ଗାନ୍ଧୀଙ୍କ ପ୍ରଶଂସା କଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ
ଗାନ୍ଧୀ ଅନେକ ଥର ନିଜକୁ ସଚ୍ଚା ସନାତନି ହିନ୍ଦୁ କହୁଥିବା ମୋହନ ଭାଗବତ କହିଛନ୍ତି । ତେଣୁ ପୂଜା ପଦ୍ଧତିରେ ଅନେକ ପରିବର୍ତ୍ତନକୁ କେବେ ବି ମାନନ୍ତି ନାହିଁ ।
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ନିଜକୁ ସଚ୍ଚା ହିନ୍ଦୁ ବୋଲି କହୁଥିଲେ । ଏହା କହିବାକୁ ଗାନ୍ଧୀ କେବେ ବି ପଛଘୁଞ୍ଚା ଦେଉନଥିଲେ ବୋଲି ସେ କହିଛନ୍ତି ।
ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଉନ୍ମୋଚନ ସମୟରେ ସେ ଏହା କହିଛନ୍ତି । 'ଭାରତର ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ପ୍ରଥମେ ଭାରତକୁ ବୁଝିବାକୁ ପଡ଼ିବ । ସେଥିପାଇଁ ମହାତ୍ମା ଗାନ୍ଧୀ ସମଗ୍ର ଭାରତ ପରିଭ୍ରମଣ କରୁଥିଲେ' ବୋଲି ଭାଗବତ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଭାରତକୁ ଜାଣିବା ପାଇଁ ଗାନ୍ଧୀ ସାଧାରଣ ଲୋକଙ୍କ ସହ କଥାବାର୍ତ୍ତା କରିବା ସହ ସେମାନଙ୍କ ବିଚାରଧାରା ସହ ଚିନ୍ତା କରୁଥିଲେ । ଏହି ଚିନ୍ତାଧାରା କାରଣରୁ ସେ ନିଜକୁ ହିନ୍ଦୁ ବୋଲି କହିବାକୁ କେବେ ଲଜ୍ଜା କରୁ ନଥିଲେ ।
ଗାନ୍ଧୀ ଅନେକ ଥର ନିଜକୁ ସଚ୍ଚା ସନାତନି ହିନ୍ଦୁ କହୁଥିବା ମୋହନ ଭାଗବତ କହିଛନ୍ତି । ତେଣୁ ପୂଜା ପଦ୍ଧତିରେ ଅନେକ ପରିବର୍ତ୍ତନକୁ କେବେ ବି ମାନନ୍ତି ନାହିଁ । ତେଣୁ ସେ ନିଜର ଶ୍ରଦ୍ଧାକୁ ମାନିବା ସହ ଅନ୍ୟ ଲୋକଙ୍କ ଶ୍ରଦ୍ଧାକୁ ସମ୍ମାନ ଦେଉଥିଲେ ବୋଲି ସେ କହିଛନ୍ତ ।
ଶିକ୍ଷାବିତ ଜଗମୋହନ ସିଂହ ରାଜପୂତ ଦ୍ୱାରା ଲିଖିତ ପୁସ୍ତକକୁ ଉନ୍ମୋଚନ ସମୟରେ ମୋହନ ଭାଗବତ ଏହା କହିଥିଲେ । ଗାନ୍ଧୀଙ୍କ ସ୍ୱପ୍ନର ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ ବୋଲି ସେ କହିଛନ୍ତି । ୨୦ ବର୍ଷ ପୂର୍ବରୁ ମଧ୍ୟ ଗାନ୍ଧୀଙ୍କ ସ୍ୱପ୍ନର ଭାରତ ପୂରଣ ହୋଇନାହିଁ ବୋଲି ସେ କହିଥିଲେ । ଆଗକୁ ଏହାର ପୂରଣ ହେବ କି ନାହିଁ ସେ କଥା ମୁଁ ଜାଣିନାହିଁ ବୋଲି ସେ କହିଛନ୍ତି । ସମଗ୍ର ଭାରତରେ ଭ୍ରମଣ କରିବା ପରେ ମୁଁ ଜାଣିପାରିଛି ବହୁତ ଶୀଘ୍ର ଏହାର ପୂରଣ ହୋଇପାରିବ ବୋଲି ଭାଗବତ କହିଛନ୍ତି ।