ବିଚାର ବିଭାଗୀୟ ହାଜତକୁ ଗଲେ ଫାରୁକ ଅବଦୁଲ୍ଲାଙ୍କ ଝିଅ ଓ ଭଉଣୀ
ବିଚାର ବିଭାଗୀୟ ହାଜତକୁ ଗଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ଓ ଭଉଣୀ । ଅବଦୁଲ୍ଲାଙ୍କ ଝିଅ ସଫିୟା ଏବଂ ଭଉଣୀ ସୁରିୟାଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଧାରା ୩୭୦ର ଉଚ୍ଛେଦକୁ ସଫିୟା ଓ ସୁରିୟାଙ୍କ ସହ ଅନେକ ମହିଳା ବିରୋଧ କରିଥିଲେ ।
ଶ୍ରୀନଗର: ବିଚାର ବିଭାଗୀୟ ହାଜତକୁ ଗଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ଓ ଭଉଣୀ । ଅବଦୁଲ୍ଲାଙ୍କ ଝିଅ ସଫିୟା ଏବଂ ଭଉଣୀ ସୁରିୟାଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଧାରା ୩୭୦ର ଉଚ୍ଛେଦକୁ ସଫିୟା ଓ ସୁରିୟାଙ୍କ ସହ ଅନେକ ମହିଳା ବିରୋଧ କରିଥିଲେ ।
ମଙ୍ଗଳାବାର ଉଭୟ ସଫିୟା ଓ ସୁରିୟାଙ୍କୁ ପୋଲିସ ଅଟକ ରଖିଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ କହିଛି । ଅଗଷ୍ଟ ୫ ପରଠୁ ଫାରୁକ ଅବଦୁଲ୍ଲା ଏବଂ ତାଙ୍କ ପୁଅ ଉମର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ପିଡିପି ମୁଖ୍ୟ ମେହେବୁବା ମୁଫତି ମଧ୍ୟ ଗୃହବନ୍ଦୀ ଅଛନ୍ତି ।
କହିରଖୁଛୁ, ଧାରା ୩୫(ଏ) ଏବଂ ୩୭୦ର ଉଚ୍ଛେଦ ପରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ବେଶ ସତର୍କତା ଅବଲମ୍ବନ କରିଥିଲେ କେନ୍ଦ୍ରସରକାର । ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ଏପରିକି ଏହାକୁ ବିରୋଧ କରୁଥିବା ଫାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା, ମେହେବୁବା ମୁଫତିଙ୍କ ସମେତ ବହୁ ନେତାଙ୍କୁ ଗୃହବନ୍ଦି କରାଯାଇଛି ।
ଅନ୍ୟପଟେ ଧାରା ୩୫(ଏ) ଏବଂ ୩୭୦ର ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ଉପରେ କଡାନଜର ରଖାଯାଇଛି । ପ୍ରତିଟି ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷାକର୍ମୀ ତୟାର ରହିଛନ୍ତି । ଏବେ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେଉଥିବାରୁ ମୋବାଇଲ ଓ ଇଣ୍ଟରନେଟ ସେବା କିଛିସ୍ଥାନରେ ଉପଲବ୍ଧ କରାଯାଇଛି ।