ମୋନିକା ମହାନ୍ତି, ନୂଆଦିଲ୍ଲୀ: ବିରାଟ କୋହଲି ନିଜର ଭଲ ବ୍ୟାଟିଂ ପାଇଁ ଯେତିକି  ଫେମସ ନିଜର ଫିଟନେସ ଏବଂ ଷ୍ଟାଇଲ ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ । ସେ ନିଜର ଷ୍ଟାଇଲିସ  ଲୁକ ଏବଂ ଫିଟନେସ ଚେହେରା ପାଇଁ ସମସ୍ତଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଛନ୍ତି । ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି । ନିଜକୁ ଫିଟ୍‌ ରଖିବା ଉପରେ ଏବେ ସେ ବିଶେଷ ଧ୍ୟାନ ଦେଇଥାନ୍ତି ।

ବିରାଟ ଫିଟ୍‌ନେସ୍‌କୁ ନେଇ ଟିମ ଇଣ୍ଡିଆର ପୂର୍ବତନ ଟ୍ରେନର ଶଙ୍କର ବାସୁ ଖୁଲାସା କରିଛନ୍ତି । ସେ କହିଛନ୍ତି  କୋହିଲିଙ୍କ ଫିଟନେସ ପଛରେ ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ  ଦୀପିକା ପାଲିକଲଙ୍କ ହାତ ରହିଛି  । ଦେଶର ଜଣାଶୁଣା ସ୍କ୍ବାସ୍‌ ଖେଳାଳି ଦୀପିକା ବିରାଟଙ୍କୁ ଫିଟ୍‌ ରହିବାର ଟିପ୍ସ ଦେଇଥିଲେ । ୨-୩ବର୍ଷ ପୂର୍ବରୁ ଆଇପିଏଲ୍‌ ଚାଲିଥିବାବେଳେ ଦୀପିକା ଏବଂ କୋହଲିଙ୍କ ମଧ୍ୟରେ ଭେଟ ହୋଇଥିଲା । ଏହି ଅବସରରେ ଦୀପିକା ଫିଟ୍‌ନେସ୍‌ ଉପରେ କୋହଲିଙ୍କୁ ଫିଟ୍‌ନେସ୍‌ ଟିପ୍ସ  ଦେଇଥିଲେ ।