ନୂଆଦିଲ୍ଲୀ:  ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ମଙ୍ଗଳବାର ଜାରି କରାଯିବା ପରେ ଏମାନଙ୍କ ମଧ୍ୟରୁ ଦୋଷୀ ବିନୟ କୁମାର ଶର୍ମା ସୁପ୍ରିମକୋର୍ଟରେ ଏକ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING


କ୍ୟୁରେଟିଭ ପିଟିସନ କଣ ?


ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୋଷୀ ଫାଶୀରୁ ବଞ୍ଚିବା ଲାଗି ତା ନିକଟରେ ଦୁଇଟି ବିକଳ୍ପ ରହିଥାଏ । ପ୍ରଥମ ବିକଳ୍ପ ହେଉଛି ରାଜକ୍ଷମା । ଏଥିରେ  ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିପାରିବେ ।  ଏହି ରାଜକ୍ଷମା ଉପରେ ରାଷ୍ଟ୍ରପତି ଅନୁଚ୍ଛେଦ-୭୨ ଅନୁସାରେ ଶୁଣାଣି କରିଥାନ୍ତି । ଦ୍ଵିତୀୟରେ ପୁନର୍ବିଚାର ଆବେଦନ । ପୁନର୍ବିଚାର ଆବେଦନ ଉପରେ ରାୟ ଶୁଣାଇଥାନ୍ତି ସୁପ୍ରିମକୋର୍ଟ । ଏହି ଦୁଇ ଆବେଦନ ଖାରଜ ହୋଇଗଲେ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିପାରିବେ।  
କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଥାଏ । ସୁପ୍ରିମକୋର୍ଟ ଶୁଣାଣି କରିଥିବା ରାୟକୁ କମ କରିବା ଲାଗି ଏହି  ଆବେଦନ କରାଯାଇଥାଏ  ଅର୍ଥାତ ଫାଶୀ ନ ଦେଇ ଆଜୀବନ କାରାଦଣ୍ଡ ଦେବା ଲାଗି  ଆବେଦନ କରିଥାନ୍ତି ।  ନ୍ୟାୟ ବ୍ୟବସ୍ଥାର ଯେପରି କୌଣସି ଦୂରୁପଯୋଗ ନହୁଏ ସେ ଲାଗି ଏହି ବିକଳ୍ପ ରହିଛି । ଏହି ପିଟିସନକୁ  କୋର୍ଟର ୩ ବରିଷ୍ଠ ବିଚାରପତି ଶୁଣାଣି କରିଥାନ୍ତି । ଏହି ନିଷ୍ପତ୍ତି ଶେଷ ଫଇସଲା ହୋଇଥାଏ । 


ସୂଚନାଯୋଗ୍ୟ, ମଙ୍ଗଳବାର ପଟିଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କ ଫାଶୀ ତାରିଖ ୨୨ ଜାନୁୟାରୀ ସକାଳ ୭ଟା ଦିଆଯିବାକୁ ନିର୍ଦ୍ଦେଶ ଦେବା ପରେ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଥିଲା । ଏହାପରେ ଦୋଷୀଙ୍କ ପାଇଁ ଲଢୁଥିବା ଓକିଲ ଏ.ପି. ସିଂ  ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଦିନେ ଦୁଇ ଦିନ ମଧ୍ୟରେ କ୍ୟୁରେଟିଭପିଟିସନ ଦାଖଲ କରିବେ।