ସମୀର ପ୍ରଧାନ, ଘଟଗାଁ: ସ୍କୁଲ ପରିଷରରେ ଭୌତିକ କାଣ୍ଡ । ଭୌତିକ ଘଟଣା କାରଣରୁ ୨ ଦିନ ମଧ୍ୟରେ ୭ ଜଣ ଛାତ୍ରୀ ଚେତା ଶୂନ୍ୟ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହେବା ପରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଭୟର ବାତା ବରଣ ଦେଖା ଯାଇଛି ।  ଭୂତ ଭୟରେ ସମସ୍ତ ଛାତ୍ର ଛାତ୍ରୀ ହେଷ୍ଟେଲ ଛାଡି ଦେଇଥିବା କାରଣରୁ ସ୍କୁଲ ଏବେ ଶୂନଶାନ ହୋଇ ପଡିଛି । ଏହି ପରି ଅବିଶ୍ୱସନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ୱଳ୍ପବ୍ୟୟ ଆବାସିକ ସ୍କୁଲରେ । 


COMMERCIAL BREAK
SCROLL TO CONTINUE READING

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ସ୍ଵଳ୍ପବ୍ୟୟ ଛାତ୍ରବାସରେ ୨ ଦିନ ହେଲା ଭୂତର ଭୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର‌୍ୟ୍ୟନ୍ତ ୪୦ ଜଣ ଛାତ୍ର ଛାତ୍ରୀ ରହୁଥିବା ଏହି ସ୍କୁଲ ପରିଷର ଏବେ ଶୂନଶାନ  । ଭୌତିକ କାଣ୍ଡ କାରଣରୁ ୨ ଦିନ ମଧ୍ୟରେ ୭ ଛାତ୍ରୀ ଚେତା ଶୁନ୍ୟ ହୋଇ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହେବା ପରେ ସ୍କୁଲରେ ଭୟର ବାତାବରଣ ଦେଖା ଯାଇଛି । 



ହଷ୍ଟେଲ ପାର୍ଶ୍ୱରେ ଥିବା ପରିଶ୍ରାଗାରକୁ ଯିବା ମାତ୍ରେ ଛାତ୍ରୀ ମାନେ ଚିତ୍କାର କରି ଚେତା ଶୂନ୍ୟ ହୋଇ ପଡୁଛନ୍ତି ।  ଚିକିତ୍ସା ପରେ ଫେରିଥିବା କିଛି ଛାତ୍ରୀ ସ୍କୁଲ ପରିଷରରେ ପହଁଚିବା ପରେ ପୁଣି ଚେତା ଶୂନ୍ୟ ହୋଇଯିବା ଘଟଣା ସ୍କୁଲରେ ଭୟର ବାତାବରଣ ବଢାଇବା ସହ ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇଛି । ଭୟଭିତ ଅଭିଭାବକ ମାନେ ନିଜ ପିଲାମାନଙ୍କୁ ବର୍ତମାନ ସ୍କୁଲରୁ ଘରକୁ ନେଇ ଯାଇଛନ୍ତି । ତେବେ ଗ୍ରାମବାସୀଙ୍କ ଅନୁଯାୟୀ ପୂର୍ବରୁ ଏହି ସ୍ଥାନରେ ଭୌତିକ ଘଟଣା ସାମ୍ନାକୁ ଆସୁଥିଲା କିନ୍ତୁ ସ୍କୁଲ ଆରମ୍ଭ ପର ଠାରୁ କୌଣସି ଘଟଣା ସାମ୍ନାକୁ ଆସିନଥିଲା ।
 ମାତ୍ର ଏହି ୨ ଦିନ ହେଲା ଏହି ପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଭୌତିକ କାରଣ ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଏହି ଘଟଣା ଦିଗରେ ଶିଘ୍ର ପଦକ୍ଷେପ ଗ୍ରହଣ କରି ସ୍କୁଲରେ ଶିକ୍ଷା ଦାନ ସ୍ଵଭାବିକ କରିବା ପାଇଁ ଦାବି ହୋଇଛି । ତେବେ ଭୂତର ଭୟ ହେଉକି ଅନ୍ୟ କୌଣସି କାରଣ ହେଉ ସ୍କୁଲ ଛାତ୍ର ଛାତ୍ରୀ ଶୂନ୍ୟ ହେବା ବର୍ତମାନ ଚିନ୍ତାର କାରଣ ହୋଇଥିବା ବେଳେ ପ୍ରକୃତ ସତ୍ୟତାକୁ ସାମ୍ନାକୁ ଆଣି ପିଲା ମାନଙ୍କ ମଧ୍ୟରୁ ଭୟ ଦୂର  କରିବା ନିହାତି ଜରୁରୀ ହୋଇ ପଡିଛି ।