ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ୨୩।୮୫ ଲକ୍ଷ ଟଙ୍କାର ସୁନା ଗହଣା ଜବତ । ଜଣେ ମହିଳାଙ୍କ ଠାରୁ ଏତେ ଟଙ୍କାର ସୁନା ଜବତ ହୋଇଛି । ସମ୍ପୃକ୍ତ ମହିଳା ଭାରତୀୟ । ସେ ହଂକଂରୁ ଦିଲ୍ଲୀ ଫେରୁଥିବା ବେଳେ ବିମାନ ବନ୍ଦରରେ ଧରା ପଡିଛନ୍ତି । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ । 



COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଘଟିଥିଲା ଏହି ଘଟଣା । ହଂକଂରୁ ଦିଲ୍ଲୀ ଫେରିଥିବା ଜଣେ ଭାରତୀୟ ମହିଳାଙ୍କ ଦେହସାରା ସୁନା ଗହଣ ଦେଖିବାକୁ ମିଳିଥିଲା । ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ମହିଳାଙ୍କ ଚେକିଂ କରିବା ପରେ ଗିରଫ କରିଛନ୍ତି । ହଂକଂରେ ସୁନା ଦର ଶସ୍ତା ହୋଇଥିବାରୁ ମହିଳା ଜଣକ ନିୟମକୁ ଅମାନ୍ୟ କରି ଏତେ ପରିମାଣରେ ସୁନା ପିନ୍ଧି ପଳାଇ ଆସିଥିବା କୁହାଯାଉଛି । ପୋଲିସ ଅଧିକ ତଦନ୍ତ କରୁଛି । 


ଆହୁରି ପଢ଼ନ୍ତୁ; ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ କାହିଁକି ଅନୁପସ୍ଥିତ ରହିଲେ ସଞ୍ଜୟ ରାଉତ ?