ରାଶି ଅନୁସାରେ ଜାଣନ୍ତୁ ମନୋବଳକୁ କିପରି ସୁଦୃଢ କରିବେ
ଜନ୍ମ ଜାତକରେ କିଛି ଗ୍ରହ ଏକାଠି ରହିଥିଲେ ମନୋବଳ ଦୃଢ ହୋଇଥାଏ । ଜ୍ୟୋତିଷବିତଙ୍କ କହିବା ଅନୁସାରେ ରଙ୍ଗ ଓ ମନ୍ତ୍ର ପ୍ରଭାବରେ ମନୋବଳକୁ ସୁଦୃଢ କରାଯାଇପାରିବ ।
ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୃତୀୟ, ପଞ୍ଚମ, ଷଷ୍ଠ ଓ ଏକାଦଶ ସ୍ଥାନରେ ରହିବା ଦ୍ୱାରା ମନୋବଳ ଓ ଆତ୍ମବିଶ୍ୱାସ ଦୃଢ ହୋଇଥାଏ । ସୂର୍ଯ୍ୟ ତଥା ମଙ୍ଗଳ ଗ୍ରହ ମନୋବଳର କାରକ ହୋଇଥାଆନ୍ତି । ଜନ୍ମ ଜାତକରେ କିଛି ଗ୍ରହ ଏକାଠି ରହିଥିଲେ ମନୋବଳ ଦୃଢ ହୋଇଥାଏ । ଜ୍ୟୋତିଷବିତଙ୍କ କହିବା ଅନୁସାରେ ରଙ୍ଗ ଓ ମନ୍ତ୍ର ପ୍ରଭାବରେ ମନୋବଳକୁ ସୁଦୃଢ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ କିଭଳି ମନୋବଳ ସୁଦୃଢ କରିପାରିବେ ।
ମେଷ: ମେଷ ରାଶିଙ୍କ ମନୋବଳ ସୁଦୃଢ ଥାଏ । କିନ୍ତୁ ସେମାନଙ୍କ ଚଞ୍ଚଳ ମନ ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ସୂର୍ଯ୍ୟଙ୍କୁ ପ୍ରତିଦିନ ନାଲି ଫୁଲ ଦେଇ ଅର୍ଘ କରିଲେ ମନୋବଳ ଦୃଢ ହୋଇଥାଏ ।
ବୃଷ: ଏହି ରାଶି ବ୍ୟକ୍ତିବିଶେଷଙ୍କ ମନୋବଳ ବହୁତ ସୁଦୃଢ ଥାଏ ନହେଲେ ବହୁତ ଦୁର୍ବଳ ହୋଇଥାଏ । ନାଲି ରଙ୍ଗର କପଡା ପାଖରେ ରଖିବା ଲାଭପ୍ରଦ ହୋଇଥାଏ ।
ମିଥୁନ: ଏମାନଙ୍କ ମନୋବଳ ଅତ୍ୟନ୍ତ ଦୁର୍ବଳ । ଏମାନଙ୍କୁ ସଦାବେଳେ ଅନ୍ୟର ସାହାରର ଅବଶ୍ୟକ ହୋଇଥାଏ । ସବୁଜ ରଙ୍ଗର ଅଧିକ ବ୍ୟବହାର କରିବା ଫଳପ୍ରଦ ।
କର୍କଟ: କର୍କଟ ରାଶି ବ୍ୟକ୍ତିଙ୍କ ମନୋବଳ ଶୀଘ୍ର ଦୁର୍ବଳ ହୋଇଯାଏ । ସୂର୍ଯ୍ୟଙ୍କୁ ହଳଦି ମିଶା ପାଣି ଅର୍ପଣ କରନ୍ତୁ ଏବଂ ହଳଦିଆ ରଙ୍ଗ ବ୍ୟବହାର କରିବା ଦ୍ୱାରା ମନୋବଳ ସୁଦୃଢ ହେବ ।
ସିଂହ: ଏହି ରାଶିର ଲୋକମାନେ ସାହସୀ ହୋଇଥାନ୍ତି । କଳା ରଙ୍ଗରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ଏବଂ ସୂର୍ଯ୍ୟାଦୟ ପୂର୍ବରୁ ଉଠିବା ଦ୍ୱାରା ମନୋବଳ ସୁଦୃଢ ହୋଇଥାଏ ।
କନ୍ୟା: ଏହି ରାଶିର ଲୋକମାନେ ଜିଦି ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ମନୋବଳ ସାମାନ୍ୟ ରହିଥାଏ । ଧଳା ରଙ୍ଗ ଏମାନଙ୍କ ମାନସିକ ଅବସ୍ଥାକୁ ଶାନ୍ତ ରଖିବାରେ ସହାୟକ ହୋଇଥାଏ ।
ତୁଳା: ଏମାନଙ୍କ ଆତ୍ମବିଶ୍ୱାସ କେତେବେଳେ ଦୃଢ ତ କେତେବେଳେ ଦୁର୍ବଳ ହୋଇଥାଏ । ନୀଳ ରଙ୍ଗର ବ୍ୟବହାର ଅଧିକ କରିବା ଲାଭପ୍ରଦ ହୋଇଥାଏ । ନିୟମିତ ଭାବେ ଶନି ମନ୍ତ୍ର ଜପ କରନ୍ତୁ ।
ବିଛା: ଏହି ରାଶିର ଲୋକମାନେ ଭାବନାର ସଠିକ୍ ପ୍ରୟୋଗ କରିପାରନ୍ତି ନାହିଁ । ସୂର୍ଯ୍ୟଦେବତାଙ୍କୁ ଚାଉଳ ସହ ଜଳ ଅର୍ପଣ କଲେ ମନୋବଳ ଦୃଢ ହୁଏ ।
ଧନୁ: ଏହି ରାଶିର ବ୍ୟକ୍ତିଙ୍କ ମନୋବଳ ଅତ୍ୟନ୍ତ ଦୃଢ । ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ ।
ମକର: ଏମାନଙ୍କ ମନୋବଳ ବହୁତ ଦୃଢ । ଧଳା ରଙ୍ଗର ବ୍ୟବହାର ଅଧିକ କରନ୍ତୁ ।
କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କ ମନୋବଳ ସେମାନଙ୍କ କାର୍ଯ୍ୟ ଉପରେ ନିର୍ଭର କରେ । ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।
ମୀନ: ଏହି ରାଶିର ବ୍ୟକ୍ତିଙ୍କ ମନ ଦୃଢ ଥାଏ । ନିୟମିତ ଭାବେ ହନୁମାନଙ୍କ ପୂଜା କରନ୍ତୁ ।