ୍ଷମ । ଘଣ୍ଟାପ୍ରତି ୨୩୦ କିଲୋମିଟର ବେଗରେ ଏହା ଗତି କରିପାରେ । ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାକୁ ନିୟୋଜିତ କରାଯାଇଥାଏ । 



ଡ୍ରୋନର ମୂଲ୍ୟ କେତେ ?


MQ-9 ରିପର ଡ୍ରୋନକୁ ୨୦୦୭ ମସିହାରୁ ବ୍ୟବହାର କରାଯାଉଛି । ଏହାର ଡେଣାର ଲମ୍ବ ୬୬ ଫୁଟ । ଡ୍ରୋନର ମୂଲ୍ୟ ୬୪.୨ ମିଲିୟନ ଡଲାର ଅର୍ଥାତ ୪୬୦ କୋଟି ୭୦ ଲକ୍ଷ ୫୬ ହଜାର ୨୦୦ ଟଙ୍କା ହେବ । ଟାର୍ଗେଟକୁ ସଠିକ ଭାବେ ଏହା ଭେଦ କରିପାରେ । 


ଡ୍ରୋନରେ ପାଇଲଟ ରୁହନ୍ତି ?


ହଁ, MQ-9 ରିପର ଡ୍ରୋନରେ ଜଣେ ପାଇଲଟ ଏବଂ ଅନ୍ୟଜଣେ ସେଂସର ଅପରେଟର ବସିବା ପାଇଁ ସ୍ଥାନ ରହିଛି । 


ଏଠାରେ ସୂଚନା ଯୋଗ୍ୟ, ଗତ ଶୁକ୍ରବାର ଇରାକ ରାଜଧାନୀ ବାଗଦାଦ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ କରିଥିଲା ଆମେରିକା । ଏହି ଏହାର ଷ୍ଟ୍ରାଇକରେ MQ-9 ରିପର ଡ୍ରୋନ ବ୍ୟବହାର ହୋଇଥିଲା । 


ଆହୁରି ପଢ଼ନ୍ତୁ; ତୃତୀୟ ବିଶ୍ୱଯୁଦ୍ଧ ଆତଙ୍କ; ୩ ହଜାର ସୈନିକ ଗଲ୍ଫ ପଠାଉଛି ଆମେରିକା