ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଡୋକଲାମ୍ ବିବାଦ ସମସ୍ତଙ୍କ ମନେଥିବ, ୨୦୧୭ ମସିହାରେ ପ୍ରାୟ  ୭୩ ଦିନ ଯାଏ ଭାରତୀୟ ସେନା ଏବଂ ଚୀନ୍ ସେନା ମଧ୍ୟରେ ମୁହାମୁହିଁ ହୋଇଥିଲା । ସେହି ସମୟରେ ଭାରତୀୟ ସେନା ଚୀନ୍ ସେନାଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଦେଇଥିଲେ । ଏବେ ଏହି ଅଞ୍ଚଳରେ ଭାରତ ବିକାଶର ଗାଡ଼ିକୁ ଦୌଡ଼ାଇ ଦେଇଛି ।  


COMMERCIAL BREAK
SCROLL TO CONTINUE READING

ସୀମା ସଡ଼କ ସଙ୍ଗଠନ (BRO) ୨୦୧୯ ବର୍ଷ ମଧ୍ୟରେ ୬୦ ହଜାର କିଲୋମିଟର ସଡ଼କ ନିର୍ମାଣ ଏବଂ ବିକାଶ କରିଛନ୍ତି । ଯେଉଁଥିରେ ଡୋକଲାମ୍ ନିକଟରେ ୧୯.୭୨ କିଲୋମିଟର ଲମ୍ୱ ଏକ ମହତ୍ୱପୂର୍ଣ୍ଣ ସଡ଼କ ସାମିଲ ରହିଛି  ।  


୨୯୧୯ ବର୍ଷ ମଧ୍ୟରେ ସବୁଠ ବଡ଼ ଉପଲବ୍ଧି ମଧ୍ୟରୁ ୧୯.୭୨ କିଲୋମିଟର ଲମ୍ୱ ଭୂମି  ବେସ-ଡୋକଲା ସଡ଼କ ନିର୍ମାଣ କରିଛି ଭାରତ । ଯାହା ଭାରତୀୟ ସେନାର ରଣନୀତି ଆଧାରରେ ମହତ୍ୱପୂର୍ଣ୍ଣ ଅଟେ । ଡୋକଲାମ୍ ବେସରେ ପହଞ୍ଚିବାକୁ ଏହି ରାସ୍ତା କାମରେ ଆସିବ । ଏହି ରାସ୍ତା ବିବାଦୀୟ ଡୋକଲାମ୍ ପଠାର କୂଳରେ ରହିଛି । ଯେଉଁଠି ପହଞ୍ଚିବାକୁ  ଏବେ ମାତ୍ର ୪୦ ମିନିଟ୍ ସମୟ ଲାଗିବ । ଯେବେକି ଆଗରୁ ସେଥାରେ ପହଞ୍ଚିବାକୁ ୭ ଘଣ୍ଟା ସମୟ ଲାଗୁଥିଲା ।


ଏହା ସବୁ ଋତୁରେ ଯୋଗାଯୋଗ କରିବାକୁ  ଏକ ଅଲ ୱେଦର ସଡ଼କ ହେବ । ଯେଉଁଥିରେ ଭାରି ବାହନ ଚଳାଚଳ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।  ଯେବେ ଭାରତୀୟ ସେନା ୨୦୧୭ରେ ଡୋକଲାମରେ ଚୀନ ପିପୁଲ୍ସ ଲିବେରେସନ୍ ଆର୍ମି  ସହ ସଙ୍କଟମୟ ପରିସ୍ଥିତିରେ ଥିଲା ।  ଭାରତୀୟ ସୁରକ୍ଷାବଳଙ୍କୁ ଏଠାରେ କମ୍ ସମୟ ମଧ୍ୟରେ ପହଞ୍ଚିବା ସମ୍ଭବପର ନଥିଲା । ଏହିପରି ସ୍ଥଳେ ଏକ ଭଲ ସଡ଼କ ପଥର ଆବଶ୍ୟକତା ରହିଥିଲା  ।


ଏ ସେହି ଅଞ୍ଚଳ ଯେଉଁଠି  ଭାରତର ଉତ୍ତର-ପୂର୍ବରେ ଅବସ୍ଥିତ  ସିକିମ୍ ଏବଂ ଭୁଟାନ୍ ସୀମାକୁ ସଂଯୋଗ କରିଥାଏ । ୨୦୧୭ ମସିହାରେ ଡୋକଲାମ୍ ବିବାଦ ଚାଲିଥିବା ନେଇ ଉଭୟ ପକ୍ଷ ମଧ୍ୟରେ ଗତିରୋଧ ସୃଷ୍ଟି ହୋଇଯାଇଥିଲା  ଏବଂ ଦୁଇ ଦେଳ ସେନା ମୁହାଁମୁହିଁ ହୋଇଥିଲେ । ଏହାପରେ ଚୀନର ବୁହାନରେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସୀ ଜିନପିଙ୍ଗ ଅନପୌଚାରିକ ଶିଖର ବାର୍ତ୍ତା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁଣି ଟ୍ରାକକୁ ଫେରିଥିଲା ।  


