ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ସୋମବାର ବହୁ ଘଣ୍ଟାର ତର୍କ ବିତର୍କ ପରେ ଲୋକସଭାରେ ପାସ ହୋଇଛି ନାଗରିକ ସଂଶୋଧନ ବିଧେୟକ । ଲୋକସଭାରେ ବିଲ ପାସ ହେବା ପରେ ଏବେ ଅପେକ୍ଷା ରାଜ୍ୟସଭା ପାଇଁ । ଲୋକସଭାରେ ବିଲ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲେ ୮୦ ଖଣ୍ଡ । ବିଲ ସପକ୍ଷରେ ଅଧିକ ଭୋଟ ମିଳିବାରୁ ଲୋକସଭାରୁ ବିଲ ପାସ ହୋଇ ସାରିଛି । ଏବେ ଶାହାଙ୍କୁ ରାଜ୍ୟସଭାରେ ସମର୍ଥନ ଦରକାର । 


COMMERCIAL BREAK
SCROLL TO CONTINUE READING

ରାଜ୍ୟସଭାରେ ବିଲ ପାସ ହେବା ପାଇଁ ୧୨୧ଖଣ୍ଡ  ଭୋଟର ଆବଶ୍ୟକତା ଥିବାବେଳ ବିଜେପି ପାଖରେ ସଂଖ୍ୟା ଅଛି ୮୩ । ବିଜେପି ସମର୍ଥନ ଦଳ ହିସାବରେ ବିଜେଡି ପାଖରେ ୭, AIADMK ପାଖରେ ୧୧, ଅକାଳି ଦଳ ୩, ଶିବସେନା ପାଖରେ ୩ଟି,  JDU ପାଖରେ ୬, YRC କଂଗ୍ରେସ ପାଖରେ ୨, ଏଲପିଜି ପାଖରେ ଗୋଟିଏ,  RPI ପାଖରେ ଗୋଟିଏ ଏବଂ ରାଜ୍ୟସଭାକୁ ୪ ମନୋନୀତ ହୋଇଥିବା ରାଜ୍ୟସଭା ସାଂସଦଙ୍କ ଭୋଟ ବିଜେପି ପାଖରେ ରହିଛି । ସମୁଦାୟ ବର୍ତ୍ତମାନ ବିଲ ସପକ୍ଷରେ ୧୨୧ ଖଣ୍ଡ ଭୋଟ ମିଳିବା ନେଇ ପଥ ପରିଷ୍କାର ଅଛି ।


ସେପଟେ ବିରୋଧୀଙ୍କ ପାଖରେ ସମୁଦାୟ ୧୦୦ ଖଣ୍ଡ ଭୋଟ ଥିବା ବେଳେ ଏହି ବିଲକୁ ରାଜ୍ୟସଭାରେ ପାସ ହେବା ପାଇଁ କେହି ଅଟକାଇ ପାରିବେ ନାହିଁ ବୋଲି ବିଜେପି ଦୃଢୋକ୍ତି ପ୍ରକାଶ କରିଛି । ବିରୋଧୀ କଂଗ୍ରେସ ପାଖରେ ୪୬ ଖଣ୍ଡ ଭୋଟ, ମମତାଙ୍କ ତୃଣମୂଳ କଂଗ୍ରେସ ପାଖରେ ୧୩, ସମାଜବାଦୀ ପାର୍ଟି ପାଖରେ ୯, ବାମ ଦଳ ପାଖରେ ୬, DMK ପାଖରେ ୫, ଆରଜେଡି,NCP, BSP ପାଖରେ ୪, TDP ପାଖରେ ୨, PDP ପାଖରେ ୨, JDS ପାଖରେ ଗୋଟିଏ, କେରଳ କଂଗ୍ରେସ ପାଖରେ ଗୋଟିଏ, TRS ପାଖରେ ୬ଟି, ମୁସଲିମ ଲିଗ ପାଖରେ ଗୋଟିଏ ସଂଖ୍ୟାବଳ ଅଛି ।


ଶାସକ ଓ ବିରୋଧୀ ବାଦ ବି ଏପରି କିଛି ଦଳର ଭୋଟ ଅଛି ଯାହା ପରବର୍ତ୍ତି ସମୟରେ ବିଲ ସପକ୍ଷରେ ବି ଢଳି ପାରେ ବା ବିପକ୍ଷରେ ବି ମତ ଯାଇପାରେ ।  ଆସାମ ଗମ ପରିଷଦର ଗୋଟିଏ, ବୋଡଲ୍ୟାଣ୍ଡ ପିପୁଲ ଫ୍ରଣ୍ଟ, ଏମଡିଏକରେ ଗୋଟିଏ, ନାଗା ପିପୁଲର ଗୋଟିଏ, ସିକିମ ଡେମୋକ୍ରିଟିକ ଫ୍ରୋଣ୍ଟର ଗୋଟିଏ ଆଦି କିଛି ଦଳ ଅଛନ୍ତି ଯାହାଙ୍କ ସଂଖ୍ୟା ୧୯ ରହିଛି । 


୨୪୫ ଆସନ ବିଶିଷ୍ଟ ରାଜ୍ୟ ସଭାରେ ୫ଟି ଆସନ ଖାଲି ପଡି ଥିବାରୁ ୨୪୦ ଆସନକୁ ନେଇ ହେବ ମତଦାନ । ଶାସକ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଥିବାର ଜଣା ପଡୁଥିବାରୁ ବିଲ ପାସ ହେବା ନେଇ ସମ୍ଭାବନା ଅଛି ।