ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ମଣିଷ ଆଜି ବିଂଶ ଶତାଦ୍ଧୀରେ ପାଦ ଦେଇଥିଲେ ମଧ୍ୟ ଆଜି ବି ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ପରି ଜିନିଷରେ ବିଶ୍ୱାସ ରଖେ । ଏହା ହୁଏତ ସତ ଯେ ଅନେକ ଲୋକ ଏହି ଜନିଷରେ ଖୁବ ଅଧିକ ବିଶ୍ୱାସ କରନ୍ତି ତ ଆଉ କିଛି ଅଛନ୍ତି ଯେଉଁମାନେ ଏହି ସବୁ ଜିନିଷରେ ଆଦୌ ବିଶ୍ୱାସ ରଖନ୍ତି ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟର ଗ୍ରହ ଓ ନକ୍ଷତ୍ରର ସ୍ଥିତି ଦେଖି ଗଣନା କରାଯାଇ ଭବିଷ୍ୟତ ବିଷୟରେ ଅନୁମାନ କରାଯାଏ । 


COMMERCIAL BREAK
SCROLL TO CONTINUE READING

ତେବେ ଯେଉଁମାନେ ଏହିସବୁ ଜିନିଷରେ ବିଶ୍ୱାସ ରଖନ୍ତି ସେମାନଙ୍କ ପାଇଁ ଟିପ୍ସ ଅଛି ଯେ କିଛି ଖରାପ ହେବା ପୂର୍ବରୁ କିପରି ପୂର୍ବ ସୂଚନା ମିଳିଥାଏ ...


୧. ଘରେ ଅନେକ ଲୋକ ଗୃହପାଳିତ ପଶୁ ରଖନ୍ତି । ଗାଁ ଗହଳିରେ ଲୋକେ ଗାଈଗୋରୁ ପାଳୁଥିବା ବେଳେ ସହରୀଲୋକମାନେ ନିଜର ଗୃହପାଳିତ ପଶୁ ଭାବରେ ସାଧାରଣତଃ କୁକୁର ପାଳିଥାଆନ୍ତି । ତେବେ ଆପଣ ପାଳିଥିବା ପଶୁପକ୍ଷୀର ଯଦି ହଠାତ ବିନା କାରଣରେ ମୃତ୍ୟୁ ହୁଏ ତେବେ ଜାଣନ୍ତୁ ତାହା ଆଗକୁ ଘର ପ୍ରତି ମାଡ଼ି ଆସୁଥିବା ବିପଦର ସୂଚନା ଦେଇଥାଏ ।


୨. ଆଜି ବି ଘରେ କାହାର ସୁନା, ରୂପା ହଜିଗଲେ ତାକୁ ଅଶୁଭ ବୋଲି ମନାଯାଏ । ଆଉ ଏହା ଅନେକମାତ୍ରାରେ ଠିକ୍ ମଧ୍ୟ । ସୁନା ରୂପା ହଜିଗଲେ ଜୀବନ ପ୍ରତି ବଡ଼ ବିପଦ ମାଡ଼ି ଆସୁଥିବାର ସୂଚନା ମିଳିଥାଏ । ତେଣୁ କୌଣସି ମୂଲ୍ୟବାନ ଧାତୁ ହଜିହଗଲେ ସତର୍କ ରୁହନ୍ତୁ ।


୩. ଘରର ଉର୍ଜା ଠିକ ରହିବା ପାଇଁ ଓ ଘରରେ ଉପକୂଳ ବାତାବରଣ ପାଇଁ ଲୋକେ ଘରେ ତୁଳସୀ ଗଛ, ଆମ୍ୱଗଛ, ଆଦି ରଖିଥାଆନ୍ତି । ଯଦି କୌଣସି କାରଣରୁ ଏହି ଗଛ ମରିଯାଏ ତେବେ ତାକୁ ଅଶୁଭ ମନା ଯିବା ସହିତ ଘର ପ୍ରତି ବିପଦ ଆସୁଥିବାର ସଙ୍କେତ ମିଳିଥାଏ ।


୪. ଘରେ ଥିବା ଇଲେକ୍ଟ୍ରନିକ ଜିନିଷ ଥାଏ ଆଉ ତାହା ବାରମ୍ଭାର ଖରାପ ହେଉଥାଏ ତେବେ ତାହା ଧନ ହାନିର ସବଚନା ଦେଇଥାଏ । ତେଣୁ ସେଥିପ୍ରତି ସତର୍କ ରୁହନ୍ତୁ । 


୫. ଆପଣଙ୍କ ଅନାମିକା ଆଙ୍ଗୁଳିର ତଳଭାଗରେ ଯଦି କୌଣସି ଦାଗ ଦେଖାଯାଏ ତେବେ ନିଜ ଲୋକ ଆପଣଙ୍କୁ ଧୋକା ଦେବାର ସମ୍ଭାବନା ଥାଏ । ସେଥିପ୍ରତି ହୁସିଆର ରୁହନ୍ତୁ ।


୬. ଯଦି ବିନା କାରଣରେ ଦାମ୍ପତ୍ୟ ଜୀବନରେ ଝଗଡ଼ଝାଟି ଲାଗି ରୁହେ ତେବେ ତାହା ମଧ୍ୟ ଧନ ହାନିର ସୂଚନା ଦେଇଥାଏ ।


୭. ଘରେ ଥିବା କାଚ ଜିନିଷ ଭାଙ୍ଗିବା ସ୍ୱଭାବିକ ହୋଇଥାଏ । ମାତ୍ର ଯଦି ଏହି ଜିନିଷ ବାରମ୍ବାର ଭାଙ୍ଗିବ ତେବେ ଜାଣନ୍ତୁ ଯେ ଘର ପ୍ରତି ବିପଦ ଘନେଇ ଆସୁଛି ।   


ଅଧିକ ପଢନ୍ତୁ: ଗୀତା ଅନୁସାରେ ଏହି ସମୟରେ ମୃତ୍ୟୁ ହେଲେ ହୁଏ ପୁନର୍ଜନ୍ମ