ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାଁରେ ଏତଲା । ବିବାଦୀୟ ବୟାନ ଯୋଗୁଁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କୁ ଟ୍ୱିଟରରୁ ଅସ୍ଥାୟୀ ଭାବେ ହଟାଇ ଦିଆଯାଇଥିଲା । ତେବେ ଇଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ ଭଉଣୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ କଙ୍ଗନା । ଆଉ ଏନେଇ ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଏତଲା ଦାଖଲ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ପୁରା ଘଟଣା ଥିଲା ଏପରି । ମରାଦାବାଦରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଟ୍ୱିଟରରେ ଟିପ୍ପଣୀ ଦେଇଥିଲେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ । ତେବେ ବୟାନଟି ବିବାଦୀୟ ଥିବାରୁ ତାଙ୍କ ଟ୍ୱିଟର ଆକାଉଣ୍ଡକୁ ସସପେଣ୍ଡ କରାଯାଇଥିଲା । ତେବେ ଏକ ପକ୍ଷପାତି ପ୍ଲାଟଫର୍ମ ଛାଡ଼ିଦେଲେ ମୋତେ କିଛି ଫରକ ନାହିଁ ବୋଲି ଜବାବ ରଖିଥିଲେ ରଙ୍ଗୋଲୀ । ତେବେ ପୁରା ଘଟଣାକୁ ନେଇ ଭଉଣୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ କଙ୍ଗନା । ଯାହାକୁ ନେଇ ମୁମ୍ବାଇ ଅମ୍ବୋଲୀ ଥାନାରେ ଏତଲା ଦାଖଲ ହୋଇଛି । ଅଲୀ କାଶିଫ ଖାନ ଦେଶମୁଖ ନାମକ ଜଣେ ବ୍ୟକ୍ତି ଏହି ଏତଲା ଦାଖଲ କରିଛନ୍ତି । 


ଭଉଣୀ ପାଇଁ ଓକିଲାତି କରିବାକୁ ଯାଇ କଙ୍ଗନା କ'ଣ କହିଥିଲେ ? 


କଙ୍ଗନା କହିଥିଲେ, ''ତାଙ୍କ ଭଉଣୀ ରଙ୍ଗୋଲୀ ପୋଲିସ ଏବଂ ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ହିଁ ପ୍ରତିକ୍ରିୟା ରଖିଥିଲେ । ଯେଉଁମାନେ ପୋଲିସ ଓ ଡାକ୍ତରଙ୍କୁ ଆକ୍ରମଣ କରୁଛନ୍ତି, ସେମାନଙ୍କୁ ଗୁଳି କରିଦେବା ଦରକାର ବୋଲି ମୋ ଭଉଣୀ କହିଛି । ତେବେ ଭଉଣୀ ରଙ୍ଗୋଲୀଙ୍କ କଥାରେ ଯଦି କେଉଁଠି ବି ମୁସଲମାନ ସମ୍ପ୍ରଦାୟ ବିଷୟରେ କୁହାଯାଇଛି, ତେବେ ଆମେ ଦୁଇ ଭଉଣୀ କ୍ଷମା ମାଗିବୁ । ସମସ୍ତ ମୁସଲମାନ ଆତଙ୍କବାଦୀ ବୋଲି ଆମେ ମାନୁନାହୁଁ । ଆମେ ଏହାମଧ୍ୟ କହୁନାହୁଁ, ସମସ୍ତ ମୁସଲମାନ ପୋଲିସ ଉପରେ ଆକ୍ରମଣ କରୁଛନ୍ତି । ଯେଉଁ ବ୍ୟକ୍ତି ଦେଶହିତ ପାଇଁ ସ୍ୱର ଉତ୍ତୋଳନ କରୁଛି, ତାକୁ ଶୋଷଣ କରାଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି ।''