ଥଣ୍ଡାରେ ଲାଗିବ ବ୍ରେକ୍, ଶୁକ୍ରବାରରୁ ବର୍ଷା-ଶୀତ ପାଗ!
ଆସନ୍ତାକାଲି ମଧ୍ୟ ୭ ଜିଲ୍ଲାରେ ହାଲୁକା କୁହୁଡି ଦେଖାଦେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଶୀତର ପ୍ରକୋପ କମିଥିବା ବେଳେ କୁହୁଡି ବଳୟରେ ଘେରିରହୁଛି ରାଜ୍ୟ। ବୁଧବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତାକାଲି ସକାଳ ସାଢେ୍ ୮ଟା ମଧ୍ୟରେ ମୟୂରଭଞ୍ଜ, ମାଲକାନିଗିର, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ ଜିଲ୍ଲାରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି।
ଆସନ୍ତାକାଲି ମଧ୍ୟ ୭ ଜିଲ୍ଲାରେ ହାଲୁକା କୁହୁଡି ଦେଖାଦେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗ ଅପରିବର୍ତ୍ତିତ ରହିବ। ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ୩-୪ ଡିଗ୍ରୀ ଏବଂ ବାକି ଜିଲ୍ଲାରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବାର ସମ୍ଭାବନା ରହିଛି। ଆସନ୍ତା ୨୯ ତାରିଖରୁ ପାଗରେ ପରିବର୍ତ୍ତନ ଆସି ବର୍ଷା-ଶୀତ ପାଗ ଅନୂଭୁତ ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।
Also Read: କୁହୁଡି ଚାଦରରେ ଢାଙ୍କିହେଲା ରାଜଧାନୀ; ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି
ସୁନ୍ଦରଗଡ, ଝାରସୁଗୁଡା, କେଉଁଝର, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ହାଲୁକା ବର୍ଷା ହେବାକୁ ଥିବା ବେଳେ ୫ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, କେଉଁଝର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି। ଆସନ୍ତା ମାସ ୧ ତାରିଖରୁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବା ନେଇ ସତର୍କ ସୂଚନା ଜାରି କରାଯାଇଥିବା କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ ସୂଚନା ଦେଇଛନ୍ତି।