ଦେଶର ୧୦ ପ୍ରଦୂଷଣ ସହର ଭିତରେ ୟୁପିର ୭, ହଟିଲା ଦିଲ୍ଲୀ
ପ୍ରଦୂଷଣକୁ ନେଇ ଏବେ ସମସ୍ତେ ଚିନ୍ତିତ । କିଛିଦିନ ପୂର୍ବରୁ ଦିଲ୍ଲୀର ସ୍ଥିତି ହିଁ କହୁଥିଲା, କେତେ ଭୟାନକ ହୋଇପାରେ ବାୟୁମଣ୍ଡଳ ପ୍ରଦୂଷଣର ପ୍ରଭାବ । ସ୍ଥିତି ଏପରି ହୋଇଥିଲା ଯେ ସ୍କୁଲ, କଲେଜ ବନ୍ଦ କରିବାକୁ ପଡିଥିଲା । ହେଲେ ଏବେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏକ୍ୟୁଆଇରେ ସୁଧାର ଆସିଛି । ଏପରିକି ଦେଶର ପ୍ରମୁଖ ପ୍ରଦୂଷଣ ସହରରୁ ଦିଲ୍ଲୀ ହଟିଛି ।
ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ଏବେ ସମସ୍ତେ ଚିନ୍ତିତ । କିଛିଦିନ ପୂର୍ବରୁ ଦିଲ୍ଲୀର ସ୍ଥିତି ହିଁ କହୁଥିଲା, କେତେ ଭୟାନକ ହୋଇପାରେ ବାୟୁମଣ୍ଡଳ ପ୍ରଦୂଷଣର ପ୍ରଭାବ । ସ୍ଥିତି ଏପରି ହୋଇଥିଲା ଯେ ସ୍କୁଲ, କଲେଜ ବନ୍ଦ କରିବାକୁ ପଡିଥିଲା । ହେଲେ ଏବେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏକ୍ୟୁଆଇରେ ସୁଧାର ଆସିଛି । ଏପରିକି ଦେଶର ପ୍ରମୁଖ ପ୍ରଦୂଷଣ ସହରରୁ ଦିଲ୍ଲୀ ହଟିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ତାଲିକାରେ କେବଳ ଉତ୍ତରପ୍ରଦେଶର ୭ଟି ସହର ରହିଛି । ଏହାସହ ହରିୟାଣାର ୨ ଏବଂ ରାଜସ୍ଥାନର ଗୋଟିଏ ସହର ଏହି ତାଲିକାରେ ଅଛନ୍ତି । ଉତ୍ତର ପ୍ରଦେଶରେ ପ୍ରଦୂଷଣ ସ୍ଥିତି କେତେ ଗମ୍ଭୀର, ତାହା ଏହି ତାଲିକା ହିଁ କହୁଛି ।
ଦେଶର ପ୍ରମୁଖ ୧୦ଟି ପ୍ରଦୂଷଣ ସହର ଏବଂ AQI ସ୍ତର
ଗାଜିଆବାଦ(ଉତ୍ତର ପ୍ରଦେଶ)।।।୩୫୩।।।ବହୁତ ଖରାପ
ଗ୍ରେଟର ନୋଏଡା(ଉତ୍ତର ପ୍ରଦେଶ)।।।୩୩୮।।।ବହୁତ ଖରାପ
କାନପୁର(ଉତ୍ତର ପ୍ରଦେଶ)।।।୩୩୫।।।ବହୁତ ଖରାପ
ପାନିପଥ(ହରିୟାଣା)।।।୩୩୧।।।ବହୁତ ଖରାପ
ମେରଠ(ଉତ୍ତର ପ୍ରଦେଶ)।।।୩୩୦।।।ବହୁତ ଖରାପ
ବାଗପତ(ଉତ୍ତର ପ୍ରଦେଶ)।।।୩୨୮।।।ବହୁତ ଖରାପ
ଯମୁନାନଗର(ହରିୟାଣା)।।।୩୨୧।।।ବହୁତ ଖରାପ
ନୋଏଡା(ଉତ୍ତର ପ୍ରଦେଶ)।।।୩୧୮।।।ବହୁତ ଖରାପ
ମୁରାଦାବାଦ(ଉତ୍ତର ପ୍ରଦେଶ)।।।୩୦୬।।।ବହୁତ ଖରାପ
ଭିୱାଡୀ(ରାଜସ୍ଥାନ)।।।୩୦୨।।।ବହୁତ ଖରାପ
କହିରଖୁଛୁ, ମଙ୍ଗଳବାର କଂଗ୍ରେସ ସାଂସଦ କେ। ମୁରଲୀଧରନଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିକଳ୍ପ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେ କହିଥିଲେ ଯେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ଚାଷୀଙ୍କୁ ସରକାର ମେସିନ ଯୋଗାଇଦେବେ । ଯାହା ଦ୍ୱାରା ସେମାନେ ପରାଲୀକୁ ଖତରେ ପରିଣତ କରିପାରିବେ । ଏପରି ହେଲେ ବାୟୁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଅଣାଯାଇପାରିବ ବୋଲି କହିଥିଲେ କୃଷି ମନ୍ତ୍ରୀ ।
ଆହୁରି ପଢନ୍ତୁ; ଆଜି କେମିତି ରହିଛି ଦିଲ୍ଲୀ ବାୟୁମଣ୍ଡଳ ?