ଆରମ୍ଭ ହେଲା ମୁମ୍ବାଇ- ଅହମ୍ମଦାବାଦ ମଧ୍ୟରେ ତେଜସ ଏକ୍ସପ୍ରେସ
ଲକ୍ଷ୍ନୌ ଓ ଦିଲ୍ଲୀ ରୁଟ ପରେ ଆଜିଠାରୁ ମୁମ୍ବାଇ(mumbai) ଓ ଅହମଦାବାଦ (Ahmedabad) ମଧ୍ୟରେ ତେଜସ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। IRCTC ଦ୍ୱାରା ପରିଚାଲିଥ ଏହି ଅହମଦାବାଦ ମୁମ୍ବାଇ ଅହମଦାବାଦ ତେଜସ ଏକ୍ସପ୍ରେସକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ରେଳବାଇର ଅନେକ ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଲକ୍ଷ୍ନୌ ଓ ଦିଲ୍ଲୀ ରୁଟ ପରେ ଆଜିଠାରୁ ମୁମ୍ବାଇ(mumbai) ଓ ଅହମଦାବାଦ (Ahmedabad) ମଧ୍ୟରେ ତେଜସ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। IRCTC ଦ୍ୱାରା ପରିଚାଲିଥ ଏହି ଅହମଦାବାଦ ମୁମ୍ବାଇ ଅହମଦାବାଦ ତେଜସ ଏକ୍ସପ୍ରେସକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ରେଳବାଇର ଅନେକ ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ।
ତେଜସ ଆଜି ପ୍ରଥମ ଦିନରେ ଅହମଦାବାଦର ଏକ ନମ୍ବର ପ୍ଲାଟ ଫର୍ମରୁ ଯାତ୍ରା ଆରମ୍ଭ କରିଥିଲା। ତେବେ ଦେଶର ପ୍ରଥମ ବେସରକାରୀ ଟ୍ରେନ ଭାବରେ ଏହି ରୁଟରେ ଦ୍ୱିତୀୟ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କରିଛି ତେଜସ। ଏଥିରେ ଯାତ୍ରୀମାନଙ୍କ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏୟାର ହୋଷ୍ଟେସ ଭଳି ଟ୍ରେନ ହୋଷ୍ଚେସ ରହିବେ। ଯେଉଁମାନେ ଏହି ଟ୍ରେନ ଯାତ୍ରା କରିବାକୁ ଚାହିଁବେ ସେମାନେ ଆଇଆରସିଟିସି ଓ୍ୱେବସାଇଟକ ଯାଇ ଟ୍ରେନରେ ଟିକେଟ ବୁକ କରିପାରିବେ।
ସେହିଭଳି ଏହି ଟ୍ରେନ ରେ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି। ରେଳଯାତ୍ରୀଙ୍କୁ ସୁଖଦ ଓ ସୌଖିନ ସେବା ଯୋଗାଇ ଦେବା ପାଇଁ ଭାରତ ପକ୍ଷରୁ ଏହା ଆଉ ଏକ ପ୍ରୟାସ। ଯାତ୍ରୀମାନେ ୮୨୯୦୧/୮୨୯୦୨ ନମ୍ବର ଗାଡିରେ ଟିକେଟ ବୁକ କରି ଯାତ୍ରା କରିପାରିବେ। ଏହି ଟ୍ରେନ ସପ୍ତାହରେ ୬ ଦିନ ଚାଲିବ। କେବଳ ଗୁରୁବାର ଦିନ ଏହି ଗାଡ଼ିର ଯାତ୍ରା ରହିବ ନାହିଁ ବୋଲି ରେଳ ବିଭାଗ ସୂଚନା ଦେଇଛି।
ଏହି ଟ୍ରେନର ବଗି ଗୁଡିକ ସମ୍ପୂର୍ଣ୍ଣ ଭାବେ ଏସି ବା ବାତାନୁକୂଲିତ। ବଗି ଗୁଡ଼ିକରେ ମୋଟ ଏକଜିକ୍ୟୁଟିଭ କ୍ଲାସ ଚେୟାର କାର ରହିବ। ପ୍ରତ୍ୟେକ ବଗିରେ ୫୬ଟି ସିଟ ଏବଂ ୮ଟି ଚେୟାର କାର ରହିବ। ଏଥିରେ ମୋଟ ୭୩୬ ଯାତ୍ରୀ ଗୋଟିଏ ଥରରେ ଯାଇ ପାରିବେ। ଟ୍ରେନ ସକାଳ ୬।୪୦ ମିନିଟରେ ଅହମଦାବାଦରୁ ଯ଼ାତ୍ରା ଆରମ୍ଭ କରି ଦିନ ୧।୧୦ମିନିଟରେ ମୁମ୍ବାଇରେ ପହଞ୍ଚିବ। ସେହିପରି ଦିନ ୩।୪୦ ମିନିଟରୁ ମୁମ୍ବାଇରୁ ଯାତ୍ରା ଆରମ୍ଭ କରି ରାତି ୯।୫୫ ମିନିରେ ଅହମଦାବାଦରେ ପହଞ୍ଚିବ।