ଭଦ୍ରକ: ନାବାଳିକା ଛାତ୍ରୀଙ୍କ ଇଛା ବିରୋଧରେ ଦୁଷ୍କର୍ମ କରୁଥିଲା ସମ୍ପର୍କୀୟ ଦାଦା । ଶାରୀରିକ ସମ୍ପର୍କ ରଖିବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଉତ୍ତୋଳନ କରି ତିନି ମାସ ଧରି କରି ଆସୁଥିଲା ବ୍ଲାକମେଲିଂ। କାହାକୁ କହିଲେ ମାରିଦେବାକୁ ବି ଦେଉଥିଲା ଧମକ । ଘଟଣାକୁ ନେଇ ଧୂଷୁରୀ ଥାନା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ଗ୍ରାମର ଦୁର୍ଯ୍ୟୋଧନ ମାଝୀଙ୍କ ପୁଅ ବିଚିତ୍ର ଜଣେ ନାବାଳିକା ଝିଅଙ୍କ ସହ ଜୋର ଜବରଦସ୍ତି ଭଲ ପାଇବାକୁ ଉଦ୍ୟମ କରିଥିଲା..ଝିଅ ଏହାକୁ ବିରୋଧ କରିବାରୁ ବିଚିତ୍ର ଉତକ୍ଷିପ୍ତ ହୋଇ ତାକୁ ମାରିବା ସହ ଘୋଷାଡ଼ି ଘୋଷାଡ଼ି ତାଙ୍କ ଘରକୁ ନେଇଯାଇଥିଲେ ।


COMMERCIAL BREAK
SCROLL TO CONTINUE READING

 କେବଳ ଏତିକି ନୁହଁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଭିତରୁ କବାଟ ବନ୍ଦ କରି ଝିଅର ଇଛା ବିରୁଧରେ ତା ମୁହଁରେ ଲୁଗା ପୂରାଇ ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିବା ପରେ ନିଜ ମୋବାଇଲରେ ଭିଡ଼ିଓ ଉଠାଇଥିଲେ । ଆଉ ତାପରେ ହତ୍ୟା ଧମକ ମଧ୍ୟ ଦେଇଥିଲା । ଶେଷରେ ନାବାଳିକା ଝିଅର ଜୀବନ ଚାଲିଯିବା ଭୟରେ ପରିବାର ପକ୍ଷରୁ ଗତ ରାତିରେ ଧୂଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଏହି ଘଟଣାରେ ବିଚିତ୍ରଙ୍କ ଦୁଇ ଭାଇଙ୍କୁ ଥାନାକୁ ଉଠାଇ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ବିଚିତ୍ର ମାଝୀକୁ ପୋଲିସ ଗିରଫ କରିଛି ।