ଭୁବନେଶ୍ୱର ଏମ୍ସ ପରିସରରେ ପ୍ରତିଷ୍ଠା ହେବ ବାଜପେୟୀଙ୍କ ପ୍ରତିମୂର୍ତ୍ତି । ଅଟଳ ବିହାରୀ ବାଜପେୟୀ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏବେ ସେହି ଏମ୍ସ, ବାଜପେୟୀଙ୍କୁ ସମ୍ମାନ ଜଣାଇ ପ୍ରତିଷ୍ଠା କରୁଛି ତାଙ୍କର ପ୍ରତିମୂର୍ତ୍ତି । ଆସନ୍ତାକାଲି ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ । ସ୍ୱତନ୍ତ୍ର ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହ ନେତା ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।    


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ୱର ଏମ୍ସ ପରିସରରେ ପ୍ରତିଷ୍ଠା ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି । ବାଜପେୟୀଙ୍କ ସମ୍ମାନାର୍ଥେ ପ୍ରତିମୂର୍ତ୍ତିର ଲୋକାର୍ପଣ ହେବ । ବୁଧବାର ଅପରାହ୍ଣରେ ବାଜପେୟୀଙ୍କ ଜୟନ୍ତୀରେ ଲୋକାର୍ପିତ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ପୂର୍ବରୁ ବାଜପେୟୀ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏବେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି କହିଛନ୍ତି ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶିକା ।


ବାଜପେୟୀଙ୍କ ଜୟନ୍ତୀ ଅବସରରେ ୧୦ଟି ମଡ୍ୟୁଲାର୍ ଓଟି, ଆଇସିୟୁ କମ୍ପ୍ଲେକ୍ସ, କ୍ୟାଥ୍ ଲ୍ୟାବ୍ ଓ ଫ୍ଲୁରୋସ୍କୋପି ସେବା ମଧ୍ୟ ଲୋକାର୍ପିତ ହେବ । ଭୁବନେଶ୍ୱର ଏମ୍ସରେ ୧୫ଟି OTକାର୍ଯ୍ୟକ୍ଷମ ଥିବାବେଳେ ୭୯୭ଟି ସାଧାରଣ ବେଡ୍, ୬୩ଟି ଆଇସିୟୁ ବେଡ୍, ୪୧ଟି ବିଭାଗ ରୋଗୀ ସେବାରେ ନିୟୋଜିତ ଅଛି । ୧୧ ଶହ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ୧୫୪ ଜଣ ଫାକୁଲଟି ଷ୍ଟାଫ୍ । ଆଗାମୀ ଦିନରେ ଗାମା ନାଇଫ୍, ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ, ଗ୍ୟାଷ୍ଟ୍ରୋ ସର୍ଜରୀ ସମେତ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଏବଂ ସୁପର ସ୍ପେଶାଲିଟି ବିଭାଗ ଖୋଲିବାକୁ ଯାଉଛି ଏମ୍ସ ।


୨୦୦୩ରେ ପ୍ରଧାନମନ୍ତ୍ରୀ ଥିବାବେଳେ ଅଟଳ ବିହାରୀ ବାଜପେୟୀ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଯାହା ଆଜି ପୂର୍ଣ୍ଣ କାର୍ଯ୍ୟକ୍ଷମ । ଏବେ ବାଜପେୟୀଙ୍କ ସ୍ମୃତିରେ ଏମ୍ସ ପରିସରରେ ଲୋକାର୍ପିତ ହେବ ତାଙ୍କର ପ୍ରତିମୂର୍ତ୍ତି ଯାହା ରାଜ୍ୟ ପାଇଁ ଗର୍ବର ବିଷୟ ।