ତୃତୀୟ ବିଶ୍ୱଯୁଦ୍ଧ ଆତଙ୍କ; ୩ ହଜାର ସୈନିକ ଗଲ୍ଫ ପଠାଉଛି ଆମେରିକା
Advertisement
Article Detail0/zeeodisha/odisha619818

ତୃତୀୟ ବିଶ୍ୱଯୁଦ୍ଧ ଆତଙ୍କ; ୩ ହଜାର ସୈନିକ ଗଲ୍ଫ ପଠାଉଛି ଆମେରିକା

ଆମେରିକା ସୈନିକଙ୍କୁ ସେବେ ମୁତୟନ କରାଯାଇଥିଲା ଯେବେ ଇରାନ ସମର୍ଥିତ ଯୁଦ୍ଧ ବିମାନ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲା ।

ତୃତୀୟ ବିଶ୍ୱଯୁଦ୍ଧ ଆତଙ୍କ;  ୩ ହଜାର ସୈନିକ ଗଲ୍ଫ ପଠାଉଛି  ଆମେରିକା

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ୭ଶହ ସୈନିକଙ୍କୁ କୁଏତ ପଠାଇବା ପରେ ଏବେ ୩୦୦୦ ସୈନିକଙ୍କ ଏକ ବଡ଼ ବାଟାଲିୟନକୁ  ଗଲ୍ଫ ପଠାଇବାକୁ ଯାଉଛି ଆମେରିକା ।  ଆମେରିକା ସୈନିକଙ୍କୁ ସେବେ ମୁତୟନ କରାଯାଇଥିଲା ଯେବେ ଇରାନ ସମର୍ଥିତ ଯୁଦ୍ଧ ବିମାନ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲା । ଆମେରିକାର ଏହି ପ୍ରସ୍ତୁତିରୁ ଜଣାପଡୁଛି କି, ସେ ଇରାନର ଜେନେରାଲ କାସିମ୍ ସୁଲେମାନୀଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଆମେରିକା ।

ଇରାନ୍-ଆମେରିକା ମଧ୍ୟରେ ବିବାଦ ଚରମ  ସୀମାରେ ପହଞ୍ଚିଥିବାରୁ ୩ ହଜାର  ସୈନିକ ଗଲ୍ଫ ଦେଶ ପଠାଉଛି , ଇରାନରେ ଶାସନ କରୁଥିବା ସରକାରରେ ପରିବର୍ତ୍ତନ ନ ହେଉ ବୋଲି ଆମେରିକା ଚାହୁଁଛି'।  
ଇରାନ ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ସାରା ଦୁନିଆରେ ଯୁଦ୍ଧର ବିପଦ ଘୁରି ବୁଲୁଛି । ଇରାନ କହିଛି,  ସେ ତାର କମାଣ୍ଡରର ମୃତ୍ୟୁର ପ୍ରତିଶୋଧ ଆମେରିକାଠାରୁ ନିଶ୍ଚୟ ନେବ । ଆମେରିକା  ଏହି ବିପଦର ମୁକାବିଲା ପାଇଁ ଗଲ୍ଫ ଦେଶକୁ ୩ ହଜାର ସୈନ୍ୟ ପଠାଇବାକୁ ଯୋଜନା କରିଛି । ଏହା ଦ୍ୱାରା ଆମେରିକା ଗଲ୍ଫ ଦେଶ ମାନଙ୍କରେ ଗଡ଼ ବନ୍ଦୀ କରିବାକୁ ଲାଗିପଡ଼ିଛି ।

୩ ହଜାର  ସୈନ୍ୟ ଗଲ୍ଫ ପଠାଉଛି ଆମେରିକା : ସମ୍ୱାଦ ସରବରାହ ସଂସ୍ଥା ଏପି ର ସୂଚନା ଅନୁଯାୟୀ ଆମେରିକାର ପ୍ରତିରକ୍ଷା ବିଭାଗର ଅଧିକାରୀ କହିଛନ୍ତି ଯେଉଁ ୩ ହଜାର ସୈନିକଙ୍କୁ ଗଲ୍ଫ ଦେଶକୁ ପଠାଯାଉଛି, ସେମାନେ ୮୨ ତମ ଏୟାରବାଁର୍ନ ଡିଭିଜନର, ଏବଂ ନର୍ଷ କେରୋଲିନ୍ ସ୍ଥିତ ଫୋର୍ଟ ବ୍ରେଗ ସହ ପ୍ରସଙ୍ଗ ରଖୁଛି ।   ନିଜ ନାମକୁ ଗୋପନ ରଖି ଏହି ଅଧିକାରୀ କହିଛନ୍ତି, ଆମେରିକାର ରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ବର୍ତ୍ତମାନ ଯାଏଁ ଏହି ନିଷ୍ପତ୍ତିର ଘୋଷଣା କରିନାହିଁ ।  

୧୪ ହଜାର ସୈନିକ ପଠାଇସାରିଛି ଆମେରିକା:  ଗତ ସପ୍ତାହରେ ୭୦୦ ସୈନିକ ମୁତୟନ ପୂର୍ବରୁ ଆମେରିକା ମେ ମାସରୁ ଗତ ସପ୍ତାହ ଯାଏ ୧୪୦୦୦ ସୈନିକ ମଧ୍ୟ-ପୂର୍ବରୁ ପଠାଇସାରିଛି ।  ମେ ମାସରେ ଆମେରିକା ସାର୍ବଜନିକ ରୂପରେ କହିଥିଲା ଇରାନ ଆମେରିକାର ଠିକଣା ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛି । 