ଭାରତ ସୀମାରେ ସଡ଼କ ନେକୱର୍କ ରକ୍ଷଣାବେକ୍ଷଣ ଏବଂ ଏହାର ବିକାଶ ପାଇଁ କାମ କରୁଥିବା(BRO) କିଛି ପଡ଼ୋଶୀ ଦେଶର ସଡ଼କ ନିର୍ମାଣ ଢାଞ୍ଚାରେ ବିକାଶ କରିଛି । ବିଆରଓ ଚଳିତ ବର୍ଷ ବର୍ତ୍ତମାନ ଯାଏ ୧,୧୨୩,୪୬ କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ, ୨,୦୯୯.୫୮ କିଲୋମିଟର ସଡ଼କର ପୁନ୍ନ ନିର୍ମାଣ କାର୍ଯ୍ୟ ଏବଂ ୨,୩୩୯.୩୮ କିଲୋମିଟର ସଡ଼କର ମରାମତି କାମ କରିଛି । ବିଆରଓ ୨୦୧୯ ବର୍ଷରେ ସଡ଼କ ପଥ ସହ ସୀମାବର୍ତ୍ତୀ କ୍ଷେତ୍ର ନିକଟରେ କଠିନ ଏବଂ ଦୂରବର୍ତ୍ତୀ ଅଞ୍ଚଳରେ ପ୍ରମୁଖ ସେତୁ , ୧୯ ବିମାନବନ୍ଦର ଏବଂ  ୨ଟି ସୁଡ଼ଙ୍ଗର ବିକାଶ କରିଛି ।  


ଏହାଛଡା ବିଆରଓ ବ୍ରହ୍ମପୁତ୍ର ନଦୀର ପାଣି ତଳେ ମଧ୍ୟ ଏକ ସୁଡ଼ଙ୍ଗର ବିକାଶ କାମ ଜାରି ରଖିଛି । ଏହା ସହିତ ସସଂଗଠନ ଜମ୍ମୁ ଏବଂ କାଶ୍ମୀରରେ ୨୯୭ କିଲୋମିଟର ଲମ୍ୱ ଡବଲ ଲେନ୍ ମିମ୍ମୁ-ପଦମ-ଦରଚା (ଏନ-ପି-ଡି) ସଡ଼କର ମଧ୍ୟ ବିକାଶ କାମ ଜାରି ରଖିଛି । ଏଠାରେ ୨୫୭.୫୫ କିଲୋମିଟର ସଡ଼କର ନିର୍ମାଣ କାମ ଶେଷ ହୋଇଛି ।  


ବିଆରଓ ଅଖନୂର-ପୁଞ୍ଛ ସଡ଼କ ସହ ବଲିପାଡ଼ା, ଚାରୁଦର ଏବଂ ତମ୍ୱାଙ୍ଗଙ୍କୁ ସଂଯୋଗ କରୁଥିବା  ସଡ଼କରେ ମଧ୍ୟ ସୁଡଙ୍ଗର ବିକାଶ କାମ କରୁଛି । ବିଆରଓର ୬୧ ଭାରତ-ଚୀନ ସୀମା ସଡ଼କର ନିର୍ମାଣ କାମକୁ ମଧ୍ୟ ବିଆରଓକୁ ଦାୟିତ୍ୱ ଦିଆଯାଇଥିଲା । ଯାହାର ଲମ୍ୱ ୩,୩୪୬ କିଲୋମିଟର ଅଟେ ।


ଚୀନ ଚଳିତ ବର୍ଷ ଜୁନରେ ଯେବେ ଡୋକଲାମ୍ ନିକଟରେ ସଡ଼କ ନିର୍ମାଣ ପାଇଁ ଚେଷ୍ଟା  କଲା, ତ ଭାରତୀୟ ସୈନିକମାନେ ସେଠାରେ ପ୍ରତିରୋଧ କରି କାମ ବନ୍ଦ କରିଦେଇଥିଲେ ।  ଭୁଟାନ୍ ସହ ହୋଇଥିବା ବୁଝାମଣା ଆଧାରରେ ଭାରତ ନିଜ ଏହି ପଡ଼ୋଶୀ ଦେଶ ସମ୍ପତ୍ତିକୁ ରକ୍ଷା ପାଇଁ ପ୍ରତିବଦ୍ଧ ଅଟେ ।  ଏଥିରେ ଭାରତର ଦଖଲ ଦେବା ଆଇନ ସମତ୍ତ ଅଟେ ।