ବିଶାଖାପାଟଣା: ଏଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଓ୍ୱେଷ୍ଟଇଣ୍ଡିଜକୁ 107 ରନରେ ପରାସ୍ତ କରିଛି ଘରୋଇ ଇଣ୍ଡିଆ। ଟସ ହାରି ପ୍ରଥମେ ବ୍ୟାଟିଂ କରି 5 ଓ୍ୱିକେଟ ହରାଇ 387 ରନ ସଂଗ୍ରହ କରିଥିଲା। ଜବାବରେ ଭ୍ରମଣକାରୀ ଦଳ ଓ୍ୱେଷ୍ଟଇଣ୍ଡିଜ ଦଳ 280 ରନରେ ସୀମିତ ରହିଛି। ଏହା ସହିତ ସିରିଜ 1-1ରେ ବରାବର ରହିଛି।


COMMERCIAL BREAK
SCROLL TO CONTINUE READING

ବିଶାଖାପାଟଣା  ଏସିଏ-ବିଡ଼ିସିଏ ଷ୍ଟାଡ଼ିଅମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ ହାରି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ଦଳ ପକ୍ଷରୁ ରୋହିତ ଶର୍ମା,  କେଏଲ ରାହୁଲ, ଋଷଭ ପନ୍ତ, ଶ୍ରେୟାସ ଆୟର ବେଶ ଦମଦାର ଆରମ୍ଭ କରିଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା (159) ଓ କେଏଲ ରାହୁଲ(102) ଶତକ ହାସଲ କରିଥିଲେ। ସେହିପରି ଓ୍ୱେଷ୍ଟଇଣ୍ଡିଜ ପକ୍ଷରୁ ପୋଲାର୍ଡ, ଯ଼ୋଶେଫ ଓ ପଲ ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ କୋଟ୍ରେଲ ଦୁଇଟି ଓ୍ୱିକେଟ ଅକ୍ତିଆର କରିଥିଲେ।


ଧାର୍ଯ୍ୟ ବିଜୟଲକ୍ଷ୍ୟକୁ ଆରମ୍ଭ କରି ଭ୍ରମଣକାରୀ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ମାତ୍ର ଭାରତର ଘାତକ ବୋଲିଂ ଫଳରେ ଦଳର ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ପରାଜୟର ସମ୍ମୁଖିନ ହୋଇଥିଲେ। ଦଳ ପକ୍ଷରୁ ସାଇ ହୋପ 78 ଓ ନିକୋଲାସ ପୁରାନ 75 ରନ ସଂଗ୍ରହ କରିଥିଲେ।


ଭାରତ ପକ୍ଷରୁ ଘାତକ ବୋଲିଂ କରି କୁଲଦୀପ ଯାଦବ ରେକର୍ଡ ହାତେଇଛନ୍ତି। 33ତମ ଓଭରରେ କୁଲଦୀପ ସାଇହୋପ, ହୋଲ୍ଡର ଏବଂ ଯୋଶେଫଙ୍କୁ ଆଉଟ କରି ହ୍ୟାଟ୍ରିକ ଓ୍ୱିକେଟ ନେଇଥିଲେ। ହ୍ୟାଟ୍ରିକ ନେବାରେ କୁଲଦୀପଙ୍କ ଏହା ଦ୍ୱିତୀୟ ରେକର୍ଡ। ଏହା ପୂର୍ବରୁ ସେ 2017 ମସିହାରେ କୋଲକାତା ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ପ୍ରଥମ ଥର ପାଇଁ ହ୍ୟାଟ୍ରିକ ନେଇଥିଲେ।