Jharkhand Election 2019 Phase 3 Voting: ୧୭ଟି ଆସନ ପାଇଁ ଚାଲିଛି ମତଦାନ
ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ମତଦାତା ୩୦୯ ଜଣ ପ୍ରତିନିଧିଙ୍କ ଭାଗ୍ୟ ପରୀକ୍ଷା କରିବେ
ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପ୍ରର୍ଯ୍ୟାୟରେ ୫୬ ଲକ୍ଷ ମତଦାତା ୩୦୯ ଜଣ ପ୍ରତିନିଧିଙ୍କ ଭାଗ୍ୟ ପରୀକ୍ଷା କରିବେ । ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଗୁଡ଼ିକରେ ଲମ୍ୱା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି ମତଦାତା । ୮ଟି ଜିଲ୍ଲାର ୧୭ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ୫୬,୧୮,୨୧୭ ଜଣ ମତଦାତା ୧୭ଟି ବିଧାନସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୨୬,୮୦,୨୦୫ଜଣ ମହିଳା ଭୋଟର ଥିବା କହିଛନ୍ତି ଝାରଖଣ୍ଡ ଇଲେକ୍ସନ କମିଶନର ବିନୟ କୁମାର ଚୋବେ ।
୨୦୧୪ରେ ଏହି ୧୭ଟି ବିଧାନସଭା ଆସନରେ ୧୦ଟିରେ ବିଜେପି ବିଜୟ ଲାଭ କରିଥିଲା । ସେପଟେ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବେ । ଡିସେମ୍ୱର ୧୬ତାରିଖରେ ଝାଡ଼ଖଣ୍ଡ ନିର୍ବାଚନର ଚତୁର୍ଥ ପ୍ରର୍ଯ୍ୟାୟ ମତଦାନ ଓ ୨୦ ବଲର ତାରିଖରେ ପଞ୍ଚମ ପ୍ରର୍ଯ୍ୟାୟ ମତଦାନ କରାଯିବ । ଡିସେମ୍ୱର ୨୩ ତାରିଖରେ ଫଳ ପ୍ରକାଶ ପାଇବ ।
ପ୍ରଥମ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟର ମତଦାନ ନଭେମ୍ୱର ୩୦ ଓ ଡିସେମ୍ୱର ୭ରେ ଶେଷ ହୋଇଛି । ଡିସେମ୍ୱର ୧୬ରେ ଚତୁର୍ଥ ପର୍ଯ୍ୟାୟର ଓ ପଞ୍ଚମ ତଥା ଶେଷ ପର୍ଯ୍ୟାୟର ମତଦାନ ଡିସେମ୍ୱର ୨୦ରେ ହେବ । ନିର୍ବାଚନର ଫଳାଫଳ ଡିସେମ୍ୱର ୨୩ରେ ଆସିବ । ଝାରଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୦ ଜାନୁୟାରୀ ୨୦ରେ ଶେଷ ହେବ । ଏହାପୂର୍ବରୁ ନୂଆ ସରକାର ଗଠନ ହେବା ବାଧ୍ୟତାମୂଳକ ।