ଯୁଦ୍ଧ ଟାଳିବାକୁ ଏହି ଆକ୍ରମଣ: ଏଠାରେ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ କହିଛନ୍ତି କାସିମ ସୁଲେମାନୀଙ୍କୁ ଏଥିପାଇଁ ହତ୍ୟା କରାଗଲା 'କାରଣ ଆମେରିକାର ଡିପ୍ଲୋମେସି ଉପରେ ଆକ୍ରମଣ କରିବାର ସୂଚନା ମିଳିଥିଲା' । ସେ କହିଛନ୍ତି  ଆମେରିକା  ଇରାନରେ ଶାସନ କରୁଥିବା ସରକାରର ପତନ ଚାହୁଁନାହିଁ ।  ଟ୍ରମ୍ପ ଫ୍ଲୋରିଡାରେ କହିଛନ୍ତି ' ସୁଲେମାନୀ ଆମେରିକା ରାଜନୈତିକ ଏବଂ ସେନାର ଅଧିକାରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା' । ଯୋଜନା ବିଷୟରେ ଆଗରୁ ସୂଚନା ପାଇଁ  ଆମେ ତାକୁ ଧରିନେଲୁ ଏବଂ ତାହାର ପତନ କରିଦେଲୁ ।  

ନିକଟରେ ଟ୍ରମ୍ପ ମୁହାଁମୁହିଁ ପରିସ୍ଥିତି ସମ୍ଭାବନାକୁ ଖାରଜ କରି କହିଛନ୍ତି  ସେ ଇରାନ ସହ ଯୁଦ୍ଧ ଚାହୁଁନାହାନ୍ତି ।  ଗତ ରାତିରେ ଆମଦ୍ୱାରା ନିଆଯାଇଥିବା ପଦକ୍ଷେପ, ଯୁଦ୍ଧ ସମ୍ଭାବନାକୁ ଏଡାଇବାକୁ  ନିଆଯାଇଥିଲା , 'ଆମେ ଯୁଦ୍ଧ ଆରମ୍ଭ କରିବା ପାଇଁ ପଦକ୍ଷେପ ନେଇନାହୁଁ' ।
ଆମେ ଇରାନରେ ଶାସନ ପରିବର୍ତ୍ତନ ଚାହୁଁନାହୁଁ ।  ନିକଟରେ ଆମେରିକା ଦେଇଥିବା ଏହି ବୟାନରେ ଇରାନ ସନ୍ତୁଷ୍ଟ ନଥିବା ଦେଖିବାକୁ ମିଳିଛି ।  

ପରିଣାମ ଭୋଗିବାକୁ ଅପେକ୍ଷା କରୁ ଆମେରିକା: ଇରାନ  କୁଦୁସ ସେନା ପ୍ରମୁଖ ଜେନେରାଲ ସୁଲେମାନୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ଶୀଳ ହୋଇଯାଇଛନ୍ତି, ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୈୟଦ ଅଲ୍ଲୀ ଖୁମୈନୀ ପ୍ରତିଶୋଧ ନେବାକୁ ସଂକଳ୍ପ ନେଇଛନ୍ତି ।  ତେହରାନ୍ ସ୍ଥିତ ଟିଭି ଚ୍ୟାନେଲ ସୂଚନା ଅନୁଯାୟୀ ଖୁମୈନୀ କହିଛନ୍ତି, 'ଧରିତ୍ରୀର ସବୁଠାରୁ କ୍ରୁର ଲୋକ ସମ୍ମନୀୟ କମାଣ୍ଡରଙ୍କ ହତ୍ୟାକଲେ,  ଯିଏ ଦୁନିଆର ଖରାପ ଲୋକ ଓ ଡକାୟତଙ୍କ ସହ ଲଢ଼ିଥିଲେ' । ସେ କହିଛନ୍ତି ତାଙ୍କ ମୃତ୍ୟୁ ପରେ ବି ତାଙ୍କ ମିଶନ ଅଟକିବ ନାହିଁ । ହେଲେ ଯେଉଁ ଅପରାଧୀମାନେ ଗତ ଗୁରୁବାର ରାତିରେ ଜେନେରାଲ ସୁଲେମାନୀ ଓ ଅନ୍ୟ ସହିଦଙ୍କ ରକ୍ତରେ ନିଜ ହାତ ରଙ୍ଗେଇଛନ୍ତି ସେମାନଙ୍କୁ ଭୟଙ୍କର ପରିଣାମ ଭୋଗିବା ନେଇ ଚିନ୍ତା କରିବା ଦରକାର  ।

ପରିସ୍ଥିତି ବିଗିଡ଼ିବା ଅନୁଚିତ୍:  ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଭାରତ କହିଛି ' ଇରାନ ସେନା କମାଣ୍ଡର ଜେନେରାଲ କାସିମ୍ ସୁଲେମାନୀଙ୍କ ହତ୍ୟା ଯୋଗୁଁ  ପରିସ୍ଥିତି ବିଗିଡ଼ିବା ଅନୁଚିତ୍' ।  ବୈଦେଶିକ ମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି  ବିବାଦ ବୃଦ୍ଧି ଯୋଗୁଁ ସାରା ଦୁନିଆ ପାଇଁ ସଙ୍କଟମୟ ପରିସ୍ଥିତି  ସୃଷ୍ଟି କରିଛି ।  ଏହି କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସୁରକ୍ଷା, ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଏହା ଆବଶ୍ୟକ ଅଟେ ଯେ, ସ୍ଥିତି ଆଗକୁ ବିଗିଡ଼ିବା ଉଚିତ୍ ନୁହେଁ । ଭାରତ ଲଗାତାର ସଂଯମ ବନାଇ ରଖିବାକୁ ସମର୍ଥନ କରିଆସିଛି  ଏବଂ ଏହା କରିବା ଆବଶ୍ୟକ ଅଟେ ।