ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଆୟୁଷ ବଢ଼ିଛି । ଆଇନର ଗଳାବାଟ ଦେଇ ପୁଣି ଫାଶୀଙ୍କୁ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି ଏମାନେ । ପେବୃଆରୀ ୧ରେ ଫାଶୀ ନେଇ ଯେଉଁ ଡେଥ ୱାରେଣ୍ଟ ଜାରି ହୋଇଥିଲା, ସେଥିରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ନହେବା ଯାଏ ଦୋଷୀଙ୍କୁ ଫାଶୀ ଦିଆଯିବ ନାହିଁ । ତେବେ ଏ ଖବର ପରେ ଦିଲ୍ଲୀ ରାଜନୀତି ମଧ୍ୟ ତେଜିଛି । 


COMMERCIAL BREAK
SCROLL TO CONTINUE READING


ଦୋଷୀଙ୍କ ଫାଶୀ ଘୁଞ୍ଚିବା ନେଇ କେଜ୍ରି ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ନେତା କପିଲ ମିଶ୍ରା । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସେ ଟାର୍ଗେଟ କରିଛନ୍ତି । ଟ୍ୱିଟ କରି କହିଛନ୍ତି, ''ନିର୍ଭୟାଙ୍କ ମା'ଙ୍କ ଆଖିରୁ ବାହାରୁଥିବା ଟୋପା ଟୋପା ଲୁହ କେଜ୍ରିୱାଲଙ୍କ ସତ୍ତାକୁ ଭସ୍ମୀଭୂତ କରିଦେବ ।'' କହିରଖୁଛି, କପିଲ ମିଶ୍ରା ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । 



ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହାର ଜବାବ ରଖିଛନ୍ତି । ଆଇନର ଗଳାବାଟ ଦେଇ ଦୋଷୀମାନେ ଫାଶୀକୁ ଘୁଞ୍ଚାଇ ଦେବାରେ ସଫଳ ହେଉଛନ୍ତି । ଯାହାକୁ ନେଇ ମୁଁ ଦୁଃଖ ପ୍ରକାଶ କରୁଛି । ଦୋଷୀଙ୍କୁ ତୁରନ୍ତ ଫାଶୀ ହେବାର କଥା । ଆଇନର ସଂଶୋଧନର ଆବଶ୍ୟକତା ରହିଛି, ଯେପରି ଦୁଷ୍କର୍ମ ମାମଲାରେ ୬ ମାସ ମଧ୍ୟରେ ଫାଶୀ ଦିଆଯାଇପାରିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 



ଆହୁରି ପଢ଼ନ୍ତୁ; ମେଁ ଲଢ଼ୁଙ୍ଗୀ